ମଝି ପଡିଆରେ ଲାଇଭ କମେଣ୍ଟ୍ରି କରୁଥିବାବେଳେ ପୋଲକଙ୍କ ଫାଟିଲା ପ୍ୟାଣ୍ଟ


ସେଞ୍ଚୁରିଆନରେ ପାକିସ୍ତାନ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଖଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଚାଲିଥିବା ଏହି ଟେଷ୍ଟ ମ୍ୟାଚର ଲଞ୍ଚ ସମୟରେ ଦର୍ଶକମାନେ ଏଭଳି ଏକ ଘଟଣା ଦେଖିଲେ, ଯାହାକୁ ଦେଖି ସେମାନେ ହସି ହସି ବେଦମ ହୋଇଗଲେ ।
ଘଟଣା ଏଭଳି କିଛି ଘଟିଥିଲା ଯେ, ଯାହାକୁ ଆପଣ ଦେଖିଲେ ମଧ୍ୟ ହସି ହସି ବେଦମ ହୋଇଯିବେ । ପ୍ରକାଶ ଥାଉକି ଆଫ୍ରିକାର ପୂର୍ବତ୍ତନ ଖେଳାଳୀ ‘ସନ ପୋଲକ’ ଲଞ୍ଚ ସମୟରେ ପଡିଆ ମଝିରେ କମେଣ୍ଟ୍ରି କରିଥିବାବେଳେ ତାଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଥିଲା । ଯାହାକି ପଡିଆରେ ଉପସ୍ଥିତ ଥିବା ଦର୍ଶକ ଦେଖିନେବା ସହ ଲାଇଭ ଟିଭିରେ ମଧ୍ୟ ଏହି ଘଟଣା କଏଦ ହୋଇଯାଇଥିଲା ।

ଘଟଣା ଏହା ଘଟିଲା ଯେ, ପଡିଆରେ ଏକ୍ସପୋର୍ଟର ଭୂମିକା ନିର୍ବାହ କରୁଥିବା ପୋଲକ ଏବଂ ପୂର୍ବତ୍ତନ ଅଧିନାୟକ ସ୍ମିଥଙ୍କ ଚାଲିଥିବା ଟେଷ୍ଟ ମ୍ୟାଚ ଉପରେ ଯେତେବେଳେ ଚର୍ଚ୍ଚା କରୁଥିଲେ ସେଥିବେଳେ ପୋଲକଙ୍କୁ କ୍ୟାଚ ଧରିବାର ଏକ ଟ୍ୟାକ୍ସ ଦିଆଯାଇଥିଲା । ଏହି କ୍ୟାଚକୁ ଧରିବାକୁ ଗଲାବେଳେ ତାଙ୍କ ପେଣ୍ଟ ଫାଟିଯାଇଥିଲା ।
ପୋଲକଙ୍କ ପେଣ୍ଟ ଫାଟିଯିବା ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ଏହି ଘଟଣାକୁ ଦେଖିବା ସହ ଲାଇଭ ଟିଭିରେ ମଧ୍ୟ ସମସ୍ତ କ୍ରିକେଟ ପ୍ରେମୀ ଏହାକୁ ଦେଖିନେଇଥିଲେ । ଯାହା ଦ୍ୱାରା ତାଙ୍କୁ ବହୁତ ହଟହଟା ହେବାକୁ ମଧ୍ୟ ପଡିଥିଲା ।
ଏହା ପରେ ପୋଲକଙ୍କ ପାଇଁ ଏକ ଟଉଲିଆ ଆସିଲା, ଯାହା ଫଳରେ ସେ ଉକ୍ତ ଟଉଲିଆକୁ ପିନ୍ଧି ପଡିଆ ବାହରକୁ ଯାଇଥିଲେ


Share It

Comments are closed.