ଓଡିଶାର ଶିଶୁ ବ୍ୟାଡମିଣ୍ଟନ ପ୍ରତିଭା ତୁଶିତ୍ ନେବେ ଗୋପୀଚାନ୍ଦଙ୍କ ଠାରୁ ପ୍ରଶିକ୍ଷଣ


ଆଇଡିବିଆଇ ଫେଡେରାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ୟଙ୍ଗ୍ ଚାମ୍ପ୍ସ ପ୍ରୋଗ୍ରାମ୍ ପାଇଁ ୧୪ ଜଣ ଯୁବ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ଚୟନ କରାଯାଇଛି । ୭ରୁ ୧୧ ବର୍ଷ ବୟସ୍କ ଏହି ଖେଳାଳୀମାନଙ୍କୁ ହାଇଦ୍ରାବାଦସ୍ଥିତ ପୁଲ୍ଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀରେ ପୁଲ୍ଲେଲା ଗୋପୀଚାନ୍ଦ ଓ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ । ଏହି ୧୪ ଜଣ ଖେଳାଳୀଙ୍କ ମଧ୍ୟରେ ଓଡ଼ିଶାର ତୁଶିତ୍ କେଜିରୱାଲ୍ ହେଉଛନ୍ତି ଅନ୍ୟତ୍ତମ । ଏହି ତାଲିମ ସମୟ ଗ୍ରୀଷ୍ମ ଓ ଶୀତକାଳୀନ ଛୁଟିରେ ୨ସପ୍ତାହ ପର୍ଯ୍ୟନ୍ତ କରାଯିବାର ବ୍ୟବସ୍ଥା ରହିଛି । ମୋଟ ୪ ସପ୍ତାହର ଏହି ତାଲିମ ସମୟରେ ପିଲାମାନଙ୍କୁ ନୂତନ କ୍ରିଡ଼ା କୌଶଳ, ଦକ୍ଷତା ବୃଦ୍ଧି, ମାନସିକ ତଥା ଶାରିରୀକ ବିକାଶ, ବ୍ୟବହାର, ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।
ଏହି ପରିପ୍ରେକ୍ଷୀରେ ଆଇଡିବିଆଇ ଫେଡେରାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସର ମୂଖ୍ୟ ପରିଚାଳନା ଅଧିକାରୀ, କାର୍ତ୍ତିକ ରମନ୍ କହିଛନ୍ତିଯେ, “ଆମ୍ଭେମାନେ ଏହି ୧୪ ଜଣ ପିଲାଙ୍କ ନାମ ୟଙ୍ଗ୍ ଚାମ୍ପସ ପ୍ରୋଗ୍ରାମ୍ ପାଇଁ ଘୋଷଣା କରିଥିବାରୁ ଖୁବ୍ ଆନନ୍ଦିତ । ପୁଲ୍ଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀରେ ଚାରି ସପ୍ତାହ ବିଶିଷ୍ଟ ଏହି ତାଲିମ ପିଲାମାନଙ୍କ ଉନ୍ନତି ଦିଗରେ ସହାୟକ ହେବବୋଲି ଆମ୍ଭେମାନେ ଆଶାବାଦୀ ।”
ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ମୂଖ୍ୟ ପ୍ରଶିକ୍ଷକ ତଥା ଆଇଡିବିଆଇ ଫେଡେରାଲ୍ କୋଏଷ୍ଟ ଫର୍ ଏକ୍ସିଲେନ୍ସର ପ୍ରୋଗ୍ରାମ ମୂଖ୍ୟ ପୁଲ୍ଲେଲା ଗୋପୀଚାନ୍ଦ କହିଛନ୍ତି ଯେ, “ଆଇଡିବିଆଇ ଫେଡେରାଲ୍ କୋଏଷ୍ଟ ଫର୍ ଏକ୍ସିଲେନ୍ସର ଏହି ୟଙ୍ଗ୍ ଚାମ୍ପ୍ ପ୍ରୋଗ୍ରାମକୁ ଏତେ ମାତ୍ରାରେ ସମର୍ଥନ ଦେଖି ମୁଁ ବହୁତ ଉତ୍ସାହିତ । ହଜାରରୁ ଉର୍ଦ୍ଧ ପ୍ରବେଶ ମଧ୍ୟରୁ ୨୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମ ରାଉଣ୍ଡ ପାଇଁ ଚୟନ କରିବା ଏବଂ ସେମାନଙ୍କ ମଧ୍ୟରୁ ଶେଷ ୧୪ ଜଣଙ୍କୁ ଚୟନ କରିବା ବାସ୍ତବରେ ଏକ କଷ୍ଟକର କାର୍ଯ୍ୟ । ଆମ୍ଭେମାନେ ବର୍ତ୍ତମାନ ୟଙ୍ଗ୍ ଚାମ୍ପ ମାଧ୍ୟମରେ ସେମାନଙ୍କ ଦକ୍ଷତାରେ ବିକାଶ ଆଣିବା ପାଇଁ ପ୍ରୟାସ ଜାରି ରଖିବୁ ।


Share It

Comments are closed.