ସାଓମି ଇଣ୍ଡିଆ ପକ୍ଷରୁ ଏମ୍ଆଇ ଏ୩ର ଶୁଭାରମ୍ଭ


ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ଓ ସ୍ମାର୍ଟ ଟିଭି ବ୍ରାଣ୍ଡ, ସାଓମି ଆଜି ଏମ୍ଆଇ ଏ୩ର ଘୋଷଣା କରିଛି, ଯାହା ବିଶ୍ୱର ସର୍ବୋଚ୍ଚ ରିଜୋଲ୍ୟୁସନ୍ କ୍ୟାମେରା ସଟ୍ ଅପ୍ ସହିତ ଆଣ୍ଡ୍ରଏଡ଼ ୱାନ୍ ପାୱାରଯୁକ୍ତ ଫୋନ୍ଗୁଡ଼ିକରେ ଅତ୍ୟାଧୁନିକ ସ୍ମାର୍ଟଫୋନ୍ । ଏହା ଏମ୍ଆଇ ଏ୨ର ଉତ୍ତର ପିଢ଼ି, ଯାହା ପୂର୍ବରୁ ବିଶ୍ୱର ଏକ ନମ୍ବର ଆଣ୍ଡ୍ରଏଡ଼ ୱାନ୍ ସ୍ମାର୍ଟଫୋନ୍ ଭାବରେ ରହିଆସିଛି । ଏମ୍ଆଇ ଏ୩ ତିନୋଟି ରଙ୍ଗ କାଇଣ୍ଡ ଅଫ୍ ଗ୍ରେ, ନଟ୍ ଜଷ୍ଟ ବ୍ଲୁ ଓ ମୋର୍ ଦ୍ୟାନ୍ ହ୍ୱାଇଟ୍ରେ ଉପଲବ୍ଧ ହେଉଛି । ୪ଜିବି+୬୪ଜିବି ଭ୍ୟାରିଆଣ୍ଟ ମାତ୍ର ୧୨,୯୯୯ ଟଙ୍କାରେ ଓ ୬ଜିବି+୧୨୮ଜିବି ଭ୍ୟାରିଆଣ୍ଟ ମାତ୍ର ୧୫,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏମ୍ଆଇ ଏ୩ ଅଗଷ୍ଟ ୨୩ ମଧ୍ୟାହ୍ନ ୧୨ରୁ ଏମ୍ଆଇ.କମ୍, ଆମାଜୋନ୍ ଓ ଏମ୍ଆଇ ଷ୍ଟୋର୍ମାନଙ୍କରେ ଉପଲବ୍ଧ ହେଉଛି । ଏହା ମଧ୍ୟ ଅତିଶୀଘ୍ର ଅଫ୍ଲାଇନ୍ ଷ୍ଟୋର୍ମାନଙ୍କରେ ଉପଲବ୍ଧ ହେବ ।

ଏମ୍ଆଇ ଏ୩ ଏମ୍ଆଇ ଏ ସିରିଜ୍ର ଡିଜାଇନ୍ରେ ପରିବର୍ତ୍ତନ ଆଣିଛି । ଫଙ୍କ୍ସନାଲ୍ ଦୃଷ୍ଟିକୋଣକୁ ଆଖିରେ ରଖି ଏହା ଏକ ନୂତନ ଡିଜାଇନ୍ ଆଣିଛି, ଯାହା ଏମ୍ଆଇ ଏ୨କୁ ଏହି ସେଗ୍ମେଣ୍ଟରେ ସର୍ବୋତ୍କୃଷ୍ଟ ଫୋନ୍ମାନଙ୍କ ମଧ୍ୟରୁ ଗୋଟିଏ ଭାବେ ପରିଚିତ କରାଇଛି । ୧୨,୯୯୯ ଟଙ୍କାରେ ଆରମ୍ଭ ହେଉଥିବା ଏହି ସ୍ମାର୍ଟଫୋନ୍ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୬୫ ଚିପ୍ସେଟ୍, ଏକ ସୁପର୍ ଆମୋଲିଡ଼ ଡିସ୍ପ୍ଲେ, ଏକ ବିଶାଳ ୪୦୩୦ ଏମ୍ଏଏଚ୍ ବ୍ୟାଟେରୀ, ୪୮ ଏମ୍ପି ଟ୍ରିପଲ୍ କ୍ୟାମେରା ସେଟ୍ଅପ୍ ଓ ଏକ ଇନ୍ସ୍କ୍ରିନ୍ ଫିଙ୍ଗର ସ୍କାନର୍ ଭଳି ବୈଶିଷ୍ଟ୍ୟ ପ୍ରଦାନ କରୁଛି । ପ୍ରତ୍ୟେକ ଏମ୍ଆଇ ଏ ସିରିଜ୍ ସ୍ମାର୍ଟଫୋନ୍ ପରି ଏମ୍ଆଇ ଏ୩ ମଧ୍ୟ ଗୁଗୁଲ୍ର ଆଣ୍ଡ୍ରଏଡ଼ ୱାନ୍ ପ୍ରକଳ୍ପ ଦ୍ୱାରା ପରିଚାଳିତ ଏବଂ ବକ୍ସ ବାହାରେ ଏହା ଆଣ୍ଡ୍ରଏଡ଼ ୯ପାଇକୁ ଚଳାଏ ।

ରଘୁ ରେଡ୍ଡି, କାଟାଗୋରୀ ଆଣ୍ଡ ଅନ୍ଲାଇନ୍ ସେଲ୍ସ ମୁଖ୍ୟ, ସାଓମି ଇଣ୍ଡିଆ ପ୍ରକାଶ କରିଛନ୍ତି, “ଏମ୍ଆଇ ଏ୩ ସହିତ ଆକର୍ଷଣୀୟ ବୈଶିଷ୍ଟ୍ୟମାନ ଥିବା ଆଉ ଏକ ଆଣ୍ଡ୍ରଏଡ଼ ୱାନ୍ ଫୋନ୍ର ଶୁଭାରମ୍ଭ କରି ଆମେ ଆମର ଏମ୍ଆଇ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛୁ । ଏମ୍ଆଇ ଏ୩ର ବିଭିନ୍ନ ଅଭିନବ ବୈଶିଷ୍ଟ୍ୟମାନଙ୍କ ମଧ୍ୟରେ ରହିଛି ଏକ ୪୮ ଏମ୍ପି ଆଇଏମ୍ଏକ୍ସ୫୮୬ ସେନ୍ସର୍ ଥିବା ପଛର ଟ୍ରିପଲ୍ କ୍ୟାମେରା ।\’ ଜନ୍ ଗୋଲ୍ଡ, ପାର୍ଟନର୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ, ଗୁଗୁଲ୍ କହିଛନ୍ତି, “ଏହି ବର୍ଷ ଆଣ୍ଡ୍ରଏଡ଼ ୱାନ୍ ଶୃଙ୍ଖଳରେ ଏକ ବୃହତ୍ ଡିଭାଇସ୍ ସଂଯୋଗ କରିବା ପଇଁ ସାଓମି ସହିତ ଆମର ସହବନ୍ଧିତାକୁ ସଂପ୍ରସାରିତ କରି ଆମେ ଖୁବ୍ ଉତ୍ସାହିତ ।” ସେ ଆଉ ମଧ୍ୟ କହିଛନ୍ତି ଯେ, “ସମସ୍ତ ନୂତନ ଏମ୍ଆଇ ଏ୩ ଏକ ଅପ୍-ଟୁ-ଡେଟ୍ ତଥା ସହଜରେ ବ୍ୟବହାର କରିହେଉଥିବା ଏକ ସଫ୍ଟଓୟାର୍ ଅନୁଭୂତି ପ୍ରଦାନ କରିବ, ଯେଉଁଥିରେ ରହିଛି ବ୍ୟବହାରକାରୀଙ୍କୁ ସବୁବେଳେ ସୁରକ୍ଷିତ ରଖୁଥିବା ଇନ୍ବିଲ୍ଟ ମଲ୍ଓୟାର୍ ପ୍ରୋଟେକ୍ସନ୍ ଓ ନିୟମିତ ସିକ୍ୟୁରିଟି ଅପ୍ଡେଟ୍ ।”


Share It

Comments are closed.