ଚାଲୁଣି କହୁଛି ଛୁଞ୍ଚି ପରି ନୀତିରେ କୋହଲି ଆକ୍ଷେପ କଲେ ଅନ୍ୟଙ୍କୁ


ଭାରତରେ ରହି ଅନ୍ୟ ଦେଶର କ୍ରିକେଟରଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଦେଶ ଛାଡି ପଳାଇଯିବା ଉଚିତ ବୋଲି କହି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘରେକୁ ଆସିଯାଇଛନ୍ତି । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଯିବା ସହ ଅନେକ ଦେଶପ୍ରେମୀ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ସେପଟେ ବିରାଟଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଦେଇଛି କାରଣ ସେ ନିଜେ ବିଦେଶୀ ଖେଳାଳୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଦେଶୀ ଜିନିଷ ଖୁବ ପସନ୍ଦ କରନ୍ତି । ଏହା ବାଦ ତାଙ୍କୁ ବିଦେଶରେ ନିଜ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟିବାକୁ ମଧ୍ୟ ବହୁତ ଭଲ ଲାଗିଥାଏ । ତେବେ ଆସନ୍ତୁ ଜାଣିବେ ବିରାଟ କେତେ ‘ବିଦେଶୀ’ ପ୍ରେମୀ ଅଟନ୍ତି ।

୧. ବିରାଟ ଫୁଟବଲ ଏବଂ ଟେନିୟ ଭଳି ଖେଳକୁ ବହୁତ ପସନ୍ଦ କରନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ଏହା ଯେ, ଏହି ଖେଳରେ ତାଙ୍କ ପ୍ରିୟ ଖେଳାଳୀ କୌଣସି ଭାରତୀୟ ନାହାନ୍ତି ବରଂ ସେ ବିଦେଶୀ ଖେଳାଳୀଙ୍କୁ ବହୁତ ପସନ୍ଦ କରନ୍ତି । ବିରାଟ, ଫୁଟବଲ ଷ୍ଟାର ‘କ୍ରିଷ୍ଟିଆନୋ ରୋନାଲ୍ଡୋ’ଙ୍କ ଜଣେ ବଡ ପ୍ରସଂଶକ ଅଟନ୍ତି, ଯିଏକି ଫର୍ତ୍ତୁଗାଲର ଖେଳାଳୀ ଅଟନ୍ତି । କେବଳ ଏତିକି ନୁହେଁ ତାଙ୍କ ପ୍ରିୟ ଫୁଟବଲ ଟିମ ଭାରତ ନୁହେଁ ବରଂ ଜର୍ମାନ ଅଟେ ।
ଯଦି ଆମେ ଟେନିସ କଥା କହିବା ତେବେ ସେ ‘ନୋୱାକ ଜୋକବିଚ’ ଏବଂ ‘ଫେଡରର’ଙ୍କ ବହୁତ ବଡ ପ୍ରସଂଶକ ଅଟନ୍ତି । ଯିଏକି ସେରବିଆ ଏବଂ ନେଦରଲାଣ୍ଡର ଖେଲାଳୀ ଅଟନ୍ତି ।
ଏଥିରୁ ପ୍ରଥମ ପ୍ରଶ୍ନ ଏହା ଯେ, ତାଙ୍କର ପ୍ରିୟ ଖେଳାଳୀଙ୍କ ସୂଚୀରେ ଭାରତୀୟ ଫୁଟବଲ ଷ୍ଟାର ସୁନିଲ ଛେତ୍ରୀ ଏବଂ ଟେନିସରେ ପେସ-ମହେଶ ଭୁପତି କାହିଁକି ନାହାନ୍ତି ?

୨. ବିରାଟଙ୍କୁ ବିଳାସପୂର୍ଣ୍ଣ କାର ବହୁତ ପସନ୍ଦ ଏବଂ ତାଙ୍କର ସମସ୍ତ କାର ବିଦେଶୀ କମ୍ପାନୀର ଅଟେ । ତାଙ୍କ ପାଖରେ ଜର୍ମାନୀ ନିର୍ମିତ ଅଡି କାର ରହିଛି । ବିରାଟଙ୍କ ପାଖରେ ‘ଅଡି ଆର ଆର୮’, ‘ଏ୮’ ଏବଂ ‘କିୟୁ ୭’ଭଳି ବିଳାସପୂର୍ଣ୍ଣ କାର ରହିଛି ।

୩. କୋହଲି ଜର୍ମାନୀ ନିର୍ମିତ ‘ପିୟୁମା’ ଜୋତା ପିନ୍ଧନ୍ତି । ସେ ‘ପିୟୁମା’ର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଟନ୍ତି ଏବଂ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏହି ଜୋତା ପିନ୍ଧିବା ପାଇଁ ଉପଦେଶ ମଧ୍ୟ ଦିଅନ୍ତି । ପ୍ରଶ୍ନ ଏହା ଯେ ଭାରତରେ ନିର୍ମିତ ଜୋତା କାହିଁକି ପସନ୍ଦ କରନ୍ତି ନାହିଁ ।

୪. କେବଳ ଏତିକି ନୁହେଁ ତାଙ୍କୁ ବିଦେଶୀ ପାଣି ପିଇବା ବହୁତ ପସନ୍ଦ କରନ୍ତି । ବିରାଟ ପିଉୁଥିବା ପାଣି ଫ୍ରାନ୍ସରୁ ଆସିଥାଏ । ସେ ଫ୍ରାନ୍ସ ଏୱିୟନ କମ୍ପାନୀର ପାଣି ପିଅନ୍ତି । ଯାହାର ଲିଟ ପିଛା ମୂଲ୍ୟ ୬୦୦ ଟଙ୍କା ।

୫. ଏହା ସହ ବିରାଟ ‘ପାନେରାଇ’ କମ୍ପାନୀର ଘଣ୍ଟା ପିନ୍ଧନ୍ତି । ଏହି କମ୍ପାନୀର ନିର୍ମିତ ଘଣ୍ଟାର ମୂଲ୍ୟ ଲକ୍ଷାଧିକ ଟଙ୍କା ଅଟେ ।

୬. ବିରାଟଙ୍କୁ ବିଦେଶୀରେ ଛୁଟି କାଟିବାକୁ ବହୁତ ପସନ୍ଦ । ସେ ୟୁରୋପରେ ଛୁଟି କାଟିବାକୁ ବହୁତ ପସନ୍ଦ କରନ୍ତି । ସେ ଅନୁଷ୍କାଙ୍କ ସହ ଇଟାଲିରେ ବିବାହ କରିଥିଲେ ।


Share It

Comments are closed.