ବାରମ୍ବାର ୟୁରିନ୍‌ ଇନଫେକ୍ସନ୍ ହେବା ପଛର ମୁଖ୍ୟ କାରଣ ସଂପର୍କରେ ଜାଣନ୍ତୁ


ମହିଳାମାନଙ୍କଠାରେ ୟୁରିନ୍ ଇନ୍‌ଫେକ୍ସନ୍ ହେବା ଏକ ସାଧାରଣ ସମସ୍ୟା। ଏହାଦ୍ୱାରା ସେମାନେ ବହୁତ କଷ୍ଟ ପାଆନ୍ତି। ପେଟରେ ପ୍ରବଳ ଯନ୍ତ୍ରଣା, ପରିସ୍ରା ପୋଡିବା ଏବଂ ଇନଫେକ୍ସନ୍ ଭଳି ଜନ୍ତ୍ରଣାରେ ଛଟପଟ ହୁଅନ୍ତି। ୟୁଟିଆଇ ହେଲେ, ଜୀବାଣୁ ଶୌଚାଳୟ ମାଧ୍ୟମରେ ଭିତରକୁ ଯାଆନ୍ତି ଏବଂ ବେଳେବେଳେ ସେଗୁଡିକ କିଡନୀ, ବ୍ଲାଡର ଓ ସେଗୁଡିକୁ ସଂଯୋଗ କରୁଥିବା ନଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାନ୍ତି। ଯଦି ୟୁଟିଆଇକୁ ଠିକ୍ ସମୟରେ ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ। ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଜାଣିବା କାହିଁକି ମହିଳାମାନଙ୍କୁ ବାରମ୍ବାର ୟୁଟିଆଇ ଇନଫେକ୍ସନ୍ ହୋଇଥାଏ।

ୟୁଟିଆଇ ହେଲେ ବ୍ଲାଡର ଇନଫେକ୍ସନ୍ ହୋଇଯାଏ। ୟୁରିନ୍ ଟେଷ୍ଟ ଦ୍ୱାରା ଏହା ଜଣାପଡିଥାଏ। ଏହା ବ୍ୟତୀତ, ୟୁଟିଆଇ ହେଲେ, ଏହିସବୁ ଲକ୍ଷଣଗୁଡ଼ିକ ଦେଖାଯାଇଥାଏ।

-ପରିସ୍ରା ପୋଡିବା

-ବାରମ୍ବାର ପରିସ୍ରା ଲାଗିବା

-ତଳ ପେଟ ଦରଜ ହେବା

-ପରିସ୍ରା ଦୁର୍ଗନ୍ଧ ହେବା

-ପିଠିର ତଳ ଭାଗରେ ଯନ୍ତ୍ରଣା ହେବା

-ଜର, ବାନ୍ତି ହେବା

କାହିଁକି ବାରମ୍ବାର ହୋଇଥାଏ ୟୁରିନ୍ ଇନଫେକ୍ସନ୍?

-ଇ-କୋଲାଇ ବ୍ୟାକ୍ଟେରିଆ ଯେବେ ଟଏଲେଟ୍ ରାସ୍ତାରୁ ବ୍ଲାଡର୍ ପର୍ଯ୍ୟନ୍ତ ପହଞ୍ଚନ୍ତି। ସେତେବେଳେ ୟୁରିନ୍ ଇନଫେକ୍ସନ୍ ହୋଇଯାଏ।

-ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଇନଫେକ୍ସନ୍ ହୋଇଥାଏ।

-ପାଣି କମ୍ ପିଇବା ଏବଂ ଅନେକ ଥର ଗାଧୋଇବା କାରଣରୁ ମଧ୍ୟ ହୋଇଥାଏ।

-ପବ୍ଲିକ୍ ଟଏଲେଟ୍ ବ୍ୟବହାର କରିବା ଏବଂ କୌଣସି କାରଣରୁ ଅଧିକ ସମୟ ଟଏଲେଟ୍‌ରେ ରହିବା କାରଣରୁ ହୋଇଥାଏ।

-କିଛି ଲୋକଙ୍କୁ କିଡ୍‌ନୀ ଷ୍ଟୋନ୍ ହେବା ଦ୍ୱାରା ବି ଇନଫେକ୍ସନ୍ ହୋଇଥାଏ।

କିପରି ଏଥିରୁ ଦୁରେଇ ରହିବା :

-ୟୁରିନ୍ ଇନଫେକ୍ସନ୍‌କୁ ଏଡାଇବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

-ଫିଜିକାଲ୍ ରିଲେସନ୍ ରଖିବା ପୂର୍ବରୁ ଏବଂ ପରେ ପରିସ୍ରା ଯାଆନ୍ତି।

-ପ୍ରାଇଭେଟ୍ ପାର୍ଟକୁ ଭଲଭାବରେ କ୍ଲିନ୍ ରଖନ୍ତୁ।

-କୌଣସି ପ୍ରକାରର ହାଇଜିନ୍ ସ୍ପ୍ରେର ବ୍ୟବହାର କରନ୍ତୁ ନାହିଁ।

-ଗାଧୋଇବା ସମୟରେ ବାଥ୍ ଟବ୍‌ର କମ୍ ବ୍ୟବହାର କରନ୍ତୁ।

-ଟଏଲେଟ୍‌ରେ ଅଧିକ ସମୟ ରୁହନ୍ତୁ ନାହିଁ।

 


Share It

Comments are closed.