ରାଇନାଙ୍କର ଏହି ରେକର୍ଡ ଯାହାକୁ ଧୋନି ଏବଂ ବିରାଟ ମଧ୍ୟ ଭାଙ୍ଗିପାରି ନାହାନ୍ତି


ଆଜି ହେଉଛି ଟିମ ଇଣ୍ଡିଆର ବାମ ହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କର ୩୨ତମ ଜନ୍ମଦିନ । ତେବେ ରାଇନାଙ୍କ ଏହି ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ ରେକର୍ଡ ସଂପର୍କରେ, ଯାହାକୁ କୋହଲି କିମ୍ବା ଧୋନି ମଧ୍ୟ ଭାଙ୍ଗି ପାରିନାହାନ୍ତି ।
ଏହି ଷ୍ଟାର ଖେଳାଳୀ ଜଣକ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚରେ ଶତକ ଲଗାଇଥିଲେ । ସେ ଏହି ଭଳି କୀର୍ତ୍ତି ହାସଲ କରିବାରେ ଭାରତର ୧୨ତମ ଖେଳାଳୀ ହୋଇଯାଇଛନ୍ତି । ସୁରେଶ ରାଇନା ଭାରତର ଏ ଭଳି ଏକ ଖେଳାଳୀ ଯିଏକି ବିଶ୍ୱ କପ ଏବଂ ଟି-୨୦ ବିଶ୍ୱ କପରେ ଶତକ ଲଗାଇବାର ରେକର୍ଡ ହାସଲ କରିଛନ୍ତି ।

ରାଇନା ଟି-୨୦ ଏବଂ ଦିନିକିଆ ବିଶ୍ୱ କପରେ ଶତକ ଲଗାଇଥିବା ଭାରତର ଏକ ମାତ୍ର ଖେଳାଳୀ ଅଟନ୍ତି । ସେ ଟି-୨୦ ବିଶ୍ୱ କପରେ ଶତକ ଲଗାଇଥିବା ଭାରତର ଏକ ମାତ୍ର ଖେଳାଳୀ ଏବଂ ବିଶ୍ୱରେ ୩ତମ ଖେଳାଳୀ ରୂପେ କୀର୍ତ୍ତି ହାସଲ କରିଛନ୍ତି । କୋହଲି ଏବଂ ଧୋନିଙ୍କ ଭଳି ବିସ୍ପୋରକ ଖେଳାଳୀ ମଧ୍ୟ ଟି-୨୦ରେ ଶତକ ଲଗାଇପାରି ନାହାନ୍ତି । ସେପଟେ ରାଇନା ଆଇପିଏଲରେ ସର୍ବାଧିକ ୪୫୪୦ ରନ କରିବାର ରେକର୍ଡ ରହିଛି ।
ସେ ୩ ଏପ୍ରେଲ ବ୍ୟାଙ୍କର ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରି ନିଜ ଜୀବନର ନୂଆ ଇଂନିସ ଆରମ୍ଭ କରିଥିଲେ । ସେ ୧୪ ମେ ୨୦୧୬ରେ ବାପା ହୋଇଥିଲେ । ପ୍ରିୟଙ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ରାଇନା ଗତ ବର୍ଷ ନିଜ ଝିଅ ‘ଗ୍ରାସିଆ’ ନାମରେ ଏକ ‘ଗ୍ରାସିଆ ରାଇନା’ ଫାଉଣ୍ଡେସନ ପ୍ରତିଷ୍ଠା କରିଛନ୍ତି ।
ସେ ଜଣେ ସଙ୍ଗୀତ ପ୍ରେମୀ ଅଟନ୍ତି ଏବଂ ବଲିଉଡରେ ଏକ ଗୀତ ମଧ୍ୟ ଗାଇଛନ୍ତି, ଯାହାକି ବେଶ ଲୋକପ୍ରିୟ ହୋଇଥିଲା ।


Share It

Comments are closed.