ଲିପଷ୍ଟିକର ରଙ୍ଗରୁ ଜାଣିହେବ ବ୍ୟକ୍ତିର ସ୍ୱଭାବ


ବର୍ତ୍ତମାନ ଲିପଷ୍ଟିକ ଲଗାଇବା ଏକ ପ୍ରକାରର ଫ୍ୟାସନ ହୋଇଯାଇଛି । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଲିପଷ୍ଟିକ ରଙ୍ଗ ଲଗେଇବାକୁ ପସନ୍ଦ କରିଥାନ୍ତି । ଜାଣନ୍ତି କି ଆପଣଙ୍କର ଏହି ଲିପଷ୍ଟିକର ରଙ୍ଗ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଭିନ୍ନ ଭିନ୍ନ ବର୍ଣ୍ଣନା କରିଥାଏ । ଆସନ୍ତୁ ଜାଣିବା କଣ କୁହେ ଆପଣଙ୍କ ଲିପଷ୍ଟିକ ରଙ୍ଗ ଆପଣଙ୍କ ବିଷୟରେ ।

୧. ଲାଲ ଲିପଷ୍ଟିକ

ଯଦି ଆପଣଙ୍କୁ ଲାଲ ରଙ୍ଗର ଲିପଷ୍ଟିକ ପସନ୍ଦ ତେବେ ଆପଣ ବ୍ରାଇଟ ଏବଂ ଉଚ୍ଚାକାଂକ୍ଷୀ । ସେହି ପ୍ରକାରର ବ୍ୟକ୍ତିତ୍ୱ କୌତୁହଳକୁ ପସନ୍ଦ କରୁଥିବା ବେଳେ ସେମାନେ କାର୍ଯ୍ୟ ପ୍ରତି ଡେଡକେଟଡ ଏବଂ ପରିଶ୍ରମୀ ହୋଇଥାନ୍ତି ।

୨. ଗୋଲାପୀ ବା ପିଚ ଲିପଷ୍ଟିକ

ପ୍ରାୟ ଝିଅଙ୍କର ଗୋଲାପୀ ବା ପିଚ ଲିପଷ୍ଟିକ ଖୁବ ପସନ୍ଦ ହୋଇଥାଏ । ଏହି ପ୍ରକାରର ଲିପଷ୍ଟିକ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଯେକୌଣସି ପରିସ୍ଥିତିରେ ସକରାତ୍ମକ ଚିନ୍ତା କରିଥାନ୍ତି । ସେମାନେ ଆରଗାନାଇଜଡ ଏବଂ ସମ୍ବେଦନଶୀଳ ହୋଇଥାନ୍ତି ।

୩. ପର୍ପଲ ଲିପଷ୍ଟିକ

ଏହି ପ୍ରକାରର ଲିପଷ୍ଟିକ ବ୍ୟବହାର କରୁଥିବା ମହିଳା ଦଃସାହାସିକ ଏବଂ ରୁଲ-ବ୍ରେକର ହୋଇଥାନ୍ତି । ସେମାନେ ପାରମ୍ପରିକ ଜିନିଷ ତଥା ଆଡଜଷ୍ଟମେଣ୍ଟ କୁ ପସନ୍ଦ କରନ୍ତି ନାହିଁ । ସେମାନେ ଖୁବ ବୋଲ୍ଡ ଏବଂ ସାହାସପୂର୍ଣ୍ଣ କାମ କରିବା ସହିତ ଭଲ ଆଇଡିଆ ମଧ୍ୟ ପ୍ରଦାନ କରିଥାନ୍ତି ।

୪. ନ୍ୟୁଡ ଲିପଷ୍ଟିକ

ଯଦି ଏହା ଆପଣଙ୍କ ପ୍ରିୟ ଲିପଷ୍ଟିକ ରଙ୍ଗ ତେବେ ଷ୍ଟାଇଲିସ ବୋଲି ଧରାଯାଏ । ସେମାନେ ଆବେଗ ପୂର୍ଣ୍ଣଭାବେ ଦୃଢ ହେବା ସହିତ ଗ୍ରୁପରେ ଯେକୌଣସି ଅସୁବିଧାର ସମାଧାନ ପ୍ରଦାନ କରିବାରେ ସକ୍ଷମ ଥାଆନ୍ତି ।

୫. ବ୍ରାଉନ ଲିପଷ୍ଟିକ

ବ୍ରାଉନ ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ହୃଦୟରୁ ଖୁବ ଭଲ ହୋଇଥାନ୍ତି । ସେମାନଙ୍କ ପାଇଁ ପ୍ରେମ ଶାସ୍ୱତ । ଯେକୌଣସି ପରିସ୍ଥିତିରେ ସେମାନେ ଆପଣଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ସେମାନେ କିଛି କରୁଥିବା କାମ ଖୁବ ଆଗ୍ରହର ସହିତ କରିଥାଆନ୍ତି ।

୬. କମଳା ରଙ୍ଗ

ଏହି ରଙ୍ଗ ପସନ୍ଦ କରୁଥିବା ଝିଅମାନେ ବୋଲ୍ଡ ଏବଂ କୌତୁହଳପୂର୍ଣ୍ଣ ହୋଇଥାନ୍ତି । ସେମାନେ ସବୁସ୍ଥାନରେ ପ୍ରଶଂସାର ପାତ୍ର ହେବା ସହିତ ସେମାନଙ୍କ ବିନା କୌଣସି କାମ ଆରମ୍ଭ ହୋଇନଥାଏ । ସେମାନେ ଲୋକଙ୍କ ପ୍ରିୟ ପାତ୍ର ରୂପେ ବିବେଚିତ ହୋଇଥାନ୍ତି ।


Share It

Comments are closed.