ହକି ବିଶ୍ୱକପ ଟ୍ରଫିର ନିର୍ମାତା ହେଉଛି ପାକିସ୍ତାନ


୧୯୭୧ରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ୫୨ ବର୍ଷ ମଧ୍ୟରେ ୧୫ତମ ସଂସ୍କରଣରେ ପହଞ୍ଚିଛି। ସର୍ବାଧିକ ୪ଥର ଚମ୍ପିଆନ ପାକିସ୍ତାନ ହିଁ ଏହି ବିଶ୍ୱକପ ଟ୍ରଫିର ଜନକ ରହିଛି। ପାକିସ୍ତାନ ଆର୍ମି ଉକ୍ତ ଟ୍ରଫିକୁ ସୃଷ୍ଟି କରିଥିବାବେଳେ ବସିର ମୁଜିଦ୍ ଏହାର ଡିଜାଇନ କରିଥିଲେ। ବିଶ୍ୱକପ ଟ୍ରଫିର ଡିଜାଇନ ବସିର ମୁଜିଦଙ୍କ ଦ୍ବାରା କରାଯାଇଥିଲ। ପାକିସ୍ତାନ ଆର୍ମି ଏହାର ନିର୍ମାଣ କରିଥିଲେ। ୧୯୭୧ ମାର୍ଚ୍ଚ ୨୭ରେ ବ୍ରେସେଲ୍ସରେ ଆୟୋଜିତ ଏଫ୍‌ଆଇଏଚ୍‌ ବୈଠକରେ ପାକିସ୍ତାନର ରାଷ୍ଟ୍ରଦୂତ ଏଚ.ଇ ମାସୁଦ ଏହି ଟ୍ରଫିକୁ ଏଫଆଇଏଚ୍‌ ସଭାପତି ରେନେ ଫ୍ରାଙ୍କଙ୍କୁ ହସ୍ତାନ୍ତର କରିଥିଲେ। ଏହି ଟ୍ରଫି ସୁନା, ରୁପା, ଆଇଭରୀରେ ପ୍ରସ୍ତୁତ କରାଯାଇଛି। ଏହି ଟ୍ରଫିର ଉଚ୍ଚତା ୪.୭୫୮ ଇଞ୍ଚ(୧୨୦.୮୫) ମିମି ରହିଥିବାବେଳେ ବେସ୍ ୨୬ଇଞ୍ଚ (୬୫୦) ଏମ୍‌ଏମ୍‌ ରହିଛି। ଏହାର ଓଜନ ୧୧୫୬୦ ଗ୍ରାମ ରହିଛି। ଏଥିରେ ୮୯୫ ଗ୍ରାମ ସୁନା, ୬୮୧୫ ଗ୍ରାମ ରୁପା, ୩୫୦ ଗ୍ରାମ ଆଇଭରି ୩୫୦୦ ଗ୍ରାମ ବ୍ୟବହାର କରାଯାଇଛି।


Share It

Comments are closed.