ହ୍ୱାଟସଆପ୍‌ର ନୂଆ ଫିଚର, ଖୁବ୍ ଶୀଘ୍ର ଗ୍ରୁପ୍‌ରେ ଆଡ୍ ହୋଇପାରିବେ ୧୦୦୦ ରୁ ଅଧିକ ଲୋକ


ହ୍ୱାଟସଆପ୍‌ ରେ ନୂଆ ନୂଆ ଅପଡେଟ୍‌ ଜାରି ରହିଛି, ଯାହାଫଳରେ ୟୁଜରଙ୍କୁ ଭଲ ସୁବିଧା ମିଳିପାରିବ। ହ୍ୱାଟସଆପ୍‌ରେ ନୂଆ ଫିସର୍ଚ ଚାଟିଂରେ ମଧ୍ୟ ଏବେ ଦେଖିବାକୁ ମିଳିବ। ଏବେ ହ୍ୱାଟସଆପ୍‌ ଆଉ ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି କରୁଛି, ଯାହାକି ବିଶେଷ ଭାବରେ ଗ୍ରୁପ୍‌ ପାଇଁ ଅଣାଯିବ। ହ୍ବାଟସଆପ୍‌ ଖୁବ୍ ଶୀଘ୍ର ନିଜର ପୁରୁଣା ଫିଚରରେ ଅପଡେଟ୍ କରିବାକୁ ଯାଉଛି, ଯାହାଫଳରେ ଗ୍ରୁପ୍‌ରେ ୧,୦୨୪ ପାର୍ଟିସିପେଣ୍ଟଙ୍କୁ ଆଡ୍‌ କରାଯାଇ ହେବ। ହ୍ୱାଟସଆପ୍‌ ଟ୍ରାକର WABetaInfo ଏହି କଥାର ସୂଚନା ଦେଇଛି। କୁହାଯାଉଛି ଯେ,ଏହି ଫିଚରକୁ ହ୍ୱାଟସଆପ୍‌ କିଛି ବିଟା ଟେଷ୍ଟର୍ସଙ୍କ ପାଇଁ ଆଗକୁ କରିଛି, ଯାହାକି ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଦୁଇଟି ୟୁଜର୍ସଙ୍କ ପାଇଁ ରହିଛି। ପୂର୍ବରୁ ବିଟା ୟୁଜର୍ସଙ୍କ ପାଇଁ ଡକ୍ୟୁମେଣ୍ଟର କ୍ୟାପସନ୍ ସହିତ ସେୟାର କରୁଥିବା ଫିଚର ଦିଆଯାଇଛି।

ଏହା ପୂର୍ବରୁ ଜୁନ୍‌ରେ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଗ୍ରୁପ୍‌ରେ ୫୧୨ ପର୍ଯ୍ୟନ୍ତ ପାର୍ଟିସିପେଣ୍ଟଙ୍କୁ ଜୋଡିବାର ସୁବିଧା ଦିଆଯାଇଥିଲା। WABetaInfoଏହାକୁ ନେଇ ସ୍କ୍ରିନସଟ୍‌ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ଦେଖାଯାଇ ପାରେ ଯେ, ନୂଆ ଫିଚାର କିଭଳି ଦେଖାଯିବ। ଏହାଛଡା ୟୁଜର୍ସଙ୍କ ପ୍ରାଇଭେସୀକୁ ଧ୍ୟାନରେ ରଖି ନୂଆ ଫିଚର୍ସ ନେଇକି ଆସୁଛି। ରିପୋର୍ଟ ଅନୁସାରେ, କମ୍ପାନୀ ପେଣ୍ଡିଂ ଗ୍ରୁପ୍‌ ପାର୍ଟିସିପେଣ୍ଟ ଫିଚର ନେଇକି ଆସୁଛି। ବର୍ତ୍ତମାନ ଏହି ଫିଚର ଡେଭଲପମେଣ୍ଟ ଫେଜ୍‌ରେ ରହିଛି। ଏହି ଆପ୍‌କୁ ଭବିଷ୍ୟତରେ ଆସୁଥିବା ଅପଡେଟ୍‌ ସହିତ ରୋଲଆଉଟ୍‌ କରାଯିବ। ସ୍କ୍ରିନ୍‌ସଟ୍‌ ଅନୁସାରେ, ଗ୍ରୁପ୍ ଇନଫୋରେ ପେଣ୍ଡିଂ ପାର୍ଟିସିପେଣ୍ଟଙ୍କ ନାଁର ଏକ ନୂଆ ଆଡିସନାଲ ସେକ୍ସନ ମିଳିବ। ଏହା ଉପରେ କ୍ଲିକ୍ କରି ଗ୍ରୁପ୍‌ ଆଡମିନ୍‌ଙ୍କୁ ସେହି ଲୋକଙ୍କ ରିକ୍ବେଷ୍ଟ ଦେଖିବାକୁ ମିଳିବ, ଯେଉଁ ଗ୍ରୁପ୍‌ରେ ସାମିଲ ହେବାକୁ ଚାହାନ୍ତି।


Share It

Comments are closed.