ଭୁବନେଶ୍ୱରରେ ଏକ ନୂଆ ରିଟେଲ୍ ଷ୍ଟୋର୍ର ଶୁଭାରମ୍ଭ କରିଛି ସୂତା
ଭୁବନେଶ୍ୱର : ଘରୋଇ ଆର୍ଟିସ୍ନାଲ ବ୍ରାଣ୍ଡ ସୂତା ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର୍ ସହିତ ଏହାର ରିଟେଲ୍ ଉପସ୍ଥିତିକୁ ବିସ୍ତାର କରିଛି । ଚନ୍ଦ୍ରଶେଖରପୁରର ସାମନ୍ତ ବିହାରରେ ଅବସ୍ଥିତ ଏହି ଷ୍ଟୋର୍ ହେଉଛି ସୂତାର ୭ମ ବ୍ରିକ୍-ଆଣ୍ଡ୍-ମୋର୍ଟାର୍ ଷ୍ଟୋର୍ ଏବଂ ଏହା ଏହି ସହର ସହିତ ବ୍ରାଣ୍ଡର ଦୀର୍ଘସ୍ଥାୟୀ ସମ୍ପର୍କକୁ ଅଧିକ ମଜଭୁତ କରିଛି ।
୧୬୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଷ୍ଟୋର୍ ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ଓ ସହଜରେ ପହଂଚଯୋଗ୍ୟ ସିଟି ସେଂଟର୍ରେ ଅବସ୍ଥିତ ରହିଛି । ଏହାର ଅର୍ଦି ଟୋନ୍, ଚମତ୍କାର ଆର୍ଚ ଓ ଷ୍ଟେନ୍ଡ ଗ୍ଲାସ୍ର ସ୍ପର୍ଶ ସହିତ ଏହା ହେଉଛି ଭାରତର ସମୃଦ୍ଧ କାରିଗରୀ ଐତିହ୍ୟର ପ୍ରଶଂସକଙ୍କ ପାଇଁ ନବୀକରଣର ଏକ ସ୍ଥାନ । ସହରର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଷ୍ଟୋର୍ର ଇଂଟେରିୟର୍ରେ ପଟ୍ଟଚିତ୍ର, ଚିତା ଓ ଧାତୁ କଳା ସମେତ ବିଭିନ୍ନ ସ୍ୱଦେଶୀ କଳାକୃତି ସାମିଲ କରାଯାଇଛି ଯାହାକୁ ସ୍ଥାନୀୟ କାରିଗରମାନେ ନିର୍ମାଣ କରିଛନ୍ତି । ଏହା ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବା ସହିତ ସ୍ୱଦେଶୀ କଳାକୁ ସଂରକ୍ଷିତ ରଖିବା ପାଇଁ ସୂତାର ପ୍ରତିବଦ୍ଧତାର ଏକ ସଚେତନ ବିସ୍ତାର । ଏସମ୍ପର୍କରେ ସୂତାର ସହପ୍ରତିଷ୍ଠାତା ସୁଜାତା ବିଶ୍ୱାସ କହିଛନ୍ତି, ‘ଆମେ ଏକ ଶାଢୀ ସହିତ ଆମର ଗ୍ରାହକଙ୍କ ପ୍ରଥମ ଅନୁଭୂତିର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପାରମ୍ପରିକ ଫ୍ୟାବ୍ରିକ୍ର ବ୍ୟବହାର କରିଛୁ । ଏହି ଷ୍ଟୋର୍ ସ୍ପେଶ୍ ଟେକ୍ସଚର ଓ କଲର୍ର ଏକ ସ୍ୱତନ୍ତ୍ର ମିଶ୍ରଣକୁ ପ୍ରଦର୍ଶିତ କରୁଛି ଏବଂ ଆମେ ବ୍ୟବହାର କରିଥିବା ସାମଗ୍ରୀଗୁଡିକର ଅନ୍ତର୍ନିହିତ ଗୁଣବତା ଓ ବୈଶିଷ୍ଟ୍ୟତାକୁ ବଜାୟ ରଖିବା ଲାଗି ପ୍ରୟାସ କରାଯାଇଛି । ଏହି ଷ୍ଟୋର୍ ଏକ ‘ଚାପୌଲ୍୍’ ଚାରିପଟେ କେନ୍ଦ୍ରିତ ରହିଛି ଯାହା ଷ୍ଟୋର୍ର ସଂଯୋଜିତ କେନ୍ଦ୍ର ହେବା ସହିତ ଆମ ଗ୍ରାହକଙ୍କ ପାଇଁ ଏକ ଆରାମର ସ୍ଥାନ ଭାବେ କାର୍ଯ୍ୟ କରୁଛି ।’
କିନ୍ତୁ ଏହି ଷ୍ଟୋର୍ ସୂତା ପାଇଁ କାହିଁକି ଏକ ସ୍ୱତନ୍ତ୍ର ସ୍ଥାନ ଧାରଣ କରିଛି ତାହାର ଏଠାରେ ଆଉ ଏକ ଅଧିକ ବ୍ୟକ୍ତିଗତ କାରଣ ରହିଛି । ସେସମ୍ପର୍କରେ ସୂତାର ସହ ପ୍ରତିଷ୍ଠାତା ତାନିୟା ବିଶ୍ୱାସ କହିଛନ୍ତି, ‘ସୁ ଓ ମୁଁ ୧୯୯୧ରେ ଭୁବନେଶ୍ୱରକୁ ଆସିଥିଲୁ- ଆମର ପିତାମାନଙ୍କ ବାରମ୍ବାର ବଦଳି ହେଉଥିବା ଚାକିରି ଆମକୁ ସାରା ଭାରତରେ ଭ୍ରମଣ କରାଇଥିଲା । କିନ୍ତୁ ଆମେ ଭୁବନେଶ୍ୱରରେ ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ରହିଥିଲୁ ଏବଂ ଏଠାରେ ବଢିବା ସମୟର ଅନେକ ବିଶେଷ ସ୍ମୃତି ରହିଛି । ବାସ୍ତବରେ ଏହିଠାରେ ହିଁ ସୂତା ପାଇଁ ମଞ୍ଜି ବୁଣାଯାଇଥିଲା । ଅନେକ ଉପାୟରେ ଭୁବନେଶ୍ୱରରେ ସୂତାର ଏକ ଷ୍ଟୋର ଖୋଲିବା ଘରକୁ ଫେରିବା ଭଳି ମନେ ହେଉଛି ।’
ବ୍ରାଣ୍ଡର ବେଷ୍ଟ-ସେଲିଙ୍ଗ୍ ଡିଜାଇନ୍ଗୁଡିକ ବ୍ୟତୀତ ଏହି ଷ୍ଟୋର୍ର ସୂତାର ସଦ୍ୟତମ ଫେଷ୍ଟିଭ୍ ଲଂଚ୍ଗୁଡିକ ସାମିଲ ରହିବ ଯେଉଁଥିରେ ଦେଶର ବିଭିନ୍ନ ଅଂଶରୁ ବୁଣାକାରମାନଙ୍କ କାରିଗରୀ ସାମିଲ ରହିଛି । ଏହି ସ୍ୱତନ୍ତ୍ର କଲେକ୍ସନ ଅଳଙ୍କୃତ କିନ୍ତୁ ବ୍ରିଦେବୁଲ ଫ୍ୟାବ୍ରିକ୍ରେ ଚିକାନକାରୀ, ମାଶ୍ରୁ ଓ ଜାମଦାନି ସମେତ ବଂଶଗତ ବୁଣା ପଦ୍ଧତିଗୁଡିକୁ ପୁନର୍ଜୀବିତ କରିଛି । ଏହି କଲେକ୍ସନ ସହିତ ସୂତାର ଲକ୍ଷ୍ୟ ହେଉଛି ସମସ୍ତ ବୟସ ବର୍ଗର ପରିଧାନକାରୀଙ୍କ ପାଇଁ ଓ ସମସ୍ତ ଶାରୀରିକ ଆକାର ପାଇଁ ଆରାମ ଓ ସୌନ୍ଦର୍ଯ୍ୟତାକୁ ଏକତ୍ରିତ କରୁଥିବା ବିକଳ୍ପ ପ୍ରଦାନ କରିବା । ଏହି ଷ୍ଟୋର୍ ସୂତାର ୱେବ୍ସାଇଟ୍ ଓ ଆପ୍ରେ ଉପଲବ୍ଧ ହେଉନଥିବା ସ୍ୱତନ୍ତ୍ର ଉତ୍ପାଦଗୁଡିକୁ ଷ୍ଟକ୍ କରିବ ଏବଂ ସମୟ ସମୟରେ ରିହାତି ଓ ଡିଲ୍ ପ୍ରଦାନ କରିବ ବୋଲି ପ୍ରତିଷ୍ଠାତାଙ୍କ ପକ୍ଷରୁ କୁହାଯାଇଛି ।
Comments are closed.