କୁକୁର କାମୁଡିଲେ କେମିତି କରିବେ ଘରୋଇ ଉପଚାର, ଜାଣନ୍ତୁ


ବର୍ତ୍ତମାନ ବୁଲା କୁକୁରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ଲୋକ ଅନେକ ସମୟରେ କୁକୁର କାମୁଡ଼ାର ଶିକାର ହେଉଛନ୍ତି । କୁକୁର କାମୁଡ଼ିଲେ ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥାରେ ଭୟଙ୍କର ପରିବର୍ତ୍ତନ ହୋଇଥାଏ । ଜଳାନ୍ତକ ରୋଗ ପରି ମାରାତ୍ମକ ରୋଗ ଓ ପାଗଳାମି ଆଦି ଦେଖା ଦେଇ ବ୍ୟକ୍ତିର ଜୀବନକୁ ସମ୍ପୁର୍ଣ୍ଣ ଭାବେ ବରବାଦ କରିଦେଇଥାଏ । ତେଣୁ କୁକୁର କାମୁଡ଼ିଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିନ୍ତୁ ଏପରି କେତେକ ଘରୋଇ ଚିକିତ୍ସା ଅଛି, ଯାହାକୁ ଆପଣାଇ ଆପଣ ଏପରି ବିପଦରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା କିପରି……
ଲଙ୍କାଗୁଣ୍ଡ ଓ ସୋରିଷ ତେଲ:
କୁକୁର କାମୁଡ଼ିଲେ ସେହି ସ୍ଥାନକୁ ପ୍ରଥମେ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଏହା ପରେ ଲଙ୍କାଗୁଣ୍ଡକୁ କିଛି ପରିମାଣର ସୋରିଷ ତେଲ ସହିତ ମିଶାଇ କୁକୁର କାମୁଡ଼ି ଥିବା ସ୍ଥାନରେ ଲଗାନ୍ତୁ । ଏହା ଫଳରେ ସଂକ୍ରମଣ ହେବାର ଆଶଙ୍କା ରହି ନଥାଏ ।
ପିଆଜ, ବାଦାମ ଓ ମହୁ:
ପିଆଜ, ବାଦାମ, ମହୁ ଓ ଲୁଣକୁ ସମାନ ମାତ୍ରାରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । କୁକୁର କାମୁଡ଼ିଥିବା ସ୍ଥାନରେ ଏହାର ଲେପ ଦେଇ ସ୍ଥାନଟିକୁ ଏକ ସଫା କପଡ଼ା ସାହାଯ୍ୟରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା କୁକୁରର ବିଷ ଶରୀରର ଚାରିଆଡ଼କୁ ବ୍ୟାପି ନଥାଏ ।
କଳା ମରିଚ ଓ ଜିରା:
୧୦ରୁ ୧୫ଟି କଳାମରିଚ ଓ ୨ ଚାମଚ ଜିରା ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କୁକୁର କାମୁଡ଼ିଥିବା ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ ଓ ସଂକ୍ରମଣର ଭୟ ରହି ନଥାଏ ।
ହେଙ୍ଗୁ:
ହେଙ୍ଗୁ କୁକୁର କାମୁଡ଼ାଜନୀତ ବିଷ କାଟିବାରେ ବେଶ୍ ସହାୟକ ହୋଇଥାଏ । କୁକୁର କାମୁଡ଼ିଥିଲେ କ୍ଷତ ସ୍ଥାନରେ ହେଙ୍ଗୁଓ ପାଣିର ସମ୍ମିଶ୍ରଣରେ ପ୍ରସ୍ତୁତ ପେଷ୍ଟ ଲଗାଇଲେ ଏହା ବିଷକୁ ସମ୍ପୂର୍ଣ୍ଣ ରୂପେ କାଟି ଦେଇଥାଏ ।


Share It

Comments are closed.