ନମ୍ବର ୱାନ ସିଡେଡ୍ ତାରା ଶାହଙ୍କର ଜବରଦସ୍ତ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ


ଏସିଆ ଜୁନିୟର ୧୫ ବର୍ଷରୁ କମ୍ ବାଳିବା ରନରଅପ୍ ତାରା ଶାହ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ୟୋନେକ୍ସ-ସନ୍ରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ର ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଖେଳାଳୀ ହୋଇଛନ୍ତି ।
ଆଜିର ପ୍ରଥମ ୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ କ୍ୱାଟରଫାଇନାଲରେ ଉନ୍ନତି ହୁଡ୍ଡା (ହରିୟାଣା)ଙ୍କୁ ୨୧-୧୬, ୨୧-୧୮ରେ ହରାଇବା ପୂର୍ବରୁ ପୂନେର ଅଗ୍ରଣୀ ସିଡ୍ ତାରାଙ୍କୁ ଏକ କଡ଼ା ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥଲା । ଅନ୍ୟାନ୍ୟ ଶେଷ ଆଠଟି ମ୍ୟାଚରେ ଅଷ୍ଟମ ସିଡ୍ ଦେବିକା ସିହାଗ(ହରିୟାଣା) ଚତୁର୍ଥ ସିଡ୍ ରାଧିକା ଶର୍ମାଙ୍କୁ ହରାଇ ସିଧାସଳଖ ତାରାଙ୍କ ସହ ଅନ୍ତିମ ଚତୁର୍ଥ ଷ୍ଟେଜରେ ସାମିଲ ହୋଇଛନ୍ତି ।
ଇତିମଧ୍ୟରେ ୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ଅଗ୍ରଣୀ ସିଡ୍ ପ୍ରଣଭ ରାଓ ଗନ୍ଧମ(ତେଲେଙ୍ଗାନା), ତୃତୀୟ ସିଡ୍ ଜୟନ ରାଣା(ହରିୟାଣା) ଏବଂ ଚତୁର୍ଥ ସିଡ୍ ଆୟୁଷ ରାଜ ଗୁପ୍ତା (ଉତ୍ତରପ୍ରଦେଶ) ନିଜ ନିଜ ମ୍ୟାଚରେ ବିଜୟ ହାସଲ ସହ କ୍ୱାଟରଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଦିନର ପ୍ରଥମ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ମଧ୍ୟରେ ଆବଦ୍ଧ ରହିଥିଲା, ଯେଉଁଗୁଡ଼ିକ ମଧ୍ୟରୁ ଅଧିକତମ ସଂଘର୍ଷପୂର୍ଣ୍ଣ ରହିଥିଲା । ୧୭ ବର୍ଷରୁ କମ୍ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦୁଇଟି ମୁକାବିଲା ରହିଥିଲା ଯେଉଁଥିରେ ଦ୍ୱିତୀୟ ଏବଂ ଚତୁର୍ଥ ସିଡେଡ୍ ଯୋଡ଼ି ପ୍ରାକ୍-କ୍ୱାଟରଫାଇନାଲରୁ ବିଦାୟ ନେଇଥିଲେ ।
ଫଳାଫଳ
୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ : କ୍ୱାଟରଫାଇନାଲ: ତାରା ଶାହ-୧(ମହାରାଷ୍ଟ୍ର), ଉନ୍ନତି ହୁଡ୍ଡା-୧୫(ହରିୟାଣା)ଙ୍କୁ ୨୧-୧୬,୨୧-୧୮ରେ ହରାଇଛନ୍ତି । ଦେବିକା ସିଂ-୮(ହରିୟାଣା), ରାଧିକା ଶର୍ମା-୪ (ପଞ୍ଜାବ)ଙ୍କୁ ୨୧-୧୩, ୨୧-୧୧ରେ ହରାଇଛନ୍ତି ।
୧୫ ବର୍ଷରୁ କମ୍ ବାଳକ ଡବଲ୍ସ: ରାଉଣ୍ଡ ୧୬: ଗଗନ-ମୟଙ୍କ ରାଣା-୧(ହରିୟାଣା) ଗୁଣ ଭେଙ୍କଟ ସାଇ ରେଡ୍ଡୀ ବାସିରରେଡ୍ଡୀ-ରାହୁଲ ଆଜାଦ ତଲ୍ୟୁରୀ(ତେଲୋଙ୍ଗାନା ଷ୍ଟେଟ୍)ଙ୍କୁ ୨୧-୧୦, ୨୧-୧୮ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ: ରାଉଣ୍ଡ ୧୬: ପ୍ରଣବ ରାଓ ଗନ୍ଧମ-୧(ତେଲେଙ୍ଗାନା ଷ୍ଟେଟ), ଆୟନ ପଲ(ପଶ୍ଚିମବଙ୍ଗ)ଙ୍କୁ ୨୧-୧୩,୨୧-୧୫ରେ ହରାଇଛନ୍ତି । ଆୟୂଷ ରାଜ ଗୁପ୍ତା-୪(ଉତ୍ତର ପ୍ରଦେଶ) ଦୈବିକ ଚୌହାନ(ଗୁଜୁରାଟ)୨୧-୧୭, ୨୧-୧୨ରେ ହରାଇଛନ୍ତି । ଜୟନ୍ତ ରାଣା-୩(ହରିୟାଣା) ସଞ୍ଜୀବ ରାଓ ରେଲ୍ଲୀ-୧୦(ଆନ୍ଧ୍ର ପ୍ରଦେଶ)ଙ୍କୁ ୨୧-୧୪, ୨୧-୧୯ରେ ହରାଇଛନ୍ତି ।


Share It

Comments are closed.