ସମୁଦ୍ର କୂଳରେ ବଂଶୀ ବଜାଉଥିବାର ନଜର ଆସିଲେ ଧାୱନ, ଭିଡିଓ ଭାଇରାଲ


ଭାରତୀୟ ଦଳର ବାମହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳିଥାଏ । ସେ ସର୍ବଦା ନିଜ ଇନଷ୍ଟାଗ୍ରାମରେ କିଛି ନା କିଛି ଭିଡିଓ ସେୟାର କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଏହି ମଧ୍ୟରେ ଶିଖର ନିଜ ଇନଷ୍ଟାଗ୍ରାମରେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ।ଧାୱାନ ବର୍ତ୍ତମାନ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ସମୁଦ୍ରକୁଳରେ ବଂଶୀ ବଜାଉଥିବାର ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହି ଭିଡିଓକୁ ପ୍ରଶଂସା କରିବା ସହ ଏହା ଖୁବ ଜୋରସେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।


ସେ ଏହି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି ଯେ, “ନୂଆ ଆରମ୍ଭ… ଗଛ, ପବନ, ସମୁଦ୍ର ଏବଂ ସଙ୍ଗୀତ = ପରମାନନ୍ଦ” । ଧାୱାନ ବର୍ତ୍ତମାନ ‘ଭାରତୀୟ-ଏ’ ଦଳର ଅଂଶ ଥିବାବେଳେ ସେ ଖୁବ ଶୀଘ୍ର ଆଗାମୀ ଦିନରେ ହେବାକୁ ଥିବା ସାଉଥ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛନ୍ତି ।


Share It

Comments are closed.