ୱିଙ୍କ୍ ରିୱାଇଣ୍ଡ୍‌ରେ ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆ ଗୀତର ତାଲିକା ପ୍ରକାଶିତ


ଭୁବନେଶ୍ୱର: ଭାରତର ଏକ ନମ୍ବର ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପ୍ ୱିଙ୍କ୍ ମ୍ୟୁଜିକ୍ ପକ୍ଷରୁ ୱିଙ୍କ୍ ମ୍ୟୁଜିକ୍ ରିୱାଇଣ୍ଡ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ବ୍ୟକ୍ତିଗତ ଉପଭୋକ୍ତା ଅନୁଭୂତି ଯେଉଁଥିରେ ବର୍ଷ ସାରା ଶ୍ରୋତାମାନଙ୍କ ଦ୍ୱାରା ଶୁଣାଯାଇଥିବା ଶୀର୍ଷ କଳାକାର, ଆଲ୍‌ବମ୍‌, ସଙ୍ଗୀତ ଓ ପ୍ଲେଲିଷ୍ଟ ଆଦି ସାମିଲ ରହିଛି । ଏହାବ୍ୟତୀତ ୱିଙ୍କ୍ ପକ୍ଷରୁ ଦେଶ ଓ ରାଜ୍ୟଗୁଡିକ ପାଇଁ ଏହାର ଶୀର୍ଷ ତାଲିକା ପ୍ରକାଶ କରାଯାଇଛି ଯାହା ପ୍ଲାଟ୍‌ଫର୍ମରେ ଶୀର୍ଷ ସଙ୍ଗୀତ, ଆଲ୍‌ବମ୍‌, ପ୍ଲେଲିଷ୍ଟ ସମେତ ସର୍ବାଧିକ ଷ୍ଟ୍ରିମ୍ ହୋଇଥିବା କଳାକାରଙ୍କୁ ଆଲୋକପାତ କରୁଛି । ଏହି ଆପ୍‌ରେ ତେଲୁଗୁ, କନ୍ନଡ ଓ ତାମିଲ ଭାଷାର ସଙ୍ଗୀତରେ ବର୍ଦ୍ଧିତ ଆଗ୍ରହ ଦ୍ୱାରା ପରିଚାଳିତ ହୋଇ ଆଂଚଳିକ ସଙ୍ଗୀତର ଅଂଶ ୩୮%ରୁ ୫୪%କୁ ବୃଦ୍ଧି ପାଇଛି । ହିନ୍ଦୀ ଇଂରାଜୀ ସଙ୍ଗୀତର ଅଂଶ ସ୍ଥିର ରହିଛି । ଏଥିରେ ଓଡ଼ିଶାରେ ସର୍ବାଧିକ ଷ୍ଟ୍ରିମ ହୋଇଥିବା ଶୀର୍ଷ ୩ଟି ଓଡିଆ ଗୀତ ମଧ୍ୟରେ ତତେ ପାଇ ମୁଁ, ଲାଗେ ପ୍ରେମ ନଜର ଓ ଜାନୁ ତମେ ଚମ୍‌କୁଚ ଆଦି ସାମିଲ ରହିଛି, ଯେବେକି ଓଡ଼ିଆ ସିଙ୍ଗର ହ୍ୟୁମାନ୍ ସାଗର, ଅସିମା ପଣ୍ଡା, ଅରୁଣ ମନ୍ତ୍ରୀ ଶୀର୍ଷ ୩ ଜଣ କଳାକାରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେହିପରି ପ୍ରୁଫ୍ ବାଏ ବିଟିଏସ୍ ଟପ୍ ଗ୍ଲୋବାଲ ଆଲ୍‌ବମ୍ ହୋଇଥିବା ବେଳେ ଭାରତର ସବୁଠାରୁ ଲୋକପ୍ରିୟ ସ୍ୱାଧୀନ କଳାକାର ହୋଇଛନ୍ତି ଆଦିତ୍ୟ ଏ । ପ୍ଲାଟ୍‌ଫର୍ମରେ ଥିବା ସ୍ୱାଧୀନ କଳାକାରଙ୍କ ସଂଖ୍ୟା ୩୦୩ ରହିଥିବା ବେଳେ ସେମାନଙ୍କ ଦ୍ୱାରା ନିର୍ମିତ ସଙ୍ଗୀତ ସଂଖ୍ୟା ୫୧୫ ରହିଛି । ୱିଙ୍କ୍ ରିୱାଇଣ୍ଡ୍ ୱିଙ୍କ୍ ମ୍ୟୁଜିକ୍ ଆପ୍‌ରେ ଉପଲବ୍ଧ ରହିଛି । ଏହି ଆପ୍ ପ୍ରତ୍ୟେକ ଶ୍ରୋତାଙ୍କ ପାଇଁ କଷ୍ଟମାଇଜ୍‌ଡ ହୋଇଥିବା ୧୦୦ ମିଲିୟନରୁ ଅଧିକ ପର୍ସନାଲାଇଜ୍‌ଡ ପ୍ଲେଲିଷ୍ଟ୍ ସୃଷ୍ଟି କରିବ ଯେଉଁମାନେ ୨୦୨୨ରେ ୱିଙ୍କ୍‌ରେ ସର୍ବନିମ୍ନ ୨୦ଟି ସଙ୍ଗୀତକୁ ଷ୍ଟ୍ରିମ୍ କରିଛନ୍ତି ।
ୱିଙ୍କ୍ ରିୱାଇଣ୍ଡ୍‌ର ଶୁଭାରମ୍ଭ ଅବସରରେ ଏୟାରଟେଲ୍ ଡିଜିଟାଲର ସିଇଓ ଆଦର୍ଶ ନାୟର କହିଛନ୍ତି, ‘ଆମେ ଆମର ଗ୍ରାହକଙ୍କ ପାଇଁ ୱିଙ୍କ୍ ରିୱାଇଣ୍ଡ୍‌ର ଶୁଭାରମ୍ଭ କରି ଆନନ୍ଦିତ । ଆମେ ଚଳିତ ବର୍ଷ ବିଭିନ୍ନ ସମୟରେ ଶ୍ରୋତାଙ୍କ ମୁଡ୍‌କୁ କ୍ୟାପ୍‌ଚର କରିଛୁ ଏବଂ କଳାକାରଙ୍କ ପାଇଁ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଉପଭୋକ୍ତା ଦୃଷ୍ଟିକୋଣକୁ ଏକାଠି କରିଛୁ ଯେଉଁମାନେ ଏବେ ନିଜର ଶୀର୍ଷ ସଙ୍ଗୀତଗୁଡିକର ଯାତ୍ରାକୁ ଜାଣିପାରୁଛନ୍ତି । ୱିଙ୍କ୍ ବିଭିନ୍ନ ଭାଷାରେ ସ୍ୱାଧୀନ ଓ ଆଂଚଳିକ ସଙ୍ଗୀତ କଳାକାରମାନଙ୍କୁ ଭାରତ ଓ ସମଗ୍ର ବିଶ୍ୱକୁ ନିଜର ସଙ୍ଗୀତର ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର କରିବାକୁ ପ୍ରତିବଦ୍ଧ ରହିଛି ।’


Share It

Comments are closed.