ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ବାହାରୁ ଗିରଫ ହେଲେ ଚାରି ସନ୍ଦିଗ୍ଧ


ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ବାହାରୁ ଚାରୋଟି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ ଆଲୋକ ବର୍ମାଙ୍କ ହିଁ ପିଏସଓ ସେହି ଦୁହେଁ ସନ୍ଦିଗ୍ଧଙ୍କୁ ଘର ଭିତରକୁ ପ୍ରବେଶ କରାଇଥିଲେ । ଏହା ସହିତ ପୋଲିସଙ୍କୁ ମଧ୍ୟ ଡକା ଯାଇଥିଲା । ସନ୍ଦିଗ୍ଧଙ୍କୁ ବର୍ତ୍ତମାନ ପଚାର ଉଚରା ଚାଲିଛି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ସନ୍ଦିଗ୍ଧ ଜଣକ ସିବିଆଇ ନିର୍ଦ୍ଦେଶକଙ୍କ ଘର ବାହାରେ ଅନେକ ସମୟ ହେବ ଛିଡା ହୋଇଥିଲେ ଏବଂ ତାଙ୍କ କିଏ ଆସୁଛି ଏବଂ ଯାଉଛି ତା’ର ସମସ୍ତ ଗତି ବିଧି ଉପରେ ମଧ୍ୟ ନଜର ରଖୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କ ସଂପର୍କରେ କୌଣସି ସଠିକ ସୂଚନା ମିଳି ନାହିଁ ।
ପ୍ରକାଶ ଥାଉକି ସିବିଆଇ ନିଜର ହିଁ ବରିଷ୍ଟ ଡାରେକ୍ଟର ରାକେଶ ଅସ୍ଥାନାଙ୍କ ବିରୋଧରେ ଏଫଆଇଆର ଦାୟର କରିଛି । ତାଙ୍କ ଉପରେ ବାବୁ ସନା ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାର ଅଭିଯୋଗ ଲାଗିଛି । ଏହି ମାମଲା ମାଂସ ବେପାରୀ ମୋଇନ କ୍ୟୁରେସିଙ୍କ ସହ ଯୋଡି ହୋଇ ରହିଛି ।
ସପଟେ ଅସ୍ଥାନା ଏହାର ପ୍ରତିଜବାବରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ ଲାଞ୍ଚ ନେବାର ଅଭିଯୋଗ ମଧ୍ୟ ଲାଗଇଛନ୍ତି । ଏହି ମାମଲାରେ ଏଜେନ୍ସି ସିବିଆଇର ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରିଛି । ଡିଏସପି ଦେବେନ୍ଦ୍ର କୁମାର ଆସ୍ଥାନାଙ୍କ ବହୁତ ନିକଟସ୍ଥ ଥିଲେ । ସିବିଆଇ ତାଙ୍କ ଘରେ ଚଢାଉ କରି ୮ଟି ମୋବାଇଲ ଫୋନ ଜବତ କରିଛି । ଏହା ସହିତ ମୋଇନ କ୍ୟୁରେସିଙ୍କ ସହ ଜଡିତ ଥିବା କିଛି ତଥ୍ୟ ମଧ୍ୟ ପାଇଛନ୍ତି ।


Share It

Comments are closed.