ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହ ରିଲେସନସିପର ଘୋଷଣା ପରେ ସୁସ୍ମିତା ସେନଙ୍କ ପୋଷ୍ଟ –


ପୂର୍ବତମ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହିତ ରିଲେସନସିପର ଘୋଷଣା ସମ୍ପୂର୍ଣ୍ଣ ଇଣ୍ଟରନେଟ  ଏବଂ ଫ୍ୟାନଙ୍କ ମନରେ ହଲଚଲ ସୃଷ୍ଟି କରିଥିଲା । ଏହା ପରେ ଆଜି ମିସ ୟୁନିଭର୍ସ ସୁସ୍ମିତା ସେନ ନିଜର ଦୁଇ ଝିଅଙ୍କ ସହିତ ଏକ ଫଟୋ ସେୟାର କରି ନୋ ମ୍ୟାରେଜ ନୋ ରିଙ୍ଗ ଏକ୍ସଚେଞ୍ଜ ବୋଲି ପୋଷ୍ଟ କରିଥିଲେ । ସେ ଏକ ହାପି ପ୍ଲେସରେ ଅଛନ୍ତି ବୋଲି ମଧ୍ୟ ସେଥିରେ ଉଲ୍ଲେଖ କରିଥିଲେ । ଉଭୟ ଲଲିତ ଏବଂ ସୁସ୍ମିତା ରିଲେସନସିପରେ ଥିଲେ ମଧ୍ୟ ବିବାହ କରିନାହାଁନ୍ତି ବୋଲି ସେ ବ୍ୟକ୍ତ କରିଛନ୍ତି । ପୂର୍ବ କାଲି ଲଲିତ ମୋଦି ସୁସ୍ମିତାଙ୍କୁ ବେଟର ହାଫ ବୋଲି ଲେଖି ସୁସ୍ମିିତାଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ବିବାହ ହୋଇନାହିଁ ଏବଂ ଏହା ଖୁବ ଶୀଘ୍ର ହେବାକୁ ଯାଉଛି ବୋଲି ମଧ୍ୟ ସେ କହିଥିଲେ ।


Share It

Comments are closed.