ଦିନିକିଆରେ କୋହଲି ଏବଂ ରୋହିତଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ


ଗତ କିଛି ଦିନ ହେବ ଦିନିକିଆ କ୍ରିକେଟରେ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜୋରସେ ଚାଲିଛି । ଦୁଇ ଜଣଙ୍କ ମଧ୍ୟରେ କିଏ ସର୍ବାଧିକ ରନ ସଂଗ୍ରହ କରିବ ସେଥିପାଇଁ ପ୍ରତିଯୋଗିତା ଚାଳିଛି । ଏହି ପରିପ୍ରେକ୍ଷୀରେ “ହିଟ ମ୍ୟାନ” ରୋହିତ ଶର୍ମା ୧୯୨ଟି ମ୍ୟାଚ ଖେଳି ୧୦,୦୦୦ ରନ ସଂଗ୍ରହ କରିପାରି ନଥିବାବେଳେ ଅପରପକ୍ଷରେ ବିରାଟ କୋହିଲ ୧୦,୦୦୦ ରନ କ୍ଲବରେ ସର୍ବପ୍ରଥମ ଖେଳାଳୀ ରୂପେ ନିଜ ସ୍ଥାନକୁ ପକ୍କା କରି ସାରିଲେଣି ।
ପୂର୍ବରୁ ରୋହିତ ଦଳରେ ମଧ୍ୟମକ୍ରମରେ ବ୍ୟାଟିଂ ପାଇଁ ଆସୁଥିଲେ କିନ୍ତୁ ୨୦୧୩ରେ ରୋହିତଙ୍କ କ୍ରିକେଟ କ୍ୟାରିୟରେ ଏକ ନୂତନ ମୋଡ ଆସିଲା । ପୂର୍ବତ୍ତନ ଅଧିନାୟକ ଧୋନି, ରୋହିତଙ୍କୁ ମିଡିଲ ଅର୍ଡରୁ ବାହର କରି ତାଙ୍କୁ ଓପନର ରୂପେ ଖେଳାଇବା ପାଇଁ ନିଷ୍ପତି ନେଇଥିଲେ । ଏହା ପରେ ରୋହିତ ପଛକୁ ଫେରି ଆଉ ଚାହିଁ ନାହାନ୍ତି ଏବଂ ବର୍ତ୍ତମାନ ସେ ବିରାଟ କୋହଲିଙ୍କୁ ଟକ୍କର ଦେଉ ଥିବାର ଦେଖିବାକୁ ମଧ୍ୟ ମିଳୁଛି । ସେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ନାମରେ ତିନୋଟି ଦ୍ୱି ଶତକ ହାସଲ କରିବାର କୀର୍ତ୍ତି ରହିଛି ।
ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟରେ ୨୦୧୩ ମସିହାରେ ଓପନର ରୂପେ ନିଜ ଇଂନିସ ଆରମ୍ଭ କରିଥିଲେ । ରୋହିତ ୫୯.୪୮ ହାରରେ ୫୪୧୩ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୯ଟି ଶତକ ମଧ୍ୟ ସାମିଲ ରହିଛି । ସେହିଭଳି ବିରାଟ ୬୬.୪୫ ହାରରେ ୬୩୧୩ ରନ ସଂଗ୍ରହ କରିଛନ୍ତ । ଯେଉଁଥିରେ ବିରାଟଙ୍କ ନାମରେ ୨୩ଟି ଶତକ ମଧ୍ୟ ରହିଛି ।
ରୋହିତ ଶର୍ମା ବର୍ତ୍ତମାନ ସୁଧା ୧୯୨ଟି ଦିନିକିଆ ମ୍ୟାଚ ଖେଳି ୭୩୯୧ ରନ ସଂଗ୍ରହ କରଛନ୍ତି, ଯେଉଁଥିରେ ତାଙ୍କ ନାମରେ ୨୧ଟି ଶତକ ଏବଂ ୩୬ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ରୋହିତ ଦିନିକିଆରେ ତିନୋଟି ଦ୍ୱି ଶତକ ହାସଲ କରିଥିବା ବିଶ୍ୱର ଏକମାତ୍ର ଖେଳାଳୀ ହୋଇଥିବାବେଳେ ବିରାଟ ୨୧୫ଟି ମ୍ୟାଛ ଖେଳୀ ୧୦୧୯୯ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୩୮ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି ।


Share It

Comments are closed.