ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବିବାଦୀୟ ବାୟନ ଦେଇ କଂଗ୍ରେସର ବରିଷ୍ଠ ନେତା ‘ନିଲାଇ କାନନ’ଙ୍କୁ ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଉପରେ ବିବାଦୀୟ ବୟାନ ଦେବା ପରେ ନିଲାଇଙ୍କ ବିରୋଧରେ ଥାନାକୁ ଅନେକ ଅଭିଯୋଗ ଆସିଥିଲା । ଯାହା ଫଳରେ ପୋଲିସ ତାଙ୍କୁ ବିରୋଧରେ ହିଂସାକୁ ଉସକାଇବା ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରିବା ଆଧାରରେ ଏକ ମାମଲା ରୁଜୁ କରି ଗିରଫ କରିଛି ।
ବିଜେପି ରାଜ୍ୟ ମୁଖପାତ୍ର ନାରାୟଣ ତିରୁପତି, ନିଲାଇ କାନନଙ୍କ ବିରୋଧରେ ଏହି ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରିଛି । ନିଲାଇ, ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ ଯେ, “ଆଶ୍ଚର୍ଯ୍ୟର କଥା ଏହା, ମୁସଲମାନମାନେ ବର୍ତ୍ତମାନ ପର୍ଯ୍ୟନ୍ତ କିପରି ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କୁ କାହିଁକି ହତ୍ୟା କରି ନାହାନ୍ତି ।”
ପ୍ରକାଶ ଥାଉକି ନିଲାଇ, ତାମିଲନାଡୁ କଂଗ୍ରେସର ଜଣେ ବରିଷ୍ଠ ନେତା ଥିବାବେଳେ ସେ ଏକାଧାରାରେ ଜଣେ ସାହିତ୍ୟକାର ଏବଂ ସାହିତ୍ୟ ଉପରେ ଆଧାରିତ ଟି.ଭି କାର୍ଯ୍ୟକ୍ରମ ଗୁଡିକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ।


Share It

Comments are closed.