ମହାରାଷ୍ଟ୍ରରେ ବିଜେପିର ମାଷ୍ଟରଷ୍ଟ୍ରୋକ, ବିନା ମେଣ୍ଟରେ ସମର୍ଥନ ଦେଲା ଏନସିପି


ମହାରାଷ୍ଟ୍ର ରାଜନୀତିରେ ଏହ ବଡ ଧରଣର ହଟଚମଟ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶରିଆ ଦେବେନ୍ଦ୍ର ଫଡନାୱିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇଛନ୍ତି । ଦେବେନ୍ଦ୍ର ଫଡନାୱିସଙ୍କ ସହ ଶରଦ ପାୱାରଙ୍କ ଭଣଜା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ଅଜିତଙ୍କ ଶପଥ ପାଠ ପରେ ତାଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଥିବାବେଳେ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ତେବେ ଅଜିତଙ୍କର ଏହି ନିଷ୍ପତି ଉପରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ଯେ, “ବିଜେପିକୁ ଅଜିତଙ୍କର ସମର୍ଥନ ନିଷ୍ପତି ଏହା ତାଙ୍କର ବ୍ୟକ୍ତିଗତ ଅଟେ, ଏଥିରେ ଏନସିପିର କୌଣସି ସହମତି ନାହିଁ । ଆମେ ତାଙ୍କ ନିଷ୍ପତିକୁ ସମର୍ଥନ ଜଣାଉ ନାହୁଁ ।”
ଏହି ଘଟଣାକୁ ନେଇ ଶିବସେନା ପ୍ରବକ୍ତା ସଞ୍ଜୟ ରାୱାତ କହିଛନ୍ତି ଯେ, “ରାଜ ଭବନ ପକ୍ଷରୁ ନିଜ ଶକ୍ତିର ଦୂରୁପୋଯୋଗ କରାଯାଇଛି । ଶରଦଙ୍କୁ ମଧ୍ୟ ଅଜିତଙ୍କର ଏହି ନିଷ୍ପତି ସଂପର୍କରେ ଜ୍ଞାତ ନାହିଁ । ଅଜିତ, ଶରଦଙ୍କୁ ଧୋକା ଦେଇଛନ୍ତି । ରାତିର ଅନ୍ଧାରରେ ସେ ଏହି ପାପ କରିଛନ୍ତି । ଅଜିତ ପାୱାର ଚୋରି କରିଛନ୍ତି ।”
ଏହା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ କହିଛନ୍ତି ଯେ, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଜେପି ନଡ୍ଡା କୃତଜ୍ଞତା ଜଣାଉଛି । କାରଣ ସେମାନେ ମୋତେ ପୁଣିଥରେ ମହାରାଷ୍ଟ୍ରର ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ”


Share It

Comments are closed.