ଟାଫେ ଓ ଇସେକି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ


ଘନତ୍ୱ ଅନୁଯାୟୀ ବିଶ୍ୱର ତୃତୀୟ ବୃହତ ଟ୍ରାକ୍ଟର ନିର୍ମାଣକାରୀ ସଂସ୍ଥା ଟାଫେ ଏବଂ ଜାପାନୀ କୃଷି ଉପକରଣ ନିର୍ମାଣକାରୀ ସଂସ୍ଥା ଇସେକି ଆଣ୍ଡ କୋ. ଲିମିଟେଡ଼ ଭାରତରେ କମ୍ପ୍ୟାକ୍ଟ ଟ୍ରାକ୍ଟରଗୁଡ଼ିକର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।
ଏହି ଚୁକ୍ତି ଅଧିନରେ, ଇସେକି ଭାରତୀୟ ବଜାର ପାଇଁ ଏହି ଉପରାଦଗୁଡ଼ିକ ନିର୍ମାଣ କରିବା ପାଇଁ ଟାଫେକୁ ଉତ୍ପାଦ ଜ୍ଞାନକୌଶଳ ପ୍ରଦାନ କରିବ । ଟାଫେ ଭାରତରେ ୩୫-୫୪ ଏଚ୍ପି ରେଞ୍ଜରେ ଇସେକିର ପ୍ରିମିୟମ୍ ଲାଇଟ୍ ୟୁଟିଲିଟି କମ୍ପ୍ୟାକ୍ଟ ଟ୍ରାକ୍ଟରଗୁଡ଼ିକ ପ୍ରଦାନ କରିବ । ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହିତ ଏହି ମଲ୍ଟି ୟୁଟିଲିଟି ହାଲୁକା ଟ୍ରାକ୍ଟରଗୁଡ଼ିକ ପୁଡଲିଂ ଅପରେସନ୍, ଉଦ୍ୟାନ ତଥା ବୃକ୍ଷରୋପଣ ପାଇଁ ଜମି ପ୍ରସ୍ତୁତି, ଟିଲିଂ, ଆଭ୍ୟନ୍ତରୀଣ ଚାଷ ଓ ସିଞ୍ଚନ ଆଦି କାର୍ଯ୍ୟ ନିମନ୍ତେ ବ୍ୟବହୃତ ହୋଇପାରିବ । ଏହି ଟ୍ରାକ୍ଟରଗୁଡ଼ିକ ଟାଫେର ମଦୁରାଇ ନିର୍ମାଣାଗାରରେ ପ୍ରସ୍ତୁତ ହେବ ଓ ୨୦୨୦ ସୁଦ୍ଧା ଏଗୁଡ଼ିକର ଶୁଭାରମ୍ଭ ହେବ ।
ମଲ୍ଲୀକା ଶ୍ରୀନିଭାସନ୍, ଚେୟାରମ୍ୟାନ୍ ତଥା ସିଇଓ – ଟାଫେ, ପ୍ରକାଶ କରିଛନ୍ତି ଯେ, “ଏହି ଚୁକ୍ତି ବିଶ୍ୱସ୍ତରରେ ଲାଇଟ୍ ୟୁଟିଲିଟି କମ୍ପ୍ୟାକ୍ଟ ଟ୍ରାକ୍ଟର ସେଗମେଣ୍ଟରେ ଇସେକିର ଉଚ୍ଚ ଅନୁଭୂତିଗୁଡ଼ିକୁ ଏକାଠି ଆଣିବ ଏବଂ ସୁଦୃଢ଼ ନିର୍ମାଣ ସକ୍ଷମତା ଓ ଆକର୍ଷଣୀୟ ଯୋଗାଣ ସୃଙ୍ଖଳ ସହିତ ଭାରତୀୟ ବଜାରରେ ଟାଫେର ଦୃଢ଼ ସ୍ଥିତି, ଭାରତୀୟ ଗ୍ରାହକମାନଙ୍କୁ ଆନ୍ତର୍ଜାତୀୟ ଉତ୍ପାଦ ରେଞ୍ଜ ପ୍ରଦାନ କରିବ ।” ଶ୍ରୀଯୁକ୍ତ କିକୁଚି, ଇସେକିର ଚେୟାରମ୍ୟାନ୍ ଏହି ଚୁକ୍ତି ସମ୍ବନ୍ଧରେ ପ୍ରକାଶ କରିଛନ୍ତି ଯେ, “ଆମେ ବିଶ୍ୱ, ଭାରତ ଓ ଭାରତର ଉପ ମହାଦେଶମାନଙ୍କରେ ଟାଫେ ସହିତ ବୃହତ ସହବନ୍ଧିତା ସହ ସର୍ବବୃହତ ଟ୍ରାକ୍ଟର ବଜାରରେ ପ୍ରବେଶ କରିଛୁ । ଆମେ ଏହି ଚୁକ୍ତି ସହିତ ଟାଫେ ସହିତ ଜ୍ଞାନକୌଶଳଗୁଡ଼ିକୁ ପ୍ରୋତ୍ସାହିତ କରିବୁ ଓ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ପରସ୍ପର ସାହାଯ୍ୟ କରିବୁ, ଯେଉଁ ସହଭାଗିତା କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱରେ ଆମର ସ୍ଥିତି ପାଇଁ ଦୀର୍ଘକାଳୀନ ଅଟେ ।”


Share It

Comments are closed.