ପୁଣି ଥରେ ମା’ ହେଲେ ‘ଜେହର’ ଫିଲ୍ମର ଅଭିନେତ୍ରୀ ଉଦିତି ଗୋସ୍ୱାମୀ


୨୦୦୫ର କଥା ଫିଲ୍ମ ‘ଜେହର’ ଜରୀଆରେ ଇମ୍ରାନ ହାସମି ଏବଂ ଉଦିତି ଗୋସ୍ୱାମୀଙ୍କ ମଧ୍ୟରୁ ଅନେକ ଗୁଡିଏ ବୋଲ୍ଡ ସିନ ଦେଖିବାକୁ ମିଳିଥିଲା । ଉଭୟଙ୍କର ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହି ଫିଲ୍ମ ପରେ ଅଭିନେତ୍ରୀ ଉଦିତି ଗୋସ୍ୱାମୀ ରାତାରାତି ପୋଷ୍ଟର ଗାର୍ଲ ବନିଯାଇଥିଲେ ।
କିନ୍ତୁ ଏହି ଫିଲ୍ମ ପର ଠାରୁ ସେ ବଲିଉଡ ଠାରୁ ଧିରେ ଧିରେ ଦୂରେଇ ଯାଇଥିଲେ । ସେ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ପ୍ରେମରେ ପଡିବା ପରେ ତାଙ୍କୁ ବିବାହ କରିଥିଲେ ଯାହା ଫଳରେ ସେ ଫିଲ୍ମ ଜଗତରୁ ଧିରେ ଧିରେ ଦୂରେଇ ଯାଇଥିଲେ ।
ସେ ବଲିଉଡରୁ ଦୂରେଇ ଯିବା ପରେ ଏବେ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଆପଣ ଭାବୁଥିବେ ଆମେ ତାଙ୍କର ଆଗାମୀ ଫିଲ୍ମକୁ ନେଇ କୌଣସି ଚର୍ଚ୍ଚା କରୁଛୁ । ତାହା ନୁହେଁ ସେ ବର୍ତ୍ତମାନ ପୁଣି ଥରେ ମା’ ହୋଇଛନ୍ତି । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଦିତି ଅନେକ ଦିନ ପୂର୍ବରୁ ତାଙ୍କର ପ୍ରେଗନେନସି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ପୂର୍ବରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିସାରିଥିବାବେଳେ ଏବେ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି ।


Share It

Comments are closed.