ବିନା କ୍ୟାନସରରେ ମହିଳାଙ୍କୁ ଭୁଲରେ ଡାକ୍ତର ଦେଲେ କେମୋ ଥେରାପୀ


କେରଳର ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ଏହା ଘଟିଛି ଯେ, ଡାକ୍ତର ଜଣକ ଏକ ମହିଳାଙ୍କୁ କ୍ୟାନସର ସେ ପୀଡିତ ଥିବାର କହି ତାଙ୍କୁ କେମୋ ଥରେପୀ ଦେଇ ଦେଇଛନ୍ତି । ପରେ ମହିଳାଙ୍କ ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀଙ୍କ କହିବା ମୁତାବକ ଏକ ଘରୋଇ ଲ୍ୟାବର ରିପୋର୍ଟ ଅନୁଯାୟୀ ମହିଳାଙ୍କୁ କ୍ୟାନସର ସଂକ୍ରମଣ ହୋଇଥିବାର ଜଣା ପଡିଥିଲା । ଏହି ରିପୋର୍ଟର ଆଧାରରେ ସରକାରୀ ହସ୍ପିଟାଲର ଜଣେ ଡାକ୍ତର କିଛି ନ ବୁଝି ସଙ୍ଗେ ସଙ୍ଗେ ତାଙ୍କୁ କେମୋ ଥେରାପୀ ଦେଇ ଦେଇଥିଲେ ।
କେରଳର ମାୱାଲିକକରାରେ ଥିବା ଏହି ମହିଳା ଜଣକ କହିଥିଲେ ଯେ, ତାଙ୍କ ଛାତିରେ ଏକ ଅସୁବିଧା ଥିଲା । ଯେଉଁଥିପାଇଁ ୨୮ ଫେବୃଆରୀରେ ହସ୍ପିଟାଲର ଜେନେରାଲ ସର୍ଜରୀ ବିଭାଗ, ମହିଳାଙ୍କ ଉପଚାର କରାଇଥିଲେ । ଏହା ପରେ ତାଙ୍କର ସଫଳ ପରୀକ୍ଷା ପାଇଁ ହସ୍ପିଟାଲ ଏକ ଘରୋଇ ଲ୍ୟାବକୁ ପଠାଇଦେଇଥିଲା । କିନ୍ତୁ ରିପୋର୍ଟ ମୁତାବକ ତାଙ୍କୁ କ୍ୟାନସର ହୋଇଥିବାର ଜଣା ପଡିଥିଲା । ଯେଉଁଥିପାଇଁ ଡାକ୍ତର ତାଙ୍କୁ ତୁରନ୍ତ କେମୋ ଥେରାପୀ ଦେଇ ଦେଇଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, କିନ୍ତୁ ଦୁଇ ସପ୍ତାହ ପରେ ଯେତେବେଳେ ହସ୍ପିଟାଲ ପକ୍ଷରୁ ରିପୋର୍ଟ ଆସିଥିଲା ସେତେବେଳେ ଜଣାପଡିଲା ଯେ, ମହିଳାଙ୍କ କ୍ୟାନସର ହୋଇ ନାହିଁ । ଏହା ପରେ ତୁରନ୍ତ ମହିଳାଙ୍କ କେମୋ ଥେରାପୀ ବନ୍ଦ କରାଇ ଦିଆଯାଇଥିଲା ଏବଂ ତାଙ୍କୁ ଜେନେରାଲ ୱାର୍ଡ ସିଫ୍ଟ କରାଇ ଦିଆଯାଇଥିଲା ।
ଏହା ପରେ ସଫଳ ପରୀକ୍ଷଣ ହୋଇଥିବା ମହିଳାଙ୍କ ପରବର୍ତ୍ତୀ ରିପୋର୍ଟକୁ ତିରୁବନ୍ତପୁରମସ୍ଥିତ ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ପଠାଯାଇଥିଲା । ଏହା ପରେ ରିପୋର୍ଟ ଯାହା ବାହାରିଲା ତାହା ସମସ୍ତଙ୍କ ଚକିତ କରିଦେଇଥିଲା । ରିପୋର୍ଟ ଅନୁଯାୟୀ ମହିଳା କେବେବି କ୍ୟାନସରରେ ପିଡୀତ ହିଁ ନଥିଲେ ।
ମହିଳା ଜଣକ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟତରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ ସ୍ୱରୁପ କହିଛନ୍ତି ଯେ, “ବିନା କାରଣରେ କେମୋ ଥେରାପୀ ହୋଇଥିବା ହେତୁ ତାଙ୍କ ଶରୀରରେ ସ୍ୱାସ୍ଥ୍ୟଗତ ଜନିତ ଅନେକ ସମସ୍ୟା ଉପୁଜୁଛି ।”


Share It

Comments are closed.