ଭାରତରେ ଲଂଚ୍ ହେଲା ଭିଭୋ ଏସ୍୧ ପ୍ରୋ’


ଭିଭୋ ଏସ୍୧ ପ୍ରୋ ସ୍ମାର୍ଟଫୋନକୁ ଭାରତରେ ଲଂଚ୍ କରାଯାଇଛି । ଭିଭୋର ଏହି ନୂତନ ସ୍ମାର୍ଟଫୋନର ପଛରେ ଡାଇମଣ୍ଡ ସେପ୍ର ରିୟର କ୍ୟାମେରା ସେଟଅପ୍ ରହିଛି । ଏହି ଫୋନ୍ କମ୍ପାନୀର ଏସ୍ ସିରିଜର ଅଂଶ ହୋଇଥିବା ବେଳେ ଏହା ଭିଭୋ ଇଣ୍ଡିଆ ଅନଲାଇନ୍ ଷ୍ଟୋର୍, ଆମାଜନ୍ ଓ ଫ୍ଲିପ୍କାର୍ଟ ସମେତ ଉଭୟ ଅନ୍ଲାଇନ୍୍ ଓ ଅଫ୍ଲାଇନ୍ରେ ଆଜିଠାରୁ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଭିଭୋ ଏସ୍୧ ପ୍ରୋରେ ୪୮ ଏମ୍ପିର ପ୍ରାଇମେରୀ ସେନ୍ସର, ୧୮ଡବ୍ଲ୍ୟୁ ଡୁଆଲ ଇଞ୍ଜିନ୍ ଓ ୮ ଜିବି ରାମ୍ ରହିଛି । ଭାରତରେ ଭିଭୋ ଏସ୍୧ ପ୍ରୋ’ର ୮ଜିବି ରାମ୍+ ୧୨୮ ଜିବି ଷ୍ଟୋରେଜ୍ ଭାରିଆଂଟର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ୍ ମିଷ୍ଟିକ୍ ବ୍ଲାକ୍, ଜୈଜି ବ୍ଲୁ ଓ ଡ୍ରିମି ହ୍ୱାଇଟ୍ କଲରରେ ଉପଲବ୍ଧ ହେବ ।
ଏହି ସ୍ମାର୍ଟଫୋନ୍ ଉପରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍/ଡେବିଟ୍ କାର୍ଡଧାରକଙ୍କୁ ୧୦% କ୍ୟାସବ୍ୟାକ୍ ମିଳିବ । ଏଥିସହିତ କମ୍ପାନୀ ଏହି ଫୋନ୍ ଉପରେ କମ୍ପାନୀ ଗ୍ରାହକଙ୍କୁ ୱାନ୍-ଟାଇମ୍ ଫ୍ରି ସ୍କ୍ରିନ୍ ରିପ୍ଲେସମେଂଟ୍ ମଧ୍ୟ ଦେଉଛି । ଏହି ଦୁଇଟି ଅଫର୍ ଅଫ୍ଲାଇନ୍ ଗ୍ରାହକଙ୍କୁ ମିଳିବ । ସେହିପରି ଅନ୍ଲାଇନ୍ ଗ୍ରାହକଙ୍କୁ ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୱାନ୍ଟାଇମ୍ ଫ୍ରି ସ୍କ୍ରିନ୍ ରିପ୍ଲେସ୍ମେଂଟ୍ ମିଳିବ । ଏହାଛଡା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜିଓ ପକ୍ଷରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପ୍ରଦାନ କରାଯିବ । ଗ୍ରାହକଙ୍କୁ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ମାଧ୍ୟମରେ ଇଏମ୍ଆଇରେ ଏହି ଫୋନ୍ କିଣିଲେ ୧୦%ର କ୍ୟାସ୍ବ୍ୟାକ୍ ମିଳିବ । ଏଥିସହିତ ୯ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍ଆଇ ସୁବିଧା ଉପଲବ୍ଧ କରାଯାଉଛି ।
ଭିଭୋ ଏସ୍୧ ପ୍ରୋରେ ଆଣ୍ଡ୍ରଏଡ୍ ୯ ପାଇ ଆଧାରିତ ଫନ୍ଟଚ୍ ଓଏସ୍ ୯.୨ ଅପରେଟିଂ ସିଷ୍ଟମ, ୬.୩୮ ଇଂଚ୍ ଫୁଲ ଏଚ୍ଡି ସୁପର୍ ଆମୋଲେଡ୍ ଡିସ୍ପ୍ଲେ, ୮ ଜିବି ରାମ୍, ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର, କ୍ୱାଡକ୍ୟାମେରା ସେଟଅପ୍, ୪୮ ଏମପି ପ୍ରାଇମେରୀ କ୍ୟାମେରା, ୮ ଏମପି ସେକେଣ୍ଡାରୀ କ୍ୟାମେରା, ୨ ଏମ୍ପି ମାଇକ୍ରୋ କ୍ୟାମେରା ଓ ୨ ଏମ୍ପି ଡେପ୍ଥ ସେନ୍ସର, ୩୨ ଏମପି ସେଲ୍ଫି କ୍ୟାମେରା, ୧୨୮ ଜିମି ମେମୋରୀ, ୪ଜି ଭଲଟିଇ, ୱାଇଫାଇ(ଡୁଆଲ୍ ବ୍ୟାଣ୍ଡ), ବ୍ଲୁଟୁଥ୍ ଭି୫.୦, ଜିପିଏସ୍/ଏ-ଜିପିଏସ୍, ୟୁଏସବି ଟାଇପ୍-ସି ସପୋର୍ଟ, ୪୫୦୦ ଏମଏଏଚ୍ ବ୍ୟାଟେରୀ, ଇନଡିସପ୍ଲେ ଫିଙ୍ଗରପ୍ରିଂଟ୍ ସେନ୍ସର ଓ ୧୮ ଡବ୍ଲୁ ଡୁଆଲ ଇଞ୍ଜିନ୍ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସୁବିଧା ରହିଛି ।


Share It

Comments are closed.