ଗୁପଚୁପ ପରେ ଦାର୍ଜିଲିଂରେ ମୋମୋ ପ୍ରସ୍ତୁତ କରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ . . .


ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗର ମୁଖ୍ୟମାନ୍ତ୍ରୀ ମମତା ବାନାର୍ଜୀ ସର୍ବଦା ନିଜର ବିବାଦିୟ ମନ୍ତବ୍ୟ ଏବଂ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ମମତା ବାନାର୍ଜୀ  ଦାଜିର୍ଲିଂର ସ୍ଥାନୀୟ ଲୋକମାନଙ୍କୁ  ଗୁପଚୁପ ଖୁବାଇବାକୁ ଦେଇ ଆଶ୍ଚର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସେ ଦାର୍ଜିଲିଂରେ ଏକ ଛୋଟ ସେଲରଙ୍କ ଘରେ ମୋମୋ ପ୍ରସ୍ତୁତ କରୁଛନ୍ତି ।

ଏହି ଫଟୋଟିକୁ ତୃଣମୂଳ କଂଗ୍ରେସର ଜଣେ ଯୁବ ସଦସ୍ୟ ଦିପଙ୍କର ଦାସ ସେୟାର କରିଛନ୍ତି । ଯେଉଁଥିରେ ମମତା ଏକ ଛୋଟ ରୋଷେଇ ଘରେ ନିଜ ହାତରେ ମୋମୋ ପ୍ରସ୍ତୁତ କରୁଛନ୍ତି ଏବଂ ସେହି ମହିଳା ଜଣଙ୍କ ସହିତ କଥା ବାର୍ତା କରୁଛନ୍ତି ।

ପୂର୍ବରୁ ୨୦୧୯ ମସିହାରେ ସେ କୋଲକାତାରୁ ଦୀଘା ରାସ୍ତାରେ ଫେରୁଥିବା ସମୟରେ ଏକ ଚାହା ଷ୍ଟଲରେ ରହି ସ୍ଥାନୀୟ ଲୋକମାନଙ୍କୁ ନିଜ ହାତରେ ଚାହା କରି ପ୍ରଦାନ କରିଥିଲେ  । ମମତା ବାନାର୍ଜୀ ବର୍ତ୍ତମାନ ତିନିଦିଆ ଦାର୍ଜଲିଂ ଗ୍ରସ୍ତରେ ଅଛନ୍ତି ଯେଉଁଠି ଗୋରଖନାଥ ଟୁଟୋରିଆଲ ଆଡମିନିଷ୍ଟ୍ରେସନ (ଜିଟିଏ)ର ୪୫ ଜଣ ନୂତନ ଚୟନିତ ସଦସ୍ୟ ଶପଥ ଗ୍ରହଣ କରିବେ ।


Share It

Comments are closed.