ଭାରି ଶିଳ୍ପରେ ନେଟ୍ ଜିରୋ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘର ଅଭିଯାନ ‘ଲିଡ୍‌ଆଇଟି’ରେ ଟାଟା ଷ୍ଟିଲ୍ ସାମିଲ

Share It

ଭୁବନେଶ୍ୱର: ଜାତିସଂଘର ଅଭିଯାନ ଲିଡରସିପ୍ ଗ୍ରୁପ୍ ଫର ଇଣ୍ଡଷ୍ଟ୍ରି ଟ୍ରାଞ୍ଜିସନ (ଲିଡ୍‌ଆଇଟି) ରେ ସାମିଲ୍ ହୋଇଛି ଟାଟା ଷ୍ଟିଲ୍ । ଏହି ଅଭିଯାନରେ ଭାରି ଶିଳ୍ପରେ ନେଟ୍ ଜିରୋ ନିର୍ଗମନ ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ର ଓ କଂପାନିଗୁଡ଼ିକ ସହ ଟାଟା ଷ୍ଟିଲ୍ ସହଯୋଗିତା ସ୍ଥାପନ କରିବ । ୨୦୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିବା ଜାତିସଂଘ ଜଳବାୟୁ ପଦକ୍ଷେପ ସମ୍ମେଳନ ଅବସରରେ ସ୍ୱିଡେନ୍ ଓ ଭାରତ ମିଶି ଲିଡ୍‌ଆଇଟି ସୃଷ୍ଟି କରିଥିଲେ ଏବଂ ଏହାକୁ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ସମର୍ଥନ ରହିଛି । ଏହି ସହଯୋଗିତା ଜରିଆରେ ଟାଟା ଷ୍ଟିଲ୍ ଇସ୍ପାତ କ୍ଷେତ୍ରରେ ସବୁଜ ପ୍ରଯୁକ୍ତି ଓ ଦୀର୍ଘସ୍ଥାୟୀ ପ୍ରକ୍ରିୟା ସମ୍ପର୍କିତ ମୂଲ୍ୟବାନ ତଥ୍ୟ, ଶ୍ରେଷ୍ଠ ପ୍ରଥା ବିଷୟରେ ଜାଣିପାରିବ । ପ୍ରଥମ ଭାରତୀୟ ଇସ୍ପାତ କଂପାନି ଭାବେ ଟାଟା ଷ୍ଟିଲ୍ ଲିଡ୍‌ଆଇଟିରେ ସାମିଲ ହୋଇ ନେଟ୍ ଜିରୋ ଶିଳ୍ପ ରୂପାନ୍ତରଣକୁ ଆଗକୁ ବଢ଼ାଉଥିବା ବିଶ୍ୱସ୍ତରୀୟ ଅଗ୍ରଣୀ ସଂସ୍ଥା ଭାବେ ଉଭା ହୋଇଛି ।
୨୦୪୫ ସୁଦ୍ଧା କାର୍ବନ ନିଉଟ୍ରାଲ୍ ହେବାକୁ ଟାଟା ଷ୍ଟିଲ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଲିଡ୍‌ଆଇଟିରେ ଯୋଗ ଦେଇଥିବାରୁ ଟାଟା ଷ୍ଟିଲ୍ ଶ୍ରେଷ୍ଠ ବ୍ୟବସ୍ଥା, ପ୍ରଭାବଶାଳୀ ନୀତି ସମ୍ପର୍କରେ ଭାବ ବିନିମୟ କରିବାର ଏକ ମଂଚ ହାସଲ କରିଛି ଏବଂ ଏହା କଂପାନିର ନିଜସ୍ୱ ଜଳବାୟୁ ପଦକ୍ଷେପରେ ଉନ୍ନତି ଆଣିପାରିବ । ଭାରତୀୟ ଇସ୍ପାତ ବଜାରର ଆହ୍ୱାନ ଓ ସୁଯୋଗଗୁଡ଼ିକ ବିଷୟରେ ଅବଗତ କରିବା ଲାଗି ଲିଡ୍‌ଆଇଟି ମଂଚକୁ ଟାଟା ଷ୍ଟିଲ୍ ବ୍ୟବହାର କରିବ ।
ଟାଟା ଷ୍ଟିଲ୍‌ର ଉପସଭାପତି(ପ୍ରଯୁକ୍ତି, ଗବେଷଣା ଓ ବିକାଶ) ଡକ୍ଟର ଦେବାଶିଷ ଭଟ୍ଟାଚାର୍ଜୀ କହିଛନ୍ତି ଯେ, “ଲିଡ୍‌ଆଇଟିରେ ସଦସ୍ୟତା ଆମକୁ କାର୍ବନ ନିଉଟ୍ରାଲିଟି କ୍ଷେତ୍ରରେ ଆମ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଲାଗି ଉଲ୍ଳେଖନୀୟ ସୁଯୋଗ ପ୍ରଦାନ କରିବ । ଏହି ଯାତ୍ରାରେ ନିଷ୍ପତି ଗ୍ରହଣ କରିବାକୁ ଆମେ ସହୃଦୟତାର ସହିତ ପ୍ରତିବଦ୍ଧ ରହିଛୁ ଯାହା ଆମେ ଗ୍ରହଣ ଓ କାର୍ଯ୍ୟକାରୀ କରିଥିବା କାର୍ବନ ନେଗେଟିଭ୍ ପ୍ରଯୁକ୍ତି ଯଥା କୋଲ୍ ବେଡ୍ ମିଥେନ୍ (ସିବିଏମ୍‌) ଇଞ୍ଜେକ୍ସନ, ବ୍ଲାଷ୍ଟ୍ ଫର୍ଣ୍ଣେସ୍‌ରେ ହାଇଡ୍ରୋଜେନ୍‌ର ବ୍ୟବହାର ଏବଂ କାର୍ବନ କ୍ୟାପ୍‌ଚର୍ ପ୍ଲାଂଟ୍‌କୁ କାର୍ଯ୍ୟକ୍ଷମ କରିବା ଆଦିରେ ପ୍ରତିଫଳିତ ହୋଇଛି । ଲିଡ୍‌ଆଇଟି ସହ ଯୋଡ଼ି ହେବା ଦ୍ୱାରା ଶ୍ରେଷ୍ଠ ପ୍ରଥା, ପ୍ରଭାବଶାଳୀ ନୀତିର ପ୍ରଚାରପ୍ରସାର କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଆମକୁ ମିଳିଥିବା ବେଳେ ଆମେ ନିଜ ଜଳବାୟୁ ପଦକ୍ଷେପରେ ଉନ୍ନତି ଆଣିପାରିବୁ । ଏହି ସହଯୋଗିତା ଆମ ବ୍ୟବସାୟକୁ ସୁଦୃଢ଼ କରିବା ସହିତ ବିଶ୍ୱସ୍ତରରେ ସକାରାତ୍ମକ ପରିବର୍ତନର ବାର୍ତାବହ ଭାବେ ଆମ ଭୂମିକାକୁ ସୁଦୃଢ଼ କରିବ ।’’
ଲିଡ୍‌ଆଇଟି ସେକ୍ରେଟାରିଏଟ୍‌ର ମୁଖ୍ୟ ପିର୍ ଆଣ୍ଡରସନ୍ କହିଛନ୍ତି ଯେ, “୨୦୪୫ ସୁଦ୍ଧା କାର୍ବନ ନ୍ୟୁଟ୍ରାଲିଟି ହାସଲ କରିବା ଲାଗି ଟାଟାର ରହିଥିବା ଅଭିଳାଷ ଲୋ-କାର୍ବନ ଇସ୍ପାତ ଉତ୍ପାଦନ ଲାଗି ପଥ ପରିସ୍କାର କରିବ । ଲିଡ୍‌ଆଇଟି ଓ ସେକ୍ରେଟାରିଏଟ୍ ପକ୍ଷରୁ ଆମେ ଟାଟାକୁ ଆମ ଦଳକୁ ସ୍ୱାଗତ କରୁଛୁ । ଆମର ମିଳିତ ଉଦ୍ୟମ ବିଶ୍ୱ ଇସ୍ପାତ ଶିଳ୍ପରେ ନେଟ୍ ଜିରୋ ଲକ୍ଷ୍ୟ ହାସଲ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ ।’’
ଟାଟା ଷ୍ଟିଲ୍‌ର ଉପସଭାପତି (ସୁରକ୍ଷା, ସ୍ୱାସ୍ଥ୍ୟ ଓ ଦୀର୍ଘସ୍ଥାୟିତ୍ୱ) ରାଜୀବ ମଙ୍ଗଳ କହିଛନ୍ତି ଯେ, “ସଷ୍ଟେନେବିଲିଟି ଟାଟା ଷ୍ଟିଲ୍‌ର ବ୍ୟବସାୟ ଦର୍ଶନର ମୂଳ କେନ୍ଦ୍ର । ୨୦୪୫ ସୁଦ୍ଧା କାର୍ବନ ନିଉଟ୍ରାଲ୍ ହେବାର ସନ୍ଧାନରେ କଂପାନି ବହୁ ପଦକ୍ଷେପ ଆରମ୍ଭ କରିସାରିଛି । ବିଶ୍ୱର ଅଗ୍ରଣୀମାନଙ୍କ ସହ ସହଯୋଗିତା ସ୍ଥାପନ କରିବା ଏବଂ ଶ୍ରେଷ୍ଠ ପ୍ରଥା ବିନିମୟ ଦ୍ୱାରା କାର୍ବନ ନ୍ୟୁଟ୍ରାଲିଟି ହାସଲ କରିବା ଏବଂ ଏକ ସବୁଜ ଭବିଷ୍ୟତ ସୃଷ୍ଟି କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । ମିଳିତ ଭାବେ ଆମେ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇ ପାରିବା ଏବଂ ଦୀର୍ଘସ୍ଥାୟୀ ଦୁନିଆ ପାଇଁ ପଥ ପ୍ରଦର୍ଶନ କରିପାରିବା ।’’


Share It

Comments are closed.