ଟ୍ରୁକଲର୍ ପକ୍ଷରୁ ମହିଳାଙ୍କ ନିମନ୍ତେ #ମେକ୍ ଦ କଲ୍ ଅଭିଯାନର ଶୁଭାରମ୍ଭ


ଟ୍ରୁକଲର୍ ପକ୍ଷରୁ ମହିଳାମାନଙ୍କୁ ଫୋନ୍ କଲ୍‌/ଏସ୍‌ଏମ୍‌ଏସ୍ ଜନିତ ପ୍ରତାରଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇ ଆଜି ଭାରତରେ #ମେକ୍ ଦ କଲ୍ ଭଳି ଏକ ଜାତୀୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ରିପୋର୍ଟରୁ ପ୍ରକାଶ ଯେ, ଭାରତରେ ପ୍ରତି ୧୦ରୁ ୮ ଜଣ ମହିଳା କଲ୍ ଓ ଏସ୍‌ଏମ୍‌ଏସ୍ ମେସେଜ୍ ମାଧ୍ୟମରେ ଫୋନ୍ ଜନିତ ପ୍ରତାରଣା ଓ ବିରକ୍ତିକର କଲ୍ ଓ ଏସଏମଏସର ସମ୍ମୁଖୀନ ହୋଇଥାନ୍ତି ।
ଏହି ରିପୋର୍ଟ ଓ ଅଭିଯାନ ଉପରେ ମତବ୍ୟକ୍ତ କରି ଟ୍ରୁକଲର୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପାଟିଲ କହିଛନ୍ତି ଯେ, “ଆମର ଅଭିଯାନ ଲୋକମାନଙ୍କ ଏକ ସମୁଦାୟ ଗଠନ କରୁଛି ଯେଉଁମାନେ କି ମହିଳାମାନଙ୍କୁ #ମେକ୍ ଦ କଲ୍ ପାଇଁ ଏବଂ ଏଭଳି ପ୍ରତାରଣା ବିରୋଧରେ ସଂପୃକ୍ତ କର୍ତୃପକ୍ଷ୍‌ଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ଲାଗି ଗୋଟିଏ ମିଶନରେ ଅଛନ୍ତି । ଟ୍ରୁକଲର୍ ମହିଳାଙ୍କ ବିରୋଧରେ ଯେକୌଣସି ପ୍ରକାରର ନିର୍ଯାତନା ବିରୋଧରେ ଠିଆ ହୋଇଛି ।”
ଭାରତରେ ପ୍ରତି ୫ରୁ ଜଣେ ମହିଳା ସେକ୍ସୁଆଲ ଓ ଅନୁପଯୁକ୍ତ କଲ୍ ରିସିଭ୍ କରିଥାନ୍ତି । ତେବେ ଆମେ ସର୍ଭେ କରିଥିବା ଦେଶଗୁଡିକ (କେନିଆ, କଲମ୍ବିଆ, ବ୍ରାଜିଲ ଓ ଇଜିପ୍ଟ) ତୁଳନାରେ ଭାରତରେ ସର୍ବାଧିକ ମହିଳା ପ୍ରତାରଣାଜନିତ କଲ୍ ଓ ଏସ୍‌ଏମ୍‌ଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଫୋନ୍ ପ୍ରତାରଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ଭାରତର ୮୫% ମହିଳା ସଂପୃକ୍ତ ନମ୍ବରକୁ ବ୍ଲକ୍ କରୁଥିବା ବେଳେ ୪୫% ମହିଳା ସେମାନଙ୍କ ଅପରେଟରଙ୍କୁ ଫୋନ୍ କରି ସାହାର୍ଯ୍ୟ ମାଗିଥାନ୍ତି ଏବଂ ୪୫% ନମ୍ବର ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ୪୪% ମହିଳା ଏହାକୁ ଅଣଦେଖା କରିବାକୁ ପସନ୍ଦ କରିଥାନ୍ତି ଏବଂ ୧୨% ମହିଳା ସଂପୃକ୍ତ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥାନ୍ତି । ଭାରତରେ ସର୍ବାଧିକ ପ୍ରଭାବିତ ସହରଗୁଡିକ ମଧ୍ୟରେ ରହିଛନ୍ତି ଚେନ୍ନାଇ, ନୂଆଦିଲ୍ଲୀ, ପୁନେ ଏବଂ କୋଲକାତା । ଏହି ସର୍ଭେ ୨୨ ନଭେମ୍ବର ୨୦୧୯ରୁ ୨୪ ଫେବୃଆରୀ ୨୦୨୦ ମଧ୍ୟରେ ପରିଚାଳିତ ହୋଇଥିଲା । ଭାରତରେ ମୋଟ ୩୩୪୩ ଜଣ ମହିଳା ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ । ନମୂନା ଆକାର ପ୍ରତ୍ୟେକ ମାର୍କେଟରେ ୧୮ରୁ ୪୦ ବର୍ଷ ବୟସର ୧୦୦୦ରୁ ୩୩୪୩ ଜଣ ମହିଳା ଏବଂ ସାମାଜିକ-ଅର୍ଥନୈତିକ ବର୍ଗର ଏ ଏବଂ ବି୧ ମହିଳାଙ୍କ ମଧ୍ୟରେ ରହିଥିଲା ।


Share It

Comments are closed.