ଦୁବାଇରେ ଫସିଥିବା ସୋନୁ ନିଗମଙ୍କୁ ନେଇ ସୋସିଆଲ ମିଡିଆରେ ଝଡ଼, ଗିରଫ ପାଇଁ ଉଠୁଛି ଦାବି


ବଲିଉଡ ସିଙ୍ଗର ସୋନୁ ନିଗମ ଏବେ ଦୁବାଇର ଅଛନ୍ତି ଏବଂ ସେଠାରେ ଭର୍ଚୁଆଲ କନସର୍ଟ କରୁଛନ୍ତି । ବର୍ତମାନ ପୁରା ଦୁନିଆରେ ଚାଲିଥିବା ଲକଡାଉନ କାରଣରୁ ସୋନୁ ନିଗମ ଦୁବାଇରେ ଫସି ରହିଛନ୍ତି । କିନ୍ତୁ ତାଙ୍କର ଦୁବାଇରେ ରହିବାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ଦେଖାଯାଇଛି । ତିନି ବର୍ଷ ପୂର୍ବେ ଅଜାନକୁ ନେଇ ସୋନୁ ନିଗମ କରିଥିବା ଟ୍ୱିଟ ଏବେ ଏହାର କାରଣ ହୋଇଯାଇଛି ।

ସୋନୁଙ୍କର ଏହି ପୁରୁଣା ଟ୍ୱିଟକୁ ନେଇ ଅନେକ ଲୋକ ସୋନୁ ନିଗମଙ୍କ ଗିରଫଦାରୀ ପାଇଁ ଦୁବାଇ ପୋଲିସଙ୍କୁ ଦାବି କରିଛନ୍ତି । ଗତ କିଛି ଦିନ ହେବ ସୋନୁ ନିଗମଙ୍କ ଦ୍ୱାରା ୩ ବର୍ଷ ପୂର୍ବେ ଅଜାନକୁ ନେଇ କରାଯାଇଥିବା ଟ୍ୱିଟରର ସ୍କ୍ରିନସଟ ଲଗାତର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


ଟ୍ୱିଟରେ କୁହାଯାଉଛି ଯେ ସୋନୁ ନିମଗଙ୍କୁ ଭାରତରେ ଅଜାନ କାରଣରୁ ଶୋଇବାରେ ଅସୁବିଧା ହେଉଥିଲା । ତାଙ୍କ ଟ୍ୱିଟରେ ତିନିବର୍ଷ ପୂର୍ବେ ମଧ୍ୟ ଝଡ଼ ଦେଖାଯାଇଥିଲା । ଏବେ ପୁଣିଥରେ ଏହି ଟ୍ୱିଟ ଚାରିଆଡ଼େ ଖେଳୁଛି ଏବଂ ତାଙ୍କୁ ଗିରଫ କରିବାର ଦାବି ମଧ୍ୟ କରାଯାଉଛି । ଏହି ସବୁ ହଙ୍ଗାମା ପରେ ସୋନୁ ନିଗମ ନିଜର ଟ୍ୱିଟର ଆକାଉଂଟ ଡିଲିଟ୍ କରିଦେଇଛନ୍ତି ।


Share It

Comments are closed.