କିଶୋର କୁମାରଙ୍କ ବଙ୍ଗଳାରେ ରେଷ୍ଟୁରାଣ୍ଟ ଖୋଲିବେ ବିରାଟ


କ୍ରିକେଟର ସବୁ ଫର୍ମାଟରେ ନିଜ ଦବଦବା ଜାହିର କରିବା ପରେ ଏବେ ବ୍ୟବସାୟ ଆଡ଼କୁ ମୁହାଁଉଛନ୍ତି ବିରାଟ । ଆଜ୍ଞା ହଁ ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳୀ ବିରାଟ କୋହଲୀ ନିଜ ଦ୍ୱିତୀୟ ପାଳିର ଆରମ୍ଭ କରିବାକୁ ଯାଉଛନ୍ତି । ଖେଳ ପଡ଼ିଆରେ ନିଜକୁ ସାବ୍ୟସ୍ତ କରିବା ପରେ ସେ ଏବେ ବ୍ୟବସାୟ କରିବାକୁ ମନ ବଳାଇଛନ୍ତି ।

ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ କରି ସାରିଛନ୍ତି । ମୁମ୍ବାଇରୁ ଆରମ୍ଭ କରିବେ ନିଜର ରେଷ୍ଟୁରାଣ୍ଟ ବ୍ୟବସାୟ । ଏଥିଲାଗି ସେ ସ୍ଥାନ ବି ଖୋଜି ସାରିଛନ୍ତି । ଆଉ ସେ ଏଥିପାଇଁ ମହାନ ଗାୟକ କିଶୋର କୁମାରଙ୍କ ଘରକୁ ଚୟନ କରିଛନ୍ତି । ଏଠାରେ ସେ ତାଙ୍କର ପ୍ରଥମ ଆଉଟଲେଟ୍ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏ ନେଇ କିଶୋର କୁମାରଙ୍କ ପୁଅ ନିଜେ ହିଁ ସ୍ୱୀକାର କରିଛନ୍ତି ।


Share It

Comments are closed.