ଏୟାରଟେଲ୍ ଅନ୍ଲାଇନ୍ ଷ୍ଟୋରରେ ଭିଭୋ ଭି୧୧ ପ୍ରୋ


ଭାରତର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ଏହାର ଅନ୍ଲାଇନ୍ ଷ୍ଟୋରରେ ଭିଭୋ ଭି୧୧ ପ୍ରୋ ଉପଲବ୍ଧ ହେଉଥିବା ଘୋଷଣା କରିଛି । ଏହି ସ୍ମାର୍ଟଫୋନର ଡାଉନ ପେମେଣ୍ଟର ମୂଲ୍ୟ ମାତ୍ର ୪,୨୯୯ ଟଙ୍କା ରହିଛି । ଗ୍ରାହକମାନେ ଇଏମ୍ଆଇ ଉପରେ ଏୟାରଟେଲ୍ର ବିଲ୍ଟ-ଇନ୍- ପୋଷ୍ଟ ପେଡ଼ ପ୍ଲାନ୍ର ସୁବିଧା ପାଇପାରିବେ, ଯେଉଁଥିରେ ରହିଛି ୧୦୦ଜିବି ଫ୍ରି ଡାଟା, ଅସୀମିତ ଭଏସ୍ କଲିଂ, ଫ୍ରି ରୋମିଂ ଓ ମାଗଣା ଏୟାରଟେଲ୍ ଟିଭି ସଦସ୍ୟତା ଭଳି ଆକର୍ଷଣୀୟ ଅଫର୍ । ଏୟାରଟେଲ ଅନ୍ଲାଇନ୍ ଷ୍ଟୋରରୁ ଭିଭୋ ଭି୧୧ ପ୍ରୋ ପାଇବାକୁ ହେଲେ ଗ୍ରାହକମାନଙ୍କୁ ପ୍ରଥମେ ଙ୍ଗଙ୍ଗଙ୍ଗ.ବସକ୍ସଗ୍ଧରକ୍ଷ.ସଦ୍ଭ/କ୍ଟଦ୍ଭକ୍ଷସଦ୍ଭରଗ୍ଦଗ୍ଧକ୍ଟକ୍ସରକୁ ଲଗ୍ ଅନ୍ କରିବାକୁ ହେବ । ଏହାପରେ ସେମାନେ ଡିଭାଇସ୍ ଲିଷ୍ଟରୁ ଭିଭୋ ଭି୧୧ ପ୍ରୋ ଚୟନ କରିପାରିବେ । ଗ୍ରାହକମାନେ ନିଜର ଯୋଗ୍ୟତା ଯାଞ୍ଚ କରି ଋଣ ଅନୁମୋଦନ ପାଇବେ ଓ ଡାଉନପେମେଣ୍ଟ କରିବେ । ଏହାଦ୍ୱାରା ଗ୍ରାହମାନେ ଦେଇଥିବା ଠିକଣାରେ ସେମାନଙ୍କ ସ୍ମାର୍ଟଫୋନ୍କୁ ପଠାଇ ଦିଆଯିବ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ବାଣୀ ଭେଙ୍କଟେସ, ମୂଖ୍ୟ ବାଣିଜ୍ୟିକ ଅଧିକାରୀ, ଭାରତୀ ଏୟାରଟେଲ୍ ପ୍ରକାଶ କରିଛନ୍ତି ଯେ, “ଭିଭୋ ଭି୧୧ ପ୍ରୋକୁ ଆମ ଅନଲାଇନ୍ ଷ୍ଟୋରରେ ଉପଲବ୍ଧ କରାଇ ଆମେ ଗ୍ରାହକମାନଙ୍କୁ ବ୍ୟୟସାପେକ୍ଷ ମୂଲ୍ୟରେ ୪ଜି ସ୍ମାର୍ଟଫୋନ୍ଗୁଡ଼ିକୁ ଯୋଗାଇଦେଉଛୁ । ଆମେ ଅଧିକରୁ ଅଧିକ ଗ୍ରାହକମାନଙ୍କୁ ପ୍ରିମିୟମ୍ ସ୍ମାର୍ଟଫୋନ୍ଗୁଡ଼ିକ ସହ ଜଡ଼ିତ ରଖି ଏକ ଦୃଢ଼ ସହବନ୍ଧିତା ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ।” ଶ୍ରୀଯୁକ୍ତ ଜିରୋମ ଚେନ୍, ମୂଖ୍ୟ ପରିଚାଳନା ଅଧିକାରୀ , ଭିଭୋ ଇଣ୍ଡିଆ କହିଛନ୍ତି ଯେ, “ଏୟାରଟେଲ୍ ସହିତ ସହଭାଗିତା କରି ଭିଭୋ ଖୁବ୍ ଉତ୍ସାହିତ । ଏହି ସହବନ୍ଧିତାରେ ଭିଭୋ ଭି୧୧ ପ୍ରୋ ଗ୍ରାହକମନେ ଏୟାରଟେଲରୁ ଉଭୟ ଡାଟା ଓ ପେମେଣ୍ଟ ବିକଳ୍ପ କ୍ଷେତ୍ରରେ ଅନେକ ସୁବିଧା ପାଇପାରିବେ । ”


Share It

Comments are closed.