ଟାଟା ମୋଟର୍ସ ପକ୍ଷରୁ ନୂଆ ନେକ୍ସନ୍ ଇଭି ମ୍ୟାକ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଟାଟା ମୋଟର୍ସ ପକ୍ଷରୁ ପର୍ସନାଲ ମୋବିଲିଟି ସେଗ୍‌ମେଂଟ୍‌ରେ ଭାରତର ବେଷ୍ଟ ସେଲିଙ୍ଗ୍ ଇିଭିର ଏକ ସମ୍ପ୍ରସାରଣ, ନୂଆ ନେକ୍ସନ ଇଭି ମ୍ୟାକ୍ସକୁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱର, କଟକ, ପୁରୀ ଓ ବ୍ରହ୍ମପୁର (ଡିଓନ୍ ଅଟୋମୋଟିଭ୍‌ସ)ରେ ଡିଲରସିପ୍‌ଗୁଡିକରେ ଉପଲବ୍ଧ ହେଉଥିବା ନେକ୍ସନ ଇଭି ମ୍ୟାକ୍ସକୁ ୧୭.୭୪ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍ ଅଲ୍ ଇଣ୍ଡିଆ)ର ଏକ ଆକର୍ଷଣୀୟ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ନୂଆ ନେକ୍ସନ ଇଭି ମ୍ୟାକ୍ସ ହାଇ ଭୋଲ୍‌ଟେଜ୍ ଅତ୍ୟାଧୁନିକ ଜିପ୍‌ଟ୍ରୋନ୍ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏବଂ ଏହା ଦୁଇଟି ଟ୍ରିମ୍ ବିକଳ୍ପ ଯଥା ନେକ୍ସନ ଇଭି ମ୍ୟାକ୍ସ ଏକ୍ସଜେଡ୍‌+ ଓ ନେକ୍ସନ ଇଭି ମ୍ୟାକ୍ସ ଏକ୍ସଜେଡ୍‌+ ଲକ୍ସ ରେ ଉପଲବ୍ଧ ହେବ । ଏହା ୩ଟି ଉତ୍ସାହଜନକ ରଙ୍ଗ ଯଥା ଇଂଟେନ୍‌ସି-ଟିଲ୍ (ନେକ୍ସନ ଇଭି ମ୍ୟାକ୍ସ ପାଇଁ ଏକ୍ସକ୍ଲୁସିଭ୍‌), ଡେଟୋନା ଗ୍ରେ ଓ ପ୍ରିଷ୍ଟିନ୍ ହ୍ୱାଇଟ୍‌ରେ ଆସୁଛି । ଡୁଆଲ ଟୋନ୍ ବଡି କଲର୍‌କୁ ଏକ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯିବ ।

୪୦.୫ କେଡବ୍ଲ୍ୟୁଏଚ୍ ଲିଥିୟମ-ଆୟନ ବ୍ୟାଟେରୀ ପ୍ୟାକ୍ ଦ୍ୱାରା ସୁସଜ୍ଜିତ, ନେକ୍ସନ ଇଭି ମ୍ୟାକ୍ସ ୩୩% ଉଚ୍ଚ ବ୍ୟାଟେରୀ କ୍ଷମତା ପ୍ରଦାନ କରିବା ସହ ୪୩୭ କିମି (ଷ୍ଟାଣ୍ଡାର୍ଡ ଟେଷ୍ଟିଂ ସ୍ଥିତି ଅଧିନରେ)ର ଏକ ଚିନ୍ତାମୁକ୍ତ ଏଆର୍‌ଏଆଇ ସାର୍ଟିଫାଏଡ୍ ରେଞ୍ଜ୍ ଦେଉଛି ଯାହାକି ବାଧାହୀନ ଇଂଟର-ସିଟି ଟ୍ରାଭେଲ ସୁନିଶ୍ଚିତ କରୁଛି । ନେକ୍ସନ ଇଭି ମ୍ୟାକ୍ସ ୧୦୫ କେଡବ୍ଲ୍ୟୁ (୧୪୩ପିଏସ୍‌)ର ପାୱାର ସୃଷ୍ଟି କରୁଛି ଏବଂ ପେଡାଲ୍‌କୁ ପୁଶ୍ କରିବା ମାତ୍ରେ ୨୫୦ ଏନ୍‌ଏମ୍‌ର ଇନ୍‌ଷ୍ଟାଂଟ୍ ଟର୍କ ପ୍ରଦାନ କରୁଛି, ଯାହାଫଳରେ କେବଳ ୯ ସେକେଣ୍ଡରେ ୦ରୁ ୧୦୦ ସ୍ପ୍ରିଂଟ୍ ସମୟ ମିଳିଥାଏ । ଚାର୍ଜିଙ୍ଗ ଅନୁଭୂତିକୁ ମ୍ୟାକ୍ସ ସ୍ତରକୁ ନେଇ ନେକ୍ସନ ଇଭି ମ୍ୟାକ୍ସ ଏକ ୩.୩ କେଡବ୍ଲ୍ୟୁ ଚାର୍ଜର କିମ୍ବା ୭.୨ କେଡବ୍ଲ୍ୟୁ ଏସି ଫାଷ୍ଟ୍ ଚାର୍ଜରର ବିକଳ୍ପ ସହିତ ଉପଲବ୍ଧ ହେବ । ୭.୨ କେଡବ୍ଲ୍ୟୁ ଏସି ଫାଷ୍ଟ ଚାର୍ଜକୁ ଘରେ କିମ୍ବା କାର୍ଯ୍ୟସ୍ଥଳୀରେ ଇନ୍‌ଷ୍ଟଲ୍ କରାଯାଇପାରିବ, ଯାହା ଚାର୍ଜିଙ୍ଗ ସମୟକୁ ୬.୫ ଘଂଟାକୁ ହ୍ରାସ କରିବାରେ ସାହାଯ୍ୟ କରୁଛି । ନେକ୍ସନ ଇଭି ମ୍ୟାକ୍ସ ଯେକୌଣସି ୫୦କେଡବ୍ଲ୍ୟୁ ଡିସି ଫାଷ୍ଟ୍ ଚାର୍ଜରରୁ କେବଳ ୫୬ ମିନିଟ୍‌ରେ ୦-୮୦%ର ଏକ ଦ୍ରୁତ ଚାର୍ଜିଂ ସମୟକୁ ସମର୍ଥନ କରିବ ।

ଏହି ଅବସରରେ ଟାଟା ମୋଟର୍ସ ଲିମିଟେଡର ଟେରିଟୋରୀ ସେଲସ ମ୍ୟାନେଜର ସବ୍ୟସାଚୀ ଦାସ, ମେୟର ଶ୍ରୀମତି ସୁଲୋଚନା ଦାସ, ଡିଜିଏମ ଏସବିଆଇ-ଆନନ୍ଦ ବିକ୍ରମ, ଡିଜିଏମ ଇଣ୍ଡିଆନ ବ୍ୟାଙ୍କ-ଜୋନାଲ ମ୍ୟାନେଜର(ଭୁବନେଶ୍ୱର) ଭି ଶଙ୍କର ରାଜୁ, ଡିଲର ପ୍ରିନ୍ସିପାଲ-ମନୋଜ କୁମାର ସାହୁ, ସିଇଓ, ଡିଅନ ଅଟୋମେଟିଭ-ସତ୍ୟମ ପଟ୍ଟନାୟକ ଏବଂ ଟାଟା ମୋଟର୍ସ ରିଜୋନାଲ ମ୍ୟାନେଜର(ଇଷ୍ଟ-୪) ଶିଶିର ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଲଂଚ୍ ଅବସରରେ ଟାଟା ପାସେଞ୍ଜର ଇଲେକ୍‌ଟ୍ରିକ୍ ମୋବିଲିଟି ଲିମିଟେଡ୍‌ର ସେଲ୍‌ସ ଓ ସର୍ଭିସ୍ ଷ୍ଟ୍ରାଟେଜି, ମାର୍କେଟିଂ ବିଭାଗ ମୁଖ୍ୟ ବିବେକ ଶ୍ରୀବାସ୍ତବ କହିଛନ୍ତି, “ଗ୍ରାହକ କୈନ୍ଦ୍ରିକତାକୁ ମୂଳରେ ରଖିବା ଏବଂ ନିୟମିତ ଓ ଶୀଘ୍ର ବ୍ୟବଧାନରେ ନୂତନ ଉତ୍ପାଦ ଆଣିବା ପାଇଁ ଉତ୍ସର୍ଗୀକୃତ ରହି, ଆମେ ନୂଆ ନେକ୍ସନ ଇଭି ମ୍ୟାକ୍ସର ଲଂଚ୍ ପାଇଁ ଉତ୍ସାହିତ ରହିଛୁ- ଏକ ଏସ୍‌ୟୁଭି ଯାହା ସମସ୍ତ ଇଭି ଉପଭୋକ୍ତାଙ୍କୁ ନିୟମିତ ଓ ବାଧାମୁକ୍ତ ଦୀର୍ଘ ଦୂରତାର ଯାତ୍ରା କରିବା ପାଇଁ ସର୍ବାଧିକ ସ୍ୱାଧୀନତା ପ୍ରଦାନ କରୁଛି । ଏହି ଏସ୍‌ୟୁଭି ସାମଗ୍ରିକ ଚାଳନା ଦକ୍ଷତାକୁ ଉନ୍ନତ କରି ଏବଂ ଏକ ସାଲିସବିହୀନ ଇଭି ମାଲିକାନା ଅନୁଭୂତି ପ୍ରଦାନ କରି ଅଧିକ ରେଞ୍ଜ୍‌, ପାୱାର ଓ ଶୀଘ୍ର ଚାର୍ଜିଙ୍ଗ୍ ସୁବିଧା ଦେଉଛି । ସେହିପରି ପାସେଞ୍ଜର ଇଲେକ୍‌ଟ୍ରିକ୍ ମୋବିଲିଟି ଲିଃର ପ୍ରଡକ୍ଟ ଲାଇନ୍ ଆଣ୍ଡ ଅପରେଶନ୍ସ ବିଭାଗର ଉପାଧ୍ୟକ୍ଷ ଆନନ୍ଦ କୁଲ୍‌କର୍ଣ୍ଣୀ କହିଛନ୍ତି, “ନେକ୍ସନ ଇଭି ମ୍ୟାକ୍ସ ହେଉଛି ସ୍ୱତନ୍ତ୍ର ଭାରତୀୟ ଡ୍ରାଇଭିଂ ଓ ପାଣିପାଗ ସ୍ଥିତି ପାଇଁ ଡିଜାଇନ୍ ହୋଇଥିବା ଆମର ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ହାଇ ଭୋଲ୍‌ଟେଜ୍ ଇଭି ଆର୍କିଟେକ୍‌ଚର ଜିପ୍‌ଟ୍ରୋନ୍ ପ୍ରତି ଏକ ପ୍ରମାଣ । ଏହା ଆମ ଗ୍ରାହକଙ୍କୁ ଏକ ବାସ୍ତବ ମ୍ୟାକ୍ସ ବା ସର୍ବାଧିକ ଅନୁଭୂତି ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ଉନ୍ନତ ରେଞ୍ଜ୍‌, ସୁରକ୍ଷା, ପ୍ରଦର୍ଶନ ଓ ଲକ୍‌ଜରୀ ପ୍ରଦାନ କରୁଛି । ନେକ୍ସନ ଇଭି ମ୍ୟାକ୍ସରେ ୩୦ରୁ ଅଧିକ ନୂତନ ଫିଚର ଏବଂ ପର୍ସନାଲ ସେଗ୍‌ମେଂଟ୍ କ୍ରେତାଙ୍କ ପାଇଁ ୩ ମେନ୍‌ଷ୍ଟ୍ରିମ୍ ଇଭି ଅଫରିଙ୍ଗ୍ ସହିତ ଟାଟା ମୋଟର୍ ପ୍ରଦର୍ଶନ ଓ ଟେକ୍ନୋଲୋଜିକୁ ସାମ୍‌ନାକୁ ଆଣିବା ଏବଂ ଭାରତୀୟ ଗ୍ରାହକଙ୍କୁ ଇଭଲ୍‌ଭଟୁଇଲେଟ୍ଟ୍ରିକ୍ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏକ ବିକଶିତ ଯାତ୍ରା ଧାର୍ଯ୍ୟ କରିଛି ।”

 


Share It

Comments are closed.