ହ୍ବାଟସ୍ ଆପ୍ ନିକଟରେ ଏହାର FAQ ପେଜରେ Disappearing Message କିପରି କାର୍ଯ୍ୟ କରିବ ତାହା ବିଷୟରେ ଦର୍ଶାଇଥିଲା | ବର୍ତ୍ତମାନ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ନୂତନ ଫିଚର ଲଞ୍ଚ କରିଛି। ହ୍ବଟସ୍ ଆପ୍ Disappearing Message | ହ୍ବାଟସ୍ ଆପର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଫେସବୁକ୍ ଏବଂ ଫେସବୁକ୍ ଏକ ପ୍ରେସ ମିଟ ଜାରି କରି ଏହି ନୂଆ ଫିଚର ଲଞ୍ଚ କରିବାକୁ ଘୋଷଣା କରିଛି।
ଫେସବୁକ୍ କହିଛି ଯେ ହ୍ବାଟସ୍ ଆପ୍ ରେ ହୋଇଥିବା ବାର୍ତ୍ତାଳାପକୁ ବ୍ୟକ୍ତିଗତ ରଖିବା ଉଦ୍ଦେଶ୍ୟରେ କମ୍ପାନୀ Disappearing Messageକୁ ଲଞ୍ଚ କରୁଛି। ଫେସବୁକ୍ ଅନୁଯାୟୀ, ଯେତେବେଳେ ହ୍ବାଟସ୍ ଆପରେ Disappearing Message ଅନ ରହିବ, ଏହି ସମୟ ମଧ୍ୟରେ ଚାଟ୍ ର ସମସ୍ତ ବାର୍ତ୍ତା ସାତ ଦିନ ମଧ୍ୟରେ ଅଦୃଶ୍ୟ ହୋଇଯିବ | କମ୍ପାନୀ ଅନୁଭବ କରୁଛି ଯେ ଏହା କରିବାବେଳେ ହ୍ବାଟସ୍ ଆପ୍ ଚାଟ୍ ଅଧିକ ବ୍ୟକ୍ତିଗତ ଏବଂ ସୁରକ୍ଷିତ ହୋଇପାରିବ।
ହ୍ବାଟସ୍ ଆପ୍ ଇଣ୍ଡିଭିଜୁଆଲ ବା ୱାନ ଅନ ୱାନ ଚାଟରେ ଉଭୟଙ୍କ ମଧ୍ୟରେ ଯେକେହି ଜଣେ ମଧ୍ୟ Disappearing Message ଟର୍ନ୍ କିମ୍ବା ଅଫ୍ କରିପାରିବେ | ତଥାପି ଗ୍ରୁପ ଚାର୍ଟରେ ଏହି ବିକଳ୍ପ କେବଳ ଆଡମିନିଙ୍କ ପାଇଁ ଉପଲବ୍ଧ ହେବ |
ଏହି ଫିଚରର ଅପଡେଟ୍ ଏହି ମାସରେ ସମସ୍ତଙ୍କୁ ଦିଆଯିବ ବୋଲି କମ୍ପାନୀ କହିଛି। ଆଇଫୋନ୍, ଆଣ୍ଡ୍ରଏଡ୍ ଏବଂ KaiOS ବ୍ୟବହାରକାରୀଙ୍କୁ ଏହି ଫିଚର ଦିଆଯିବ |
Comments are closed.