କେଉଁ ସବୁ କାର୍ଯ୍ୟ କଲେ ଜୀବନରେ ଆସିଥାଏ ଘୋର ଦାରିଦ୍ର‌୍ୟତା, ଜାଣନ୍ତୁ


ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ସୁଖ ସମୃଦ୍ଧି ଆଶା କରିଥାନ୍ତି କିନ୍ତୁ ଅନେକ ସମୟରେ ବାସ୍ତୁ ଦୋଷ କାରଣରୁ ଘରର କେହିନାକେହି ବେମାର ପଡ଼ିଥାନ୍ତି । ଏହା ଯୋଗୁଁ ଘରେ ବ୍ୟବସାୟକ ହାନୀ, ଅର୍ଥାଭାବ ଆଦି ସମସ୍ୟା , ଏପରିକି ଚାକିରୀ ଚାଲିଯିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ଶୟନ କୋଠରୀରେ ଅଇଁଠା ବାସନ ରଖନ୍ତୁ ନାହିଁ କାରଣ ଏହା ଦ୍ୱାରା ଜୀବନସାଥୀ ବେମାରରେ ପଡ଼ନ୍ତି ଏବଂ ଅର୍ଥାଭାବ ମଧ୍ୟ ଦେଖାଦେଇଥାଏ । ବେମାର ବ୍ୟକ୍ତିକୁ ଅଗ୍ନୀ କୋଣରେ ରଖନ୍ତୁ ନାହିଁ । ଏହାଦ୍ୱାରା ଶ୍ରୀଘ୍ର ଆରୋଗ୍ୟ ମିଳିନଥାଏ । କିଛି ସମୟ ପାଇଁ ତାଙ୍କୁ ଐଶାନ୍ୟ କୋଣରେ ଶୁଆଇବା ଦ୍ୱାରା ଶୁଫଳ ମିଳିଥାଏ । ପାହାଚ ତଳେ ଲେଖା-ପଢ଼ା କରିବା ଦ୍ୱାରା ବେପାରରେ ହାନୀ ହେବା ସହ ଘରେ କ୍ଳେଶ ମଧ୍ୟ ଲାଗି ରହିଥାଏ । ଶୟନ କକ୍ଷରେ ବସି ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ବେପାର, ସ୍ୱାସ୍ଥ୍ୟ ଏବଂ ଧନ ହାନୀ ହୋଇଥାଏ । ଐଶାନ୍ୟ କୋଣରେ ଗ୍ୟାରେଜ ରହିବା ଦ୍ୱାରା ଚାକିରୀ ତଥା ପୁତ୍ର ହାନୀର ଆଶଙ୍କା ରହିଥାଏ ।
ଯଦି ଖରାପ ସ୍ୱପ୍ନ ଆସୁଥାଏ ତେବେ ତମ୍ବା ପାତ୍ରରେ ଗଙ୍ଗାଜଳ ଭରି ମୁଣ୍ଡ ଉପରେ ରଖି ଶୁଅନ୍ତୁ । ଏହା ବ୍ୟତୀତ ବାସ୍ତୁଦୋଷରୁ ମୁକ୍ତି ପାଇବା ପାଇଁ ତକିଆ ତଳେ ଚନ୍ଦନ କାଠ ରଖି ଶୁଅନ୍ତୁ । ଯଦି ଦୋକାନରେ ଚୋରୀ ହେବାର ଭୟ ଥାଏ ତେବେ ଦୋକାନର ମୁଖ୍ୟ ଦ୍ୱାରରେ ପୂଜା କରି ଏକ ମଙ୍ଗଳ ଯନ୍ତ୍ର ସ୍ଥାପନା କରନ୍ତୁ । ଶୋଇବା ସମୟରେ ଖଟ ସମ୍ନାରେ ଦର୍ପଣ ରହିବା ଠିକ ନୁହେଁ , ଏହା ଦ୍ୱାରା ମନ-ମସ୍ତିଷ୍କରେ ବିଚଳିତ ଭାବନା ଭରି ରହିଥାଏ । ଦକ୍ଷିଣ ଭାଗରେ ସ୍ଥାନ ଖାଲି ଛାଡ଼ିବା ଦ୍ୱାରା ଅକାରଣ ଝଗଡ଼ା, କ୍ଲେଶ ତଥା ଧନ ବ୍ୟୟ ହୋଇଥାଏ । ଏଣୁ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଏହି ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।


Share It

Comments are closed.