ଓଜନ ସ୍ତରରେ ଇତିହାସରେ ସବୁଠାରୁ ବଡ଼ ଛିଦ୍ର, କାରଣ ଜାଣି ବେଜ୍ଞାନିକମାନେ ଆଶ୍ଚର୍ଯ୍ୟ


ପୃଥିବୀର ଉତର ଓ ଦକ୍ଷିଣ ଧ୍ରୁବର ଉପରେ ଓଜନ ସ୍ତର ରହିଛି । ଗୋଟିଏ ପଟେ କରୋନା ଭାଇରସ ଯୋଗୁଁ ଲାଗୁହୋଇଥିବା ଲକଡାଉନ ଦକ୍ଷିଣ ଧ୍ରୁବର ଓଜନ ସ୍ତରର ଛିଦ୍ରକୁ କମ କରିଦେଇଛିା ଅନ୍ୟ ପଟେ ଉତର ଧ୍ରୁବର ଓଜନ ସ୍ତର ଉପରେ ଏକ ବଡ଼ ଛିଦ୍ର ଦେଖାଯାଇଛି । ବେଜ୍ଞାନିକମାନଙ୍କ ଦାବି ଯେ ଏହା ଇତିହାସର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଛିଦ୍ର ଅଟେ ।
ଉତର ଧ୍ରୁବ ଅର୍ଥାତ ନର୍ଥ ପୋଲ୍ ଅର୍ଥାତ ପୃଥିବୀର ଆର୍କଟିକ କ୍ଷେତ୍ର । ଏହି କ୍ଷେତ୍ର ଉପରେ ଏକ ଶକ୍ତିଶାଳୀ ପୋଲର ୱର୍ଟେକ୍ସ ରହିଛି । ନର୍ଥ ପୋଲର ଉପରେ ବହୁତ ଉଚ୍ଚରେ ଅବସ୍ଥିତ ଷ୍ଟ୍ରାଟୋସ୍ଫିଅରରେ ଗଠିତ ହେଉଥିବା ବାଦଲ କାରଣରୁ ଓଜନ ସ୍ତର ପତଳା ହେବାରେ ଲାଗିଛି । ଏହାପରେ ଓଜନ ସ୍ତରର ଛିଦ୍ରକୁ କମ କରିବା ପଛରେ ମୁଖ୍ୟତଃ ତିନୋଟି ବଡ଼ କାରଣ ହେଉଛି ବାଦଲ, କ୍ଳୋରୋଫ୍ଲୋର କାର୍ବନ ଓ ହାଇଡ୍ରୋକ୍ଲୋରୋଫ୍ଲୋର କାର୍ବନ । ବର୍ତମାନ ଏହି ତିନୋଟିର ମାତ୍ରା ଷ୍ଟ୍ରାଟୋସ୍ଫିୟର ବଢ଼ିଯାଇଛି । ଏହା କାରଣରୁ ଯେତେବେଳ ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମୀ ଷ୍ଟ୍ରାଟୋସ୍ଫିୟରରେ ଧକ୍କା ହୋଇଥାଏ ତେବେ ଏଗୁଡ଼ିକରୁ କ୍ଲୋରିନ ଓ ବ୍ରୋମିନର ଏଟମ(ପରମାଣୁ) ନିର୍ଗତ ହୋଇଥାଏ । ଏହି ଆଟମ ଓଜନ ସ୍ତରକୁ ପତଳା କରୁଛି । ଯେଉଁ କାରଣରୁ ଏହାର ଛିଦ୍ର ବଡ଼ ହେବାରେ ଲାଗିଛି ।
ନାସାର ବୈଜ୍ଞାନିକଙ୍କ ମତରେ ଏଭଳି ସ୍ଥିତି ସାଧାରଣ ଭାବେ ଦକ୍ଷିଣ ଧ୍ରୁବ ଅର୍ଥାତ ସାଉଥ ପୋଲ ବା ଆଂଟାର୍କଟିକାର ଉପରି ସ୍ଥିତ ଓଜନ ସ୍ତରରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହିଥର ଉତର ଧ୍ରୁବର ଉପରେ ଓଜନ ସ୍ତରରେ ଏହିଭଳି ଦେଖିବାକୁ ମିଳିଛି ।
ଷ୍ଟ୍ରାଟୋସ୍ଫିୟରର ଆସ୍ତରଣ ପୃଥିବୀ ଉପରେ ୧୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହାର ମଧ୍ୟଭାଗରେ ରହିଥାଏ ଓଜନ ସ୍ତର ଯାହାକି ପୃଥିବୀକୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀଠୁ ସୁରକ୍ଷା ଦେଇଥାଏ । ବସନ୍ତ ରୁତୁରେ ସାଉଥ ପୋଲର ଉପରିସ୍ଥ ଓଜନ ସ୍ତର ପାଖାପାଖି ୭୦ ପ୍ରତିଶତ ଗାୟବ ହୋଇଯାଇଥାଏ । କେତେକ ସ୍ଥାନରେ ସ୍ତର ହିଁ ରହେନାହିଁ । କିନ୍ତୁ ଉତର ଧ୍ରୁବରେ ଏପରି ହୋଇନଥାଏ । ଏହି ସ୍ତର ପତଳା ହୋଇଆସୁଛି କିନ୍ତୁ ଏହା ପ୍ରଥମ ଥର ହୋଇଛି ଯେ ଏତେ ବଡ଼ ଛିଦ୍ର ଦେଖିବାକୁ ମିଳିଛି ।


Share It

Comments are closed.