ସର୍ଦ୍ଦାରଙ୍କ ଭୂମିକାକୁ ନେଇ ବଲିଉଡ ଉଦାସିନ


ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବୋଉଚ୍ଚତମ ପ୍ରତିମା “ଷ୍ଟାଚ୍ୟୁ ଅଫ ୟୁନିଟି”କୁ ଲୋକାର୍ପିତ କରାଇ ସମଗ୍ର ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମାର ଶୁଭାରମ୍ଭ ତାଙ୍କର ୧୪୩ତମ ଜୟନ୍ତୀ ଅବସରରେ କରାଯାଇଛି । ଏହି ପ୍ରତିମାଟି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଅଟେ । ଅନେକ ଦେଶାତ୍ମକ ବୋଧ ଫିଲ୍ମ ଜରୀଆରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ସଂପର୍କରେ ବହୁ ଆଗରୁ ବର୍ଣ୍ଣନା କରାଯାଇସାରିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଚକିତ କରିଦେଲାଭଳି ଘଟଣା ଏହା ଯେ, ଏହି ମହାନ ବ୍ୟକ୍ତିତ୍ୱଙ୍କ ଉପରେ ମାତ୍ର ଅଳ୍ପ କେଇଟା ଫିଲ୍ମ ପର୍ଯ୍ୟବେଶିତ ହୋଇଛି ।

ତେବେ ଆସନ୍ତୁ ସେହି ସଂପର୍କରେ କିଛି ଜାଣିବା
୧୯୮୨ ମସିହାରେ ଗାନ୍ଧୀ ଫିଲ୍ମରେ ଜରିଆରେ ପ୍ରିସିଦ୍ଧ ଅଭିନେତା “ସାଇଦ ଜାଫର” ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ନିର୍ବାହ କରିଥିଲେ । ସେହିଭଳି ଖଳନାୟକ ଓ କମେଡିଆନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପରେସ ରାୱଲ ୧୯୯୪ ମସିହାରେ ସର୍ଦ୍ଦାର ଭାଇ ପଟେଲଙ୍କ ଭୂମିକା ନିର୍ବାହ କରିଥିଲେ । ସେହି ସମୟରେ ତାଙ୍କ ଲୁକ ଏବଂ ଅଭିନୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନିର୍ମିତ ଏହ। ଏକ ମାତ୍ର ଫିଲ୍ମ ଥିଲା । ଏହି ଫିଲ୍ମଟି ନାମ ଥିଲା “ସର୍ଦ୍ଦାର” ।

ସେହିଭଳି ୨୦୦୦ ମସିହାରେ “ହେ ରାମ” ନାମକ ଫିଲ୍ମ ଆସିଥିଲା । ଏହି ଫିଲ୍ମରେ କମଲ ହାସନ, ଶାହାରୁଖ ଖାନ, ରାଣୀ ମୁଖାର୍ଜି ଏବଂ ବଲିଉଡରେ ଅନ୍ୟାନ ଅଭିନେତା ଅଭିନୟ କରିଥିଲେ । ଯେଉଁଥିରେ ଅଭିନେତା ଅରୁଣ ପାଟେକର ସର୍ଦ୍ଦାର ଭାଇ ପଟେଲଙ୍କ ଭୂମିକା ନିର୍ବାହ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟ ବହୁତ ଅଳ୍ପ ସମୟ ପାଇଁ ଥିଲା । ଏହି ଫିଲ୍ମଟି ମୁଖ୍ୟତଃ ଗାନ୍ଧୀ ଏବଂ ତାଙ୍କ ହତ୍ୟାକାରୀ ନାଥୁରାମଙ୍କ ଉପରେ ପର୍ଯ୍ୟବେଷିତ ହୋଇଥିଲା


Share It

Comments are closed.