ଶ୍ରାବଣରେ କାହିଁକି କରିବେ ଶିବ ଆରାଧନା, ଜାଣନ୍ତୁ ଏହାର କଣ ରହିଛି ମହତ୍ତ୍ୱ


ହିନ୍ଦୁ  ଧର୍ମାନୁସାରେ ଭଗବାନ ଶିବ ଦେବ ଶ୍ରେଷ୍ଠ ବୋଲି ମାନ୍ୟତା ରହିଛି ତେଣୁ ତାଙ୍କୁ ଦେବ ଦେବ ମହାଦେବ ବୋଲି ମଧ୍ୟ କୁହାଯାଏ ସେ ସଂହାରକର୍ତ୍ତା ମଧ୍ୟ ଏବଂ ଭଗବାନ ଶିବଙ୍କୁ ସମଗ୍ର ବିଶ୍ୱର ପିତା ଏବଂ ପାର୍ବତୀଙ୍କୁ  ବିଶ୍ୱର ମାତା ବୋଲି ମଧ୍ୟ କୁହାଯାଏ ଭଗବାନ ଶିବଙ୍କ ଉପାସନା ଦ୍ୱାରା ବହୁ ପ୍ରକାରର ସମସ୍ୟାର ସମାଧାନ ସହିତ ସମସ୍ତ ପ୍ରକାରର  ମନୋସ୍କାନା ପୂର୍ଣ୍ଣ କରିଥାନ୍ତି ଶିବ ଭଗବାନଙ୍କର ଜନ୍ମ ଏବଂ ମୃତ୍ୟୁ ସମ୍ପର୍କରେ କୌଣସି ଶାସ୍ତ୍ରରେ ଉଲ୍ଲେଖ ନାହିଁ ତେଣୁ ତାଙ୍କର କୌଣସି ଆଦି ନାହିଁ କି ଅନ୍ତ ନାହିଁ

ବର୍ଷର ୧୨ ମାସ ମଧ୍ୟରେ ଶ୍ରାବଣ ମାସ ଶିବ ଉପାସନା କରିବା ପାଇଁ ଉପଯୁକ୍ତ ବିବେଚନା କରାଯାଇଥାଏ ଏହି ମାସ ପବିତ୍ରମାସ ଅଟେ ଏବଂ ଏହି ମାସରେ ସିବ ଉପାସନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ଶ୍ରାବଣ ମାସରେ ଶୈବ ଶ୍ରଦ୍ଧାଳୁମାନେ କାଉଡିରେ ଜଳ ନେଇ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିଥାନ୍ତି ଏହା ଦ୍ୱାରା ସେମାନଙ୍କୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି   

ପୂର୍ବକାଳରେ ହିନ୍ଦୁଧର୍ମରେ ଶୈବ ଧର୍ମ ସବୁଠାରୁ ଲୋକପ୍ରିୟ ଧର୍ମ ଥିଲା ବର୍ତ୍ତମାନ ମଧ୍ୟ ବହୁ ହିନ୍ଦୁ ଧର୍ମାବଲମ୍ବୀ ଶୈବ ପୂଜା କରୁଛନ୍ତି ତନ୍ତ୍ର ଏବଂ ମନ୍ତ୍ର ପରମ୍ପରାରେ ଶିବ ଭଗବାନଙ୍କୁ ଖୁବ ଲୋକପ୍ରିୟ ଦେବତା ବୋଲି ମନାଯାଏ ଶିବ ଭଗବାନଙ୍କର ବିଭିନ୍ନ ନାମ ମଧ୍ୟରେ ନୀଳକଣ୍ଠ, ଜଟାଧାରୀ, ତ୍ରୀନାଥ,ପାର୍ବତୀପତି, ଗଙ୍ଗାଧର ଏବଂ ଭୋଳାବାବା ଇତ୍ୟାଦି ରହିଛି

ଭଗବାନ ଶିବ ଭୋଳାବାବା ସାଜି କେବେ କୋପ କରନ୍ତି କେବେ ବରଦାତା ସାଜି ଭକ୍ତଙ୍କୁ ବରଦାନ କରିଥାନ୍ତି କିନ୍ତୁ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ କିଛି ସ୍ୱତନ୍ତ୍ର ପୂଜା ଏବଂ ମନ୍ତ୍ରର ଆବଶ୍ୟକତା ପଡିଥାଏ ଭଗବାନ ଶିବଙ୍କୁ କୋପେ ବର ଏବଂ ତପେ ବର ମଧ୍ୟ କୁହାଯାଏ ଭଗବାନ ଶିବଙ୍କ କଥାକୁ ନେଇ ବହୁ ବହି, ପୁରାଣ ଏବଂ କିମ୍ବଦନ୍ତୀ ମଧ୍ୟ ରହିଛି ଭକ୍ତମାନେ ନିଜର ବହୁ ଦିନର ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଆରାଧନା ସହିତ, ତ୍ରୀନାଥ ମେଳା, ଷୋଳ ସୋମବାର ବ୍ରତ, ଶ୍ରାବଣ ମାସ ବ୍ରତ ଇତ୍ୟାଦି କରିଥାନ୍ତି ଆସନ୍ତୁ ଜାଣିବା କାହିଁକି କରିବା ଶୈବ ପୂଜା

.   ଭୋଳାବାବା ଶୀଘ୍ର ବରଦାନ କରିଥାନ୍ତି ଯଦି ଆପଣ ଶୁଦ୍ଧ ମନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ତେବେ ଆପଣଙ୍କ ମନୋସ୍କାନା ଖୁବ ଶୀଘ୍ର ପୂରଣ ହୋଇପାରିବ

.   ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ଖୁବ ସହଜ ଭଗବାନ ଶିବ ଅନ୍ୟ ଦେବୀ ଦେବତାମାନଙ୍କ ପରି ଗହଣା, ବସ୍ତ୍ର ଉପକରଣ ଆବଶ୍ୟକ କରିନଥାନ୍ତି କିଛି ବେଲ ପତ୍ର,ଦୁଦୁରା ଫୁଲ, ବିଭୂତି ଏବଂ ଜଳ ଦ୍ୱାରା ଭୋଳାବାବାଙ୍କ ମନକୁ ଜିତି ହେବ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ  

.   ପାର୍ବତୀ ପତି ମହାଦେବ ଏକ ଭଲ ସ୍ୱାମୀ ଥିଲେ ସେ ପାର୍ବତୀଙ୍କୁ ସମ୍ମାନ, ସେହ୍ନ, ଶ୍ରଦ୍ଧା ପ୍ରଦାନ କରିବା ସହିତ ସମାଜରେ ନାରୀଙ୍କୁ କିପରି ସମ୍ମାନ, ଅଧିକାର ପ୍ରଦାନ କରିବେ ସେ ଏହାର ଉଦାହରଣ ତାଙ୍କର ପରିବାର ପ୍ରତି ଏକ ଆଶକ୍ତିଭାବ ରହିଥିଲା ଯାହା ଦ୍ୱାରା ଶିବ ପୂଜା କରିବା ଦ୍ୱାରା ଘରେ ଶାନ୍ତି ଶୃଙ୍ଖଳା ରହିବା ସହିତ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲପାଇବା ସ୍ନେହ ବୃଦ୍ଧି ପାଇଥାଏ  

.   ସେ ଜ୍ଞାନ ଏବଂ ବୁଦ୍ଧିର ଦେବତା ଭଗବାନ ଶିବ ଗଙ୍ଗାଙ୍କ ରୂପରେ ସମଗ୍ର ବିଶ୍ୱରେ ଜ୍ଞାନ ଏବଂ ବୃଦ୍ଧି ବିସ୍ତାର କରିଥାନ୍ତି ସେ ଏକାଧାରାରେ ସଂଗୀତକାର, ନୃତ୍ୟକାର ଏବଂ ଗାୟକ ମଧ୍ୟ ତେଣୁ ଭଗବାନ ଶିବଙ୍କୁ ପୂଜା  କରିବା ଦ୍ୱାରା ବୃଦ୍ଧି ଏବଂ ଜ୍ଞାନ ବୃଦ୍ଧି ପାଇଥାଏ

ଆସନ୍ତୁ ଜାଣିବେ କିପରି କରିବେ ଶିବ ପୂଜା

.   ଆପଣ ଯଦି ଭଗବାନ ଶିବଙ୍କର ଭକ୍ତ ତେବେ ଘରେ ଶିବଙ୍କ ଲିଙ୍ଗ ଅପେକ୍ଷା ଭଗବାନଙ୍କ ମୂର୍ତ୍ତୀ ପୂଜା କରନ୍ତୁ ଏବଂ ବହୁ ପ୍ରକାରର ମୂର୍ତ୍ତୀ ଏବଂ ଲିଙ୍ଗ ବ୍ୟତୀତ ଗୋଟିଏ ମୂର୍ତ୍ତୀ ରଖି ପୂଜା କରନ୍ତୁ କାରଣ ଘରେ ଶିବଙ୍କର ଗୋଟିଏରୁ ଅଧିକ ମୂର୍ତ୍ତୀ ପୂଜା ଦ୍ୱାରା ଘରେ ବିପରୀତ ପ୍ରଭାବ ପଡିଥାଏ

.   ସେହି ମୂର୍ତ୍ତୀ ସମ୍ମୁଖରେ ସର୍ବଦା ପ୍ରଣାୟାମ କରିବା ସହିତ ପୂଜା କରିବା ସମୟରେ କିଛି ସମୟ ଧ୍ୟାନରେ ବସନ୍ତୁ

.   ସର୍ବଦା ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ

.   ଭଗବାନ ଶିବଙ୍କୁ ବେଲପତ୍ର, ବିଭୂତି, ଦୁଦୁରା ଫୁଲ ଦେଇ ପୂଜା କରନ୍ତୁ

.   ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଇ କିଛି ଦୁଗ୍ଧ, ଜଳ ଅର୍ପଣ କରନ୍ତୁ

.   ଯଦି ଆପଣ ମୂର୍ତ୍ତୀ ପୂଜା କରୁଛନ୍ତି ତେବେ ମୂର୍ତ୍ତୀକୁ ଭଲ ଭାବେ ପରିସ୍କାର କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ପୂଜା କରନ୍ତୁ

.   ଶ୍ରାବଣ ମାସରେ ଆପଣ ପ୍ରତି ସୋମବାର ମନ୍ଦିର ଯାଇ ଶିବଙ୍କ ଉପରେ ଜଳର ବିଷର୍ଜନ କରିପାରିବେ  

    


Share It

Comments are closed.