ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଏନ୍ଆଇଏନ୍ଏଲ୍ ପକ୍ଷରୁ “ସ୍ୱଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଆୟୋଜିତ
କଳିଙ୍ଗନଗର: ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ‘ଏକ ତାରିଖ ଏକ ଘଂଟା ଏକ ସଙ୍ଗେ’ ନାମକ ଏକ ଜାତୀୟ କାର୍ଯ୍ୟକ୍ରମରେ ନାଗରିକମାନଙ୍କ ଦ୍ୱାରା “ସ୍ୱଚ୍ଛତା ପାଇଁ ଶ୍ରମଦାନ’ ଲାଗି ଏକ ଘଂଟା ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ କଳିଙ୍ଗନଗର ଓ ଏହାର ପାରିପାଶ୍ୱିର୍କ ଅଂଚଳରେ ବଡ଼ ଧରଣର ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । ରବିବାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀ ସମୁଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଗୋଷ୍ଠୀରେ ସକାରାତ୍ମକ ପରିବର୍ତନର ପ୍ରସାର କରାଯାଇଛି ।
ଡୁବୁରୀ ନିକଟସ୍ଥ ରଣଗୁଣ୍ଡିର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟିଏସ୍କେ ଗେଟ୍-୧ର ନିକଟ ବଜାର, ଗେଟ୍-୧, ଗେଟ୍-୩, ଗେଟ୍-୪, ଗେଟ୍-୮, ଗେଟ୍-୧୦ ଓ ଆଇଏମ୍ ସେକ୍ସନ ଭଳି କଳିଙ୍ଗନଗରର ବିଭିନ୍ନ ଅଂଚଳରେ ଟିଏସ୍କେର ନିରାପତା ଟିମ୍ ପକ୍ଷରୁ ବିଭିନ୍ନ ପ୍ରକାର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହା ସହିତ ଡିଇଟି କ୍ୟାଂଟିନ୍, ଭିପି କାର୍ଯ୍ୟାଳୟ, କ୍ରେଚ୍, ବସ୍ ପାର୍କିଂ ଅଂଚଳ, ପ୍ଲଟ୍-୨ ହାଉସିଂ କମ୍ପେ୍ଳକ୍ସ ଓ ଟାଟା ଷ୍ଟିଲ୍ ୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ସର୍ଭିସେସ୍ ଲିମିଟେଡ୍ (ଟିଏସ୍ୟୁଆଇଏସ୍ଏଲ୍)ରେ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି ।
ସେହିପରି, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ଏକ ଟିମ୍ ପକ୍ଷରୁ ଡୁବୁରୀର କପିଳେଶ୍ୱର କଲେଜ୍, ଏନ୍ଆଇଏନ୍ଏଲ୍ର ସିକ୍ୟୁରିଟି ବାରାକ୍, ଫାଟକ, ଓ ପାଚେରୀ ପାଖରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ପରେ କଂପାନି ପରିସରରେ ଏକ ପୋଷ୍ଟର ପ୍ରତିଯୋଗିତା ଓ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଏଲ୍ଏମ୍ଭି ଓ ବସ୍ ଚାଳକମାନଙ୍କ ପାଇଁ ଜେନେରୋଲ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ସ୍ୱଚ୍ଛତାକୁ ନେଇ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଛି ।
Comments are closed.