ଓଡିଶାରୁ ଆସିଲା ଶାହାରୁଖଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା


ଓଡିଶାର ‘କଳିଙ୍ଗ ସେନା’ ନାମକ ଏକ ସ୍ଥାନୀୟ ସଙ୍ଗଠନ କିଙ୍ଗ ଖାନ ‘ଶାହାରୁଖ ଖାନ’ଙ୍କୁ ଧମକ ଦେଇଛନ୍ତି । କଳିଙ୍ଗ ସେନା, ଶାହାରୁଖଙ୍କୁ ଚେତାବନୀ ଦେଇ କହିଛି ଯେ, ସେ ଯଦି ଆଗାମୀ ସପ୍ତାହରେ ହକି ବିଶ୍ୱ କପକୁ ଉଦଘାଟନ କରିବାକୁ ଓଡିଶା ଆସିବେ ତେବେ ତାଙ୍କ ବିରୋଧରେ କଳା ପତକା ପ୍ରଦର୍ଶନ କରାଯିବା ସହ ତାଙ୍କ ମୁହଁରେ କାଳି ମଧ୍ୟ ପକାଯିବ ।
କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି ଯେ, ୧୭ ବର୍ଷ ପୂର୍ବେ ଶାହାରୁଖଙ୍କ ରିଲିଜ ହୋଇଥିବା ଫିଲ୍ମ ଆଶୋକାରେ ‘ଓଡିଶା’ ଏବଂ ଏହାର ଲୋକଙ୍କ ପ୍ରତି ବହୁତ ଅପମାନ କରାଯାଇଥିଲା ।
୨୦୦୧ରେ ରିଲିଜ ହୋଇଥିବା ଫିଲ୍ମ ‘ଆଶୋକା’ବିରୋଧରେ ଓଡିଶାରେ ସେହି ସମୟରେ ପ୍ରବଳ ବିଦ୍ରୋହ ହୋଇଥିଲା । ସେହି ସମୟରେ ଏହି ଫିଲ୍ମକୁ ନେଇ ଏତେ ମାତ୍ରରେ ବିଦ୍ରୋହ ହୋଇଥିଲା ଯେ, ଫିଲ୍ମଟିକୁ ସପ୍ତାହ ମଧ୍ୟ ସମସ୍ତ ହଲ ମାନଙ୍କୁ ହଟାଇ ଦିଆଯାଇଥିଲା ।
କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ହକି ବିଶ୍ୱ କପକୁ ଉଦଘାଟନ କରାଇବା ପାଇଁ ଆମନ୍ତ୍ରଣ କରିଛନ୍ତି । ପ୍ରକାଶ ଥାଉକି ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ହକି ବିଶ୍ୱ କପ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ।
ଓଡିଶାରେ ହେବାକୁ ଥିବା ହକି ବିଶ୍ୱ କପରେ ଶାହାରୁଖଙ୍କ ଆଗମନକୁ ନେଇ ବିଭିନ୍ନ ମହଲରୁ ପ୍ରସଂଶା ଏବଂ ଉତ୍ସାହ ଦେଖାଯାଉଥିବାବେଳେ ଏବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ତାଙ୍କ ଆଗମକୁ ପ୍ରଶ୍ନ ଉଠାଇଛନ୍ତି ।
ପ୍ରକାଶ ଥାଉକି, ହକି ବିଶ୍ୱ କପରେ ହେବାକୁ ଥିବା, ଓøପଚାରିକ ଜାତୀୟ ସଙ୍ଗୀତ ଗାନ ସମୟରେ ଶାହାରୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିଜରରେ ଶାହାରୁଖଙ୍କର ଖୁବ ପ୍ରସଂଶା କରିଥିଲେ । ଯେଉଁଥିପାଇଁ ଶାହାରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, “ହକି ବିଶ୍ୱ କପ ପାଇଁ ଏହା ହେଉଛି ଆମ କର୍ତ୍ତବ୍ୟ । ”


Share It

Comments are closed.