ଚାନ୍ଦବାଲିରେ ବ୍ୟୋମକେଶ ହଜାଇ ଦେଇଛନ୍ତି ବିରୋଧୀଙ୍କ ଚିହ୍ନବର୍ଣ୍ଣ


ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀକୁ ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ବେଳେ ଚାନ୍ଦବାଲି ବ୍ଲକ ସମେତ ତିହିଡ ବ୍ଲକର ୭ଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଅଟେ । ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ ଅନୁସୂଚିତଙ୍କ ପାଇଁ ସଂରକ୍ଷଣ ଥିବାବେଳେ ୨୦୦୯ ପର ଠାରୁ ଏଠାରୁ ସଂରକ୍ଷଣ ଉଠିଛି । ତେବେ ସଂରକ୍ଷଣ ଉଠିବା ପର ଠାରୁ ଏଠାରେ ବିଜେଡି ହିଁ ଜିତି ଆସୁଛି ।
ପ୍ରକାଶ ଥାଉକି ୨୦୦୯ରେ ଏଠାରୁ ବିଜୟ ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୪ରେ ବ୍ୟୋମକେଶ ରାୟ ବିଜେଡିରୁ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନ କଥା ଯଦି ଆମେ କହିବା ଏହି ନିର୍ବାଚନ ମଣ୍ଡଳୀରେ ୧,୫୫,୮୫୯ ମତଦାତଙ୍କ ମଧ୍ୟରୁ ବିଧାୟକ ବ୍ୟାମକେଶ ରାୟ ୬୮,୫୫୭ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବାବେଳେ କଂଗ୍ରେସ ୪୩,୬୭୪ ଭୋଟ ପାଇଁ ଦ୍ୱିତୀୟ ଏବଂ ବିଜେପି ୩୮,୯୫୨ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା ।

ବ୍ୟୋମକେଶଙ୍କ କଥା ଯଦି ଆମେ କହିବା ସେ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଥିବାବେଳେ ତାଙ୍କର କାର୍ଯ୍ୟଶୈଳୀ ଏବଂ ନେତୃତ୍ୱ ନେବାର ଦକ୍ଷତା ଦେଖି ଦଳର ହାଇ କମାଣ୍ଡ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଚାନ୍ଦବାଲୀରୁ ପ୍ରାର୍ଥୀ କରାଇବା ପାଇଁ ନିଷ୍ପତି ନେଇଥିଲେ । ଏହା ପରେ ବ୍ୟୋମକେଶ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତିକୁ ସମ୍ମାନ ଜଣାଇ ଶତ ପ୍ରତୀଶତ ସଫଳ ହୋଇଥିଲେ ଏବଂ ହାଇ କମାଣ୍ଡଙ୍କୁ ଭେଟି ସ୍ୱରୁପ ପୁଣି ଥରେ ଚାନ୍ଦବାଲିରେ ବିଜେଡି ବାନା ଉଡାଇଥିଲେ ।
୨୦୧୪ରେ ଦଳ ବିରୋଧି ଏବଂ ମୋଦି ହାୱା ଥିବା ସତ୍ତେ୍ୱ୍ୱ ବ୍ୟୋମକେଶ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ବିଜେଡି ଦୁର୍ଗକୁ ପୁଣିଥରେ ସୁରକ୍ଷିତ କରିପାରିଥିଲେ । କେବଳ ଏତିକି ନୁହଁ ଦୀର୍ଘ ୫ ବର୍ଷର ବ୍ୟବଧାନ ମଧ୍ୟରେ ବ୍ୟୋମକେଶ ଚାନ୍ଦବାଲିରେ କରିଥିବା ଉନ୍ନୟନ ମୂଳକ ଏବଂ ଲୋକ ହିତକାରୀ କାମ ଯୋଗୁଁ ସେ ବର୍ତ୍ତମାନ ଅନେକ ଲୋକପ୍ରସିଦ୍ଧି ହାସଲ କରିଥିବାବେଳେ ଦଳର ହାଇ କମାଣ୍ଡ ତାଙ୍କୁ ପୁଣି ଥରେ ଟିକେଟ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.