ଟ୍ରାୟମ୍ଫ ଟାଇଗର ୮୦୦ ଏକ୍ସସିଏକ୍ସ ଏବଂ ଏକ୍ସଆର ଲାଇନ-ଆପର ଶୁଭାରମ୍ଭ


ଭୁବନେଶ୍ୱର: ଟ୍ରାୟମ୍ଫ ମୋଟରସାଇକେଲ ପକ୍ଷରୁ ନୂତନ ଟାଇଗର ୮୦୦ ଏକ୍ସସିଏକ୍ସ ଏବଂ ଏକ୍ସଆର ଲାଇନ୍-ଅପ୍ର ଶୁଭାରମ୍ଭ କରାଯାଇଛି । ଏହାର ମୂଲ୍ୟ ଯେପରିକି ଏକ୍ସଆର – ୧୧.୭୬ ଲକ୍ଷ/ଏକ୍ସଆର ଏକ୍ସ- ୧୩.୧୩ ଲକ୍ଷ ଏବଂ ଏକ୍ସସିଏକ୍ସ ୧୩.୭୬ ଲକ୍ଷ୍ୟ ଟଙ୍କା ରହିଛି । ୧୯୩୬ ଆନ୍ତର୍ଜାତୀୟ ୬ଦିନିଆ ଟ୍ରାଏଲରେ ସ୍ୱର୍ଣ୍ଣ ପଦକ ବିଜେତା ଟାଇଗର, ନୂତନ ପିଢୀର ଟ୍ରେଡମାର୍କର ଟାଇଗର ସ୍ପିରିଟ ଏବଂ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ନେବା ପାଇଁ କ୍ଷମତା ବହନ କରିଛି ।
ଏଥିରେ ଥିବା ପ୍ରମୁଖ ଫିଚର ଗୁଡ଼ିକ ମଧ୍ୟରେ ରହିଛି କ୍ଲାସିକ୍୍ ଏବଂ ଇଞ୍ଜିନ୍ରେ ୨୦୦ରୁ ଅଧିକ ଅପଗ୍ରେଡ, ଅଧିକ ପ୍ରତିକ୍ରିୟାଶୀଳ, ଅନୁକୂଳିତ ଟ୍ରିପୁଲ୍ ଇଞ୍ଜିନ, ନୂତନ ହାଲୁକା, ଫ୍ରି-ଫ୍ଲାଇଙ୍ଗ ସାଇଲେନ୍ସର ସହିତ ବିକଶିତ ନୂତନ ଏକଜଷ୍ଟ ନୋଟ, ନୂତନ ଅଫ-ରୋଡ ପ୍ରୋ ରାଇଡିଙ୍ଗ ମୋଡ ସହିତ ଛଅଟି ରାଇଡିଙ୍ଗ ମୋଡର ଚୟନ ଏବଂ ନୂତନ ପାଞ୍ଚଟି ପୋଜିସନ ବିଶିଷ୍ଟ ନିୟନ୍ତ୍ରିତ ସ୍କ୍ରିନ ଇତ୍ୟାଦି ପ୍ରମୁଖ । ଏହା ବ୍ୟତିତ ଏଥିରେ ନୂତନ ସିଗନେଚର ଏଲଇଡି ଲାଇଟିଙ୍ଗ, ନୂତନ ଇଲ୍ୟୁମିନିଟେଡ, ଇଗ୍ରୋନୋମିକାଲି ଡିଜାଇନ, ବ୍ଲାକଲିଟ ସ୍ୱିଚ୍ ଗିୟର ଏବଂ ୫ ପ୍ରକାରର ଜଏଷ୍ଟିକ ନିୟନ୍ତ୍ରଣ , ବ୍ରେମବୋ ସମ୍ମୁଖ ବ୍ରେକସ୍, ଅଫ-ରୋଡ ପ୍ରୋ ରାଇଡିଙ୍ଗ ମୋଡ ଇତ୍ୟାଦି ରହିଛି ।

ଏହି ପରିପ୍ରେକ୍ଷୀରେ ଟ୍ରାୟମ୍ଫ ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ. ଲିଃର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ବିମଲ ସମ୍ବଲେ କହିଛନ୍ତି ଯେ, “ଟ୍ରାୟମ୍ଫର ଶ୍ରେଷ୍ଠ ଅବଦାନ ପାଇଁ, ଆମ୍ଭେମାନେ ଆମର ଇଞ୍ଜିନିୟର ମାନଙ୍କ ସହିତ ଏବଂ ଅନ୍ ତଥା ଅଫ ରୋଡରେ ଟାଇଗର ୮୦୦ ଲାଇନ-ଅପ୍ କୌଶଳ କ୍ଷମତାରେ ବୃଦ୍ଧି ପାଇଁ କାର୍ଯ୍ୟ କରିଆସୁଛୁ । ଏହି ଉନ୍ନତି ଗୁଡିକ ଟାଇଗର କ୍ଷିପ୍ରତାକୁ ପ୍ରଶଂସା କରିବା ସହିତ ଏହାର ସହଜ ଚାଳନା ଷ୍ଟାଇଲ, ସ୍ୱତନ୍ତ୍ର ଟାଇଗର ପୋଜ – ନୂତନ ୮୦୦ ଲାଇନ ଅପ୍ ଏହାର ଅଧିକ ଦୁଃସାହାସିକତା ତଥା ଅଧିକ ପ୍ରାଧାନ୍ୟ ପାଇଁ ପ୍ରସ୍ତୁତ ।”
୨୦୧୩ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ଟ୍ରାୟମ୍ଫ ମୋଟରସାଇକେଲ ପକ୍ଷରୁ ଶ୍ରେଷ୍ଠ ଡିଲରସିପ ନେଟଓା୍ୱର୍କ ସୃଷ୍ଟି କରାଯାଇଛି ଯାହା ସମ୍ପୁର୍ଣ୍ଣ ଦେଶର ୧୫ଟି ସହରରେ ପହଞ୍ଚିପାରିଛି ଏବଂ ୫ଟି ପ୍ରିମିୟମ ବିଭାଗରେ ବିଭିନ୍ନ ମୋଟରସାଇକେଲ ମଡେଲ ପୋର୍ଟଫୋଲିଓ ପ୍ରଦାନ କରୁଛି ।


Share It

Comments are closed.