ବିଶ୍ୱ ବ୍ୟାଙ୍କ ଶକ୍ତି ରିପୋର୍ଟରେ ଟାଟା ପାୱାରର ଡିଇଆର ଏବଂ ପି୨ପି ବିଦ୍ୟୁତ କାରବାର ପଦକ୍ଷେପକୁ ସ୍ୱୀକୃତି


ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାର ଏହାର ଡିଷ୍ଟ୍ରିବ୍ୟୁଟେଡ୍ ଏନର୍ଜି ରିସୋର୍ସେସ୍ (ଡିଇଆର) ସୁବିଧା ଏବଂ ପିୟର-ଟୁ-ପିୟର (ପି୨ପି) ବିଦ୍ୟୁତ କାରବାରରେ ଅଗ୍ରଣୀ ଶକ୍ତି ଭାବେ ବିଶ୍ୱ ବ୍ୟାଙ୍କ ଶକ୍ତି ରିପୋର୍ଟରେ ସ୍ୱୀକୃତି ପାଇ ଗର୍ବିତ ଅନୁଭବ କରୁଛି । ଅଭିନବ ଫାଇନାନ୍ସିଂ ଏବଂ ରୁଫ୍ ଟପ୍ ସୋଲାର ରକ୍ଷଣାବେକ୍ଷଣ ସହିତ କମ୍ପାନି ଏକ ଦୁଇ ଅଂଶ ବିଶିଷ୍ଟ ଶୁଳ୍କ ମଡେଲ ମାଧ୍ୟମରେ ରାଜସ୍ୱ ବିପଦ ପରିଚାଳନା କରୁଛି ।

ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (ବିଇଏସଏସ) ସ୍ଥାପନ ଠାରୁ ଆରମ୍ଭ କରି ଲାଇଭ ପିୟର-ଟୁ-ପିୟର (ପି୨ପି) ସୌର ଶକ୍ତି କାରବାର ଏବଂ ଅର୍ବାନ ମାଇକ୍ରୋ ଗ୍ରିଡ୍ ସ୍ଥାପନ କରିବା ପର୍ଯ୍ୟନ୍ତ ଟାଟା ପାୱାର ଏହାର ଉପଭୋକ୍ତାମାନଙ୍କୁ ଉନ୍ନତ ପିକ ଲୋଡ ପରିଚାଳନା, ସିଷ୍ଟମ ନମନୀୟତା ଏବଂ ଭରସାଯୋଗ୍ୟ ଶକ୍ତି ସୁନିଶ୍ଚିତ କରିବା ପାଇଁ ବୈଷୟିକ ସଫଳତା ଆଣିଛି । ସମଗ୍ର ଭାରତରେ ନୂତନତା ଏବଂ ସ୍ଥାୟୀ ଶକ୍ତି ସମାଧାନ ପ୍ରଦାନ କରିବା ପାଇଁ ଟାଟା ପାୱାରର ନିରନ୍ତର ପ୍ରୟାସର ଏକ ଅଂଶ ହେଉଛି ଏହି ସ୍ୱୀକୃତି ।

ବିଶ୍ୱ ବ୍ୟାଙ୍କର ଶକ୍ତି ରିପୋର୍ଟ , “ଦି କ୍ରିଟିକାଲ ଲିଙ୍କ: ଏମପାୱାରିଂ ୟୁଟିଲିଟିଜ ଫର ଦି ଏନର୍ଜି ଟ୍ରାନଜିସନ’ ରେ ଦିଲ୍ଲୀରେ ଏହାର ବିତରଣ ଶାଖା ମାଧ୍ୟମରେ ଟାଟା ପାୱାର ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ଭାରତରେ ଶକ୍ତି ବଣ୍ଟନ ଉପରେ ଏହାର ପରିବର୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରାଯାଇଛି । ଉନ୍ନତ ରୁଫ ଟପ ସୋଲାର ସିଷ୍ଟମ ଏବଂ ଅଭିନବ ଆର୍ôଥକ ବ୍ୟବସ୍ଥାର କାର୍ଯ୍ୟକାରିତା ମାଧ୍ୟମରେ ଟାଟା ପାୱାର କେବଳ ଉପଭୋକ୍ତାଙ୍କ ପାଇଁ ଶକ୍ତି ଖର୍ଚ୍ଚ ହ୍ରାସ କରିନାହିଁ ବରଂ ପରିବେଶ ରକ୍ଷଣାବେକ୍ଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଟାଟା ପାୱାରର ଅଭିନବ ଶୁଳ୍କ ପ୍ରଣାଳୀ ଏବଂ ରୁଫ ଟପ ସୋଲାର ପ୍ରଣାଳୀର ଏକୀକରଣ ଗ୍ରାହକମାନଙ୍କୁ ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ଶକ୍ତି ଆବଶ୍ୟକତାକୁ ଦକ୍ଷତାର ସହ ପରିଚାଳନା କରିବାରେ ସକ୍ଷମ କରିଛି ।

ପିୟର ଟୁ ପିୟର (ପି୨ପି) ପ୍ରକଳ୍ପ ଅଧୀନରେ କମ୍ପାନି ବ୍ଲକଚେନ୍ ପ୍ରଯୁକ୍ତି ବ୍ୟବହାର କରି ପ୍ରୋସୁମର୍ସ (ଯେଉଁମାନେ ଉଭୟ ଶକ୍ତି ଉତ୍ପାଦନ କରନ୍ତି ଏବଂ ବ୍ୟବହାର କରନ୍ତି) ମାନଙ୍କୁ ସେମାନଙ୍କର ଅତିରିକ୍ତ ସୌର ଶକ୍ତି କାରବାର କରିବାକୁ ଅନୁମତି ଦେଇଛି ।

ବିଶ୍ୱ ବ୍ୟାଙ୍କ ଶକ୍ତି ରିପୋର୍ଟ ଦ୍ୱାରା ଟାଟା ପାୱାରର ସ୍ୱୀକୃତି, ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି । ଟାଟା ପାୱାର ନିରନ୍ତର ଶକ୍ତିର ବ୍ୟବହାରକୁ ପ୍ରୋସ୍ଚାହିତ କରି ଏବଂ ଉନ୍ନତ ୟୁଟିଲିଟି ସେବା ମାଧ୍ୟମରେ ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।


Share It

Comments are closed.