ଟାଟା କ୍ଲିକ୍‌, ଟାଟା କ୍ଳିକ୍ ଲଗ୍‌ଜୁରି ଓ ଟାଟା କ୍ଲିକ୍ ପ୍ୟାଲେଟ୍ ପକ୍ଷରୁ ପ୍ରମୁଖ ସେଲ୍ କାର୍ଯ୍ୟକ୍ରମ ୧୦.୧୦ ସହ ପାର୍ବଣ ଋତୁ ପାଳନ


ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଟାଟା କ୍ଲିକ୍‌, ଟାଟା କ୍ଲିକ୍ ଲଗ୍‌ଜୁରି ଓ ଟାଟା କ୍ଲିକ୍ ପ୍ୟାଲେଟ୍ ପକ୍ଷରୁ ବାର୍ଷିକ ଓ ବହୁ ପ୍ରତିିକ୍ଷୀତ ୧୦.୧୦ ସେଲ୍‌ର ଶୁଭାରମ୍ଭ ଅକ୍ଟୋବର ୬ ତାରିଖରୁ ହୋଇଛି । ଏହି ଅଫରର ଗ୍ରାହକମାନେ ପୋଷାକ, ବିଉଟି ସାମଗ୍ରୀ, ଆସେସୋରିଜ୍‌, ଫୁଟ୍‌ଓୟାର, ଗହଣା, ହାତଘଂଟା ଏବଂ ଆହୁରି ବହୁ ପ୍ରକାର ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ପାଇପାରିବେ ।

ଏହି ଅବସରରେ ଟାଟା କ୍ଲିକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ଅସ୍ଥାନା କହିଛନ୍ତି ଯେ, “ଲାଇଫ୍‌ଷ୍ଟାଇଲ୍‌, ଲଗ୍‌ଜୁରି ଓ ବିଉଟିରେ ଗ୍ରାହକମାନଙ୍କ ପସନ୍ଦର ପ୍ଲାଟଫର୍ମରେ ପରିଣତ ହେବା ପାଇଁ ଟାଟା କ୍ଲିକ୍‌ରେ ଆମେ ଗୁରୁତ୍ୱାରୋପ କରୁଛୁ । ଚଳିତ ଉତ୍ସବ ଋତୁରେ ଗ୍ରାହକମାନଙ୍କ କିଣାକିଣି ମନୋଭାବକୁ ଦୃଷ୍ଟିରେ ରଖି ଆମେ ଆମ ପ୍ରମୁଖ ସେଲ୍ କାର୍ଯ୍ୟକ୍ରମ ୧୦.୧୦ ଘୋଷଣା କରି ବେଶ ଉତ୍ସାହିତ ଯାହା ଅକ୍ଟୋବର ୬ରୁ ଆରମ୍ଭ ହୋଇଛି । ସମସ୍ତ ତିନି ପ୍ଲାଟଫର୍ମ ଟାଟା କ୍ଲିକ୍‌, ଟାଟା କ୍ଳିକ୍ ଲକ୍‌ଜୁରି ଓ ଟାଟା କ୍ଲିକ୍ ପ୍ୟାଲେଟ୍‌ରେ ବିଭିନ୍ନ ବର୍ଗରେ ବ୍ୟାପକ ଅଫର ରହିଛି ଯାହା ଗ୍ରାହକମାନଙ୍କୁ ଏହି ଉତ୍ସବ ସମୟରେ ସପିଙ୍ଗ କରିବାକୁ ଉତ୍ସାହି କରିବ । ଏହି ପ୍ଲାଟଫର୍ମଗୁଡ଼ିକ ସେମାନଙ୍କ ପୋର୍ଟଫୋଲିଓରେ ନୂଆ ସମ୍ଭାର ଯୋଡ଼ି ବିଭିନ୍ନ ବର୍ଗରେ ବ୍ୟାପକତାକୁ ବଢ଼ାଇଛନ୍ତି ।”

ଟାଟା କ୍ଲିକ୍‌ରେ ଗ୍ରାହକମାନେ ପୋଷାକ ଓ ଫୁଟଓୟାର ଉପରେ ଅଫର ପାଇପାରିବେ । ଜ୍ୟାକ୍ ଆଣ୍ଡ୍ ଜୋନ୍‌ସ, ଲିଭାଇସ୍‌, ସ୍ପାଏକର, ୟୁଏସ୍ ପୋଲୋ ଆସୋସିଏସନ ଭଳି ପୁରୁଷ ପୋଷାକ ବ୍ରାଣ୍ଡ୍ ଉପରେ ୩୦-୮୦% ପର୍ଯ୍ୟନ୍ତ ରିହାତି ରହିଛି । ସେହିପରି ପୁରୁଷ ଫୁଟ୍‌ଓୟାର ଉପରେ ୭୦% ପର୍ଯ୍ୟନ୍ତ ଏବଂ ମହିଳା ଫୁଟ୍‌ଓୟାର ଉପରେ ଆକର୍ଷଣୀୟ ଅଫର ଏବଂ ଆଲ୍‌ଡୋ, ଆଣ୍ଡ୍ ବିବା, କ୍ଲାର୍କସ୍‌, ଓନ୍‌ଲି, ଭେରୋ ମୋଡା ଓ ଡବ୍ଲୁ ଭଳି ବ୍ରାଣ୍ଡ୍ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ । କ୍ୟାସିଓ, ଫସିଲ ଓ ଟାଇଟାନ୍ ଭଳି ହାତଘଂଟା ଉପରେ ଅଫର ରହିଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଉପରେ ତତ୍କାଳର ରିହାତି ସୁବିଧା ମଧ୍ୟ ରହିଛି ।

ଟାଟା କ୍ଲିକ୍ ଲକ୍‌ଜୁରିରେ ଗ୍ରାହକମାନେ ଗେସ୍‌, ମାଇକେଲ୍ କୋର୍‌ସ, ମୋବ୍ଲାଂ, ସାମସୋନାଇଟ୍‌, ଭର୍ସେସ, ଆର୍ଣ୍ଣସ, ଏମ୍ପେରିଓ ଅରମାନି, ଜଷ୍ଟ କାଭାଲି ମାସେରାଟି ଭଳି ବ୍ରାଣ୍ଡ୍ ଉପରେ ଆକର୍ଷଣୀୟ ଅଫର ପାଇପାରିବେ । ପୁରୁଷ ଓ ମହିଳା ଫେସନ୍ ବର୍ଗ ଉପରେ ୪୦-୫୦% ରିହାତି ମିଳିବ । କେଲ୍‌ଭିନ୍ କ୍ଲେନ୍ ଜିନ୍ସ, ଫୋରଏଭର ନିଉ, ଗାଂଟ୍‌, ଲାକୋଷ୍ଟେ, ଟମି ହିଲଫିଗର, ଟ୍ରୁ ରିଲିଜିଅନ୍ ଓ ସିଲେକ୍ଟ ହୋମ୍ ଭଳି ପୋଷାକ, ଆଲ୍‌ଡୋ, ଆଡିଡାସ୍ ଅରିଜିନାଲ୍‌ସ, ବୁଗାଟି, ଡ୍ୟୁନ୍ ଲଣ୍ଡନ, ନିଉ ବାଲାନ୍ସ ଭଳି ଫୁଟଓୟାର ବ୍ରାଣ୍ଡ୍ ଉପରେ ଅଫର ରହିଛି । ସେହିପରି ବସ୍ କିଡ୍‌ସ, ଚୌପେଟି, ଜୋର୍ଡାନ୍‌, କାର୍ଲ ଲାଗରଫିଲ୍ଡ କିଡ୍‌ସ ଭଳି ଶିଶୁ ପୋଷାକ ଉପରେ ମଧ୍ୟ ଅଫର ରହିଛି ।


Share It

Comments are closed.