ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ୨୦୧୮ର ବିଜେତା ଘୋଷିତ


ଅଗ୍ରଣୀ ଆନ୍ତର୍ଜାତୀୟ ଫ୍ୟାସନ୍ ବ୍ରାଣ୍ଡ, ଟ୍ରେଣ୍ଡସ୍ ପକ୍ଷରୁ ଆଜି ‘ଷ୍ଟାଇଲ ଆଇକନ ୨୦୧୮’ର ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି । ରମନ ରତନ ରାଉତ ଏବଂ ଐଶ୍ୱର୍ଯ୍ୟା ସିଂଙ୍କୁ ‘ଟ୍ରେଣ୍ଡ ଷ୍ଟାଇଲ ଆଇକନ ୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷିତ କରାଯାଇଥିବାବେଳେ ବିଜେତାମାନଙ୍କୁ କ୍ୟାସ୍ ପ୍ରାଇଜ୍ ସହ ଅନ୍ୟାନ୍ୟ ପୁରଷ୍କାର ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗୀତାରେ ୪୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ, ୨୦ଜଣ ପ୍ରତିଯୋଗୀ (୧୦ଜଣ ଯୁବକ ଏବଂ ୧୦ଜଣ ଯୁବତୀ) ଫିନାଲେ ପାଇଁ ମନୋନୀତ ହୋଇଥିଲେ । ‘ଷ୍ଟାଇଲ ଆଇକନ ୨୦୧୮’ର ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରସ୍ଥିତ ପାଲହାଇଟ୍ସଠାରେ ଅନୁଷ୍ଠିତ ହୋଇଥିବାବେଳେ ସୁନାମଧନ୍ୟ ବିଚାରକ ମଣ୍ଡଳୀ ଯେପରିକି ଓଲିଉଡ ନିର୍ଦ୍ଦେଶକ ସୁଶାନ୍ତ ମଣି, ଓଲିଉଡ ଅଭିନେତ୍ରୀ ସମୀରା ନାଗେସ, ରିଲାଏନ୍ସ ଟ୍ରେଣ୍ଡସ୍ କ୍ଲଷ୍ଟର ଅପରେସନ ମୂଖ୍ୟ, ଆୟୁସ୍ମାନ ରାଏ, ଫ୍ୟାସନ ଡିଜାଇନର ଜାହିଦା ଅହମଦ ଏବଂ ଆରଜେ ସ୍ମିତା ପ୍ରମୁଖ ଯୋଗଦେଇଥିଲେ ।

ଷ୍ଟାଇଲ ଆଇକନ ୨୦୧୮’ର ୩ୟ ସଂସ୍କରଣ ‘ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ୨୦୧୮’ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବାବେଳେ, ଫ୍ୟାସନରେ ଯୁବ ପ୍ରତିଭା ମାନଙ୍କ ସ୍ୱପ୍ନ ପୂରଣ କରିବାରେ ଏହା ସହାୟକ ହୋଇପାରିଛି ବୋଲି ଟ୍ରେଣ୍ଡସ୍ ପକ୍ଷରୁ ସୂଚନା ମିଳିଛି । ଟ୍ରେଣ୍ଡସ୍ ମଧ୍ୟମ ଶ୍ରେଣୀର ଗ୍ରାହକମାନଙ୍କ ଫ୍ୟାସନ ଚାହିଦା ପୂରଣ କରିପାରୁଥିବାବେଳେ, ଦ୍ୱିତୀୟ ସ୍ତରୀୟ ସ୍ମାର୍ଟ ସିଟିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ସୁଯୋଗ ମିଳିପାରୁପାହିଁ । ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ସୃଷ୍ଟି ହୋଇଛି । ଏହା ତୃତୀୟ ବର୍ଷ ହୋଇଥିବାବେଳେ ଭବିଷ୍ୟରେ ଆହୁରି ସଫଳ ସଂସ୍କରଣ ପାଇଁ ଲକ୍ଷ୍ୟ କମ୍ପାନୀ ଲକ୍ଷ୍ୟ ରଖିଛି ।

ଅଗଷ୍ଟରୁ ଓଡିଶାର ୧୦ଟି ସହରରେ ଷ୍ଟାଇଲ ଆଇକନ ଆରମ୍ଭ ହୋଇଥିବାବେଳେ, ଏହାରା ଅଡିସନ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଏବଂ ରାଉରକେଲାରେ ଆୟୋଜିତ ହୋଇଥିଲା । ଏଥିରେ ଉଭୟ ଯୁବକ ଏବଂ ଯୁବତୀ ମାନେ ଅଂଶଗ୍ରହଣ କରିଥିବାବେଳେ, ଓଡିଶାର ୪୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ଚୟନ କରାଯାଇଥିଲା ।


Share It

Comments are closed.