ଆଣ୍ଠୁଗଣ୍ଠି ବାତ ରୋଗ ପାଇଁ କିଛି ସହଜ ଘରୋଇ ଉପଚାର


ବହୁ ଲୋକେ ଆଣ୍ଠୁଗଣ୍ଠି ବାତ ରୋଗରେ ପିଡୀତ । ବୟସ ଅନୁଯାୟୀ ଏହି ରୋଗ ଶରୀରରେ ଅଧିକରୁ ଅଧିକ ପ୍ରଭାବ ପକାଇଥାଏ । ଏହା ଶରୀରର ସମସ୍ତ ଗଣ୍ଠିକୁ ପ୍ରଭାବ ପକାଇଥାଏ । ଏହାର ଶୀଘ୍ର ଚିହ୍ନଟ ଦ୍ୱାରା ଆପଣ ଏହି ରୋଗର ଚିକିତ୍ସା କରିପାରିବେ । ତେଣୁ ଏହି ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ ଅବଗତ ହେବା ଆବଶ୍ୟକ ।
ଆସନ୍ତୁ ଜାଣିବା ଏହାର କିଛି ଲକ୍ଷଣ ସମ୍ପର୍କରେ –
ଆଣ୍ଠୁଗଣ୍ଠି ବାତ ଲମ୍ବା ଅବଧିର ରୋଗ ଯାହା ଧିରେ ଧିରେ ଜଣାପଡିଥାଏ । ଏହାର ଲକ୍ଷଣ ଗୁଡିକ ମଧ୍ୟରେ ଆଣ୍ଠୁଗଣ୍ଠି ବିନ୍ଧିବା, ଫୁଲିଯିବା, ଜମିଯିବା ଏବଂ ଆଣ୍ଠୁଗଣ୍ଠି କାମ ନ କରିବା ପରି ସମସ୍ୟା ପରିଲକ୍ଷିତ ହୁଏ । ଏହି ଲକ୍ଷଣ ଗୁଡିକ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଭିନ୍ନ । ଲକ୍ଷଣ ଗୁଡିକୁ ଅଣଦେଖା କରିବା ଦ୍ୱାରା ଏହା ଭବିଷ୍ୟତରେ ଅଧିକ ବଢିଯାଇଥାଏ ଏବଂ ଏହାର ନିରାକରଣ ଖୁବ କଷ୍ଟଦାୟକ ହୋଇଥାଏ । ଏହାକୁ ଡାକ୍ତରଙ୍କ ପରମର୍ଶରେ େଓøଷଧ, ବ୍ୟାୟାମ କିମ୍ବା ଘରୋଇ ଉପାୟରେ ଭଲ କରାଯାଇପାରିବ ।
ବର୍ତ୍ତମାନ ଏହାର ନିରାକରଣ ସମ୍ବନ୍ଧରେ ଜାଣିବା
ଆଣ୍ଠୁଗଣ୍ଠି ବାତ ପାଇଁ ଉପଯୁକ୍ତ ଖାଦ୍ୟ –
ଆଣ୍ଠୁଗଣ୍ଠି ବାତରୁ ମୁକ୍ତି ପାଇବା ପାଇଁ କିଛି ଓମେଗା-୩ ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ମଧ୍ୟରେ ସାଲମନ, ଟୁନା, ମେରକେଲ ମାଛ, ଚିଆ ମଞ୍ଜି, ଫ୍ଲାକ୍ସ ମଞ୍ଜି ଏବଂ ୱାଲନଟ ଇତ୍ୟାଦି ରହିଛି ।
ଭିଟାମିନ ଏ, ସି ଏବଂ ଇ ପରି ଖାଦ୍ୟ ମଧ୍ୟ ଏହାର ନିରାକରଣ ପାଇଁ ଉପଯୁକ୍ତ । ଏହା ନିରାକରଣ ପାଇଁ ଜାମୁକୋଳି, କାନବେରି, ଷ୍ଟ୍ରବେରି, ଡାର୍କ ଚକଲେଟ, ପାଳଙ୍ଗ, ବ୍ରୋକଲି, ଗ୍ରିନ ଟି, ଅଙ୍ଗୁର ଏବଂ ରାଜମା ପରି ଖାଦ୍ୟ ଉପଯୁକ୍ତ ।

ଆଣ୍ଠୁଗଣ୍ଠି ବାତ ପାଇଁ କିଛି ଘରୋଇ ଉପାୟ –
୧- ବ୍ୟାୟାମ- ଆପଣ ପ୍ରତିଦିନ ଚାଲିବା କିମ୍ବା କିଛି ସ୍ୱତନ୍ତ୍ର ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ଏହା ପୂର୍ବରୁ ବ୍ୟାୟାମ ସମ୍ପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଖୁବ ଆବଶ୍ୟକ ।
୨- ବେକିଙ୍ଗ ସୋଢା – ପ୍ରତିଦିନ ବେକିଙ୍ଗ ସୋଢା ପିଇବା ଦ୍ୱାରା ଆପଣ ଆଣ୍ଠୁଗଣ୍ଠି ବାତ ଜନିତ ସମସ୍ୟାରୁ ମୁକ୍ତି ପାଇବେ ବୋଲି ବୈ÷ଜ୍ଞାନିକମାନେ ମତ ଦିଅନ୍ତି । ଏଥିରେ ଥିବା ସୋଡିୟମ ବାଇକାର୍ବେନେଟ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରର ହାଡ ଏବଂ ଗଣ୍ଠିକୁ ସୁସ୍ଥ ରଖିଥାଏ ।
୩- ଥଣ୍ଡା ବା ଗରମ ପାଣି ସେକ- ଘରେ ଆପଣ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଫୁଲା ସମୟରେ ଗରମ ପାଣି କିମ୍ବା ଥଣ୍ଡା ପାଣିର ସେକ ଦେଇପାରିବେ । ଏହା ଦ୍ୱାରା ବିନ୍ଧା ବିନ୍ଧି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବା ସହିତ ଫୁଲା ମଧ୍ୟ କମ ହୋଇଥାଏ ।
୪- ଖାଦ୍ୟ ପେୟ – ଆପଣ ଆଣ୍ଠୁଗଣ୍ଠି ବାତର ସମସ୍ୟା ଭୋଗ କରୁଥିଲେ ଅଧିକ ପରିମାଣର ଅଦା, ରସୁଣ, ସବୁଜ ପନିପରିବା ଇତ୍ୟାଦି ଖାଇବା ଖୁବ ଭଲ । ଗ୍ରିନ ଟି ମଧ୍ୟ ଏହି ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏକ ସଠିକ େଓøଷଧ ଭାବେ କାମ କରିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ େଓøଷଧ ଏବଂ ଖାଦ୍ୟପେୟରେ ଯତ୍ନ ନେଲେ ଆମ୍ଭେମାନେ ସମୟ ଥାଉଥାଉ ଏହି ସମସ୍ୟାରୁ ମୁକ୍ତି ପାଇପାରିବା ।


Share It

Comments are closed.