ଆନ୍ତର୍ଜାତିକ କ୍ରିକେଟରେ ନିଜ ୧୧ ବର୍ଷ ପୂର୍ତ୍ତି ଅବସରରେ କିଛି ଏଭଳି ଭାବେ ନିଜ ପ୍ରତିକ୍ରିୟା ରଖିଲେ ବିରାଟ


ଆଜିକୁ ଠିକ ୧୧ ବର୍ଷ ପୂର୍ବେ ୧୮ ଅଗଷ୍ଟ ୨୦୦୮ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିଥିଲେ । ୧୧ ବର୍ଷ ପୂର୍ବେ ଠିକ ଆଜିର ହିଁ ଦିନରେ ବିରାଟ, ଶ୍ରୀଲଙ୍କା ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଆନ୍ତର୍ଜାତିକ କ୍ରିକେଟର ବିରାଟଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ସେ ଟ୍ୱିଟରେ କରି ୨ଟି ଫଟୋ ସେୟାର କରି ନିଜ ପ୍ରଶଂସକଙ୍କ ପାଇଁ ଏକ ଖାସ ବାର୍ତ୍ତା ମଧ୍ୟ ଲେଖିଛନ୍ତି ।

ଦୁନିଆର ସର୍ବଶ୍ରେଷ୍ଠ ଖେଳାଳୀ ରୂପେ କୀର୍ତ୍ତି ହାସଲ କରିଥିବା ଏହି ଖେଳାଳୀ ଆନ୍ତାର୍ଜାତିକ କ୍ରିକେଟରେ ନିଜ ୧୧ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ, ସେ ଏହା ଠାରୁ କେବେବି ଅଧିକ ଆଶା କରିନଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆଜିର ଏହି ଦିନ ଠାରୁ ଆରମ୍ଭ ବର୍ତ୍ତମାନ ପର୍ଯ୍ୟନ୍ତ ମୋର ଏହି ୧୧ ବର୍ଷର ଯାତ୍ରାରେ ମୁଁ ଏହା କେବେବି ଭାବିନଥିଲେ କି ଭଗବାନ ଏଭଳି ଭାବେ ମୋତେ ଆର୍ଶୀବାଦ କରିବେ । ଆପଣ ସମସ୍ତଙ୍କୁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ଆଗକୁ ନେବା ପାଇଁ ଶକ୍ତି ମିଳୁ । ”


Share It

Comments are closed.