ଟାଟା ମୋଟର୍ସର ସ୍ୱତନ୍ତ୍ର ମାର୍ଚ୍ଚ ମାସ ଅଫର


ଟାଟା ମୋଟର୍ସ ପକ୍ଷରୁ ଏହାର ଅନେକ ଗୁଡି଼ଏ ମଡ଼େଲ ଯେପରିକି ଟିଆଗୋ, ଟିଗୋର, ଜେଷ୍ଟ, ହେକ୍ସା ଏବଂ ସଫାରୀ ଷ୍ଟର୍ମ ପାଇଁ ରିହାତି ଘୋଷଣା କରାଯାଇଛି । ଏଥିରେ ୧ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବାକୁ ଥିବାବେଳେ ଏହା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ । କମ୍ପାନୀର ‘ମାକ୍ସିମମ୍ ମାର୍ଚ୍ଚ ଅଫର’ ଅଧିନରେ ଲୋକପ୍ରିୟ ହ୍ୟାଚବ୍ୟାକ୍ ଟିଆଗୋରେ ଗ୍ରାହକମାନେ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଟିଗୋରରେ ୩୨,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ପାଇପାରିବେ । ଜେଷ୍ଟ ଏବଂ ହେକ୍ସାରେ ଗ୍ରାହକମାନେ ଯଥାକ୍ରମେ ୬୫,୦୦୦ ଏବଂ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ପାଇପାରିବେ । ଟାଟା ସଫାରୀ ଷ୍ଟର୍ମରେ ଆକର୍ଷଣୀୟ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ମିଳିବାକୁ ଥିବାବେଳେ ଏହି ସମସ୍ଥ ପାଞ୍ଚଟିଯାକ ମଡ଼େଲରେ ମାତ୍ର ୧ ଟଙ୍କାରେ ଗ୍ରାହକମାନେ ଗାଡ଼ି ବୀମା ପାଇପାରିବେ । ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ସ୍କ୍ରାଚ୍ ଆଣ୍ଡ ୱିନ୍ ଅଫର ମଧ୍ୟ ଘୋଷଣା କରିଛି ।


Share It

Comments are closed.