ଭୁବନେଶ୍ୱର ବାସୀଙ୍କ ମନ ମୋହିଲା ସୁନିଧି ଚୌହାନ ଓ ଅର୍ଜୁନ କାନୁନଗୋଙ୍କ ସଂଗୀତ


ଶୀତର ଆସର ମଧ୍ୟରେ ଭୁବନେଶ୍ୱର ବାସୀଙ୍କ ମନ ମୋହିଛନ୍ତି ବଲିବୁଡ଼ ଗାୟିକା ସୁନିଧି ଚୌହାନ ଓ ଅର୍ଜୁନ କାନୁନଗୋଙ୍କ ସଂଗୀତ । ମ୍ୟାକ୍ ଡାୱେଲ୍ସ ନମ୍ବର ୱାନ୍ ସୋଡା ପକ୍ଷରୁ ହଙ୍ଗାମା ଓ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ସହଭାଗିତାରେ ଏକ ସଙ୍ଗୀତମୟ ଦିନ ପାଇଁ ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଓ ଅର୍ଜୁନ କାନୁନଗୋଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯାଇଥିଲା । ପାର୍ବଣ ଋତୁ ପରେ ଏକ ଉତ୍ସବମୟ ପରିବେଶ ସୃଷ୍ଟି ପାଇଁ ଏହି କଳାକାରମାନେ ଓଡିଶାରେ ୩ଟି ସହରର ଟୁର୍ର ଅଂଶଭାବେ ଭୁବନେଶ୍ୱରସ୍ଥିତ ଜନତା ମୈଦାନଠାରେ ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟରେ ସଙ୍ଗୀତ ପରିବେଷଣ କରିଥିଲେ । ଭୁବନେଶ୍ୱରରେ ଦର୍ଶକଙ୍କ ମନୋରଞ୍ଜନ କରିବା ପରେ  ଏହି ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟ ଏବେ ଆସନ୍ତା ନଭେମ୍ବର ୨୪ ତାରିଖରେ ବ୍ରହ୍ମପୁର ଓ ନଭେମ୍ବର ୩୦ ତାରିଖରେ ରାଉର୍କେଲାଠାରେ ସଙ୍ଗିତ ପରିବେଷଣ କରିବେ ।
ଦର୍ଶକ ନାଚିବା ଭଳି ବିଭିନ୍ନ ଟ୍ରାକ ଯେପରି, ‘ସାକି ସାକି’, ‘କମଲି’ ଓ ବେଙ୍ଗଲି ଓରିଜିନାଲ ‘ୟାର୍ଦର ସୋଙ୍ଗେ’ ଆଦିରେ ନିଜ ଫ୍ୟାନ୍ମାନଙ୍କୁ ନଚାଇବା ସହ ଗାଇବାକୁ  ସକ୍ଷମ କରିଥିଲେ । ସେହିପରି ଅର୍ଜୁନ କାନୁନ୍ଗୋ ନିଜର ଆଇକୋନିକ୍ ହିଟ୍ ‘ବାକି ବାତେଁ ପିନେ ବାଦ୍’, ‘ଫୁର୍ସତ’, ‘ଖୁନ୍ ଚୁସ୍ ଲେ’ ଆଦି ମାଧ୍ୟମରେ ଫ୍ୟାନଙ୍କ ମନୋରଞ୍ଜନ କରିଥିଲେ ଏବଂ ଦର୍ଶକ ମଧ୍ୟ ତାଙ୍କ ସହ ଗୀତ ଗାଇଥିଲେ ।
ମ୍ୟାକ୍ ଡାୱେଲ୍ସ ନମ୍ବର ୱାନ୍ ସୋଡା ହେଉଛି ଭାଇଚାରା ବନ୍ଧନକୁ ପାଳନ କରିବାର ଏକ ପର୍ଯ୍ୟାୟ ଏବଂ ଭାରତରେ ଯୁବପୀଢିଙ୍କ ମଧ୍ୟରେ ନିଜର ଜଟିଳ ଓ ମନୋରମ କାହାଣୀ ମାଧ୍ୟମରେ ବନ୍ଧୁତାର ଏକ ପ୍ରତୀକ ଅଟେ । ହଙ୍ଗାମା ଓ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ଦ୍ୱାରା ପରିଚାଳିତ ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟ ହେଉଛି ଏକ ଗବେଷଣାଣାତ୍ମକ ମଞ୍ଚ ଯାହାକୁ ଦର୍ଶକ ଓ ସେମାନଙ୍କ ବନ୍ଧୁମାନଙ୍କୁ  ସଙ୍ଗୀତର ଶକ୍ତିକୁ ଅନୁଭବ କରିବା ପାଇଁ ସବୁବେଳେ ଏକତ୍ରୀତ କରିବା ଲାଗି ପ୍ରସ୍ତୁତ କରାଯାଇଛି ।
ଚଳିତ ବର୍ଷ ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟଗୁଡିକରେ କଳାକାର ଓ ବ୍ୟାଣ୍ଡ୍ଗୁଡିକ କନ୍ସର୍ଟ ଆରମ୍ଭ କରିବେ । ମ୍ୟାକ୍ ଡାୱେଲ୍ସ ନମ୍ବର ୱାନ୍ ସୋଡାର ଏନାବ୍ଲର ପ୍ଲାଟଫର୍ମ ନମ୍ବର ୱାନ୍ ୟାରି ଜାମ୍ ପ୍ୟାଡ୍ସ ମାଧ୍ୟମରେ ଏହି କଳାକାର ଓ ବ୍ୟାଣ୍ଡଗୁଡିକୁ ଚୟନ କରାଯାଇଥାଏ ଏବଂ ଏହାପରେ ମୁଖ୍ୟ କଳାକାରମାନଙ୍କ ଦ୍ୱାରା ଚୂଡାନ୍ତ ପ୍ରଦର୍ଶନ କରାଯାଇଥାଏ । ଏହି ସନ୍ଧ୍ୟାରେ ମଲ୍ଟି-ଜେନର୍ ବ୍ୟାଣ୍ଡ ଦ ସିଲ୍ଭେଷ୍ଟର ଟ୍ରିଓ ଫେଷ୍ଟ ଆରମ୍ଭ କରିଥିବା ବେଳେ ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଡିଆଜିଓ ଇଣ୍ଡିଆର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ୍ ଓ ପୋର୍ଟଫୋଲିଓ ହେଡ୍ ଅମର୍ପ୍ରିତ୍ ସିଂହ ଆନନ୍ଦ ଏହି ପ୍ରସଙ୍ଗ ଉପରେ କହିଛନ୍ତି ଯେ, ସଙ୍ଗୀତ ହେଉଛି ଏକ ସାର୍ବଜନୀନ ଭାଷା ଯାହାକି ସାଂସ୍କୃତିକ ବାଧାବିଘ୍ନକୁ ଦୂର କରିବାକୁ ସକ୍ଷମ । ଆମେ ବିଶ୍ୱାସ କରୁ ଯେଉଁଠାରେ ଶବ୍ଦ ବନ୍ଦ କରି ହୋଇଥାଏ ସେଠାରୁ ସଙ୍ଗୀତ ଆରମ୍ଭ ହୋଇଥାଏ ଏବଂ ତେଣୁ ସଙ୍ଗୀତ ଆମକୁ ସବୁଠାରୁ ଭଲ ଅର୍ଥରେ ଆରମ୍ଭ କରିବାକୁ ସୁଯୋଗ ଦେଇଥାଏ ଓ ଗଭୀର ବାର୍ତାଳାପ କରିବାକୁ ଅନୁମତି ଦେଇଥାଏ ଯାହା ଅନ୍ୟ କୌଣସି ମାଧ୍ୟମରେ ସମ୍ଭବ ହୋଇପାରିନଥାଏ । ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟଗୁଡିକ ସମୟରେ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ବନ୍ଧୁମାନଙ୍କ ସହ ବନ୍ଧୁତାକୁ ସଙ୍ଗୀତ ମାଧ୍ୟମରେ ଅଧିକ ସୁଦୃଢ କରିବାକୁ ପ୍ରେରିତ କରିବାକୁ ଚାହୁଁଛୁ ।
ନମ୍ବର ୱାନ୍ ୟାରି ଜାମ୍ର ବିଷୟ ଉପରେ ମତ ରଖି ଗାୟିକା ସୁନିଧି ଚୌହାନ କହିଛନ୍ତି ଯେ, ମୋ ଜୀବନରେ ୟାର୍ ବା ବନ୍ଧୁମାନେ ସବୁବେଳେ ସ୍ୱତନ୍ତ୍ର ରହିଆସିଛନ୍ତି । ସେମାନେ ମୋତେ ଗ୍ରାଉଣ୍ଡେଡ୍ ରଖିବା ସହ ମୋର ଖରାପ ସମୟରେ ମୋତେ ପ୍ରୋତ୍ସାହିତ କରିଥାନ୍ତି ଓ ମୋ ସହ ସବୁ ସମୟରେ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଥାନ୍ତି । ସେମାନଙ୍କୁ ମୋ ଜୀବନରେ ପାଇଁ ମୁଁ ନିଜକୁ କେବଳ ଭାଗ୍ୟଶାଳୀ ମନେ କରୁନାହିଁ ବରଂ ମୁଁ ସେମାନଙ୍କ ପାଇଁ ଆଗକୁ ବଢିପାରିଛି । ମୋର ଯାତ୍ରା ସମୟରେ ସଙ୍ଗୀତ ହିଁ ମୋତେ ମୋର ନୂତନ ବନ୍ଧୁଙ୍କ ନିକଟରେ ପହଂଚିବାକୁ ସକ୍ଷମ କରିଛି ଯେଉଁମାନେ ଆଜି ମୋତେ ଏଠାରେ ପହଂଚାଇଛନ୍ତି ।
ସେହିପରି ଗାୟକ ଅର୍ଜୁନ କାନୁନ୍ଗୋ କହିଛନ୍ତି, “ମୁଁ ଏଭଳି ଏକ ପରିବାରରେ ଜନ୍ମ ହୋଇଛି ଯେଉଁଠାରେ ସବୁ ସମୟରେ କେବଳ ଖେଳ ସମ୍ପର୍କରେ ହିଁ ଆଲୋଚନା କରାଯାଇଥାଏ । ମୁଁ ମଧ୍ୟ ଜାତୀୟ ସ୍ତରରେ ଖେଳିବାକୁ ଯାଇଛି, କିନ୍ତୁ ପରବର୍ତୀ ସମୟରେ  ଯେତେବେଳେ ମୁଁ ମୋ ନିଜକୁ ଆଶ୍ୱାସନା ଦେବାକୁ  ଚାହିଁଥିଲି ସେତେବେଳେ ସଙ୍ଗୀତ ଓ ମୋର ବନ୍ଧୁମାନେ ହିଁ ମୋତେ ସହଯୋଗ କରିଥିଲେ । ସେହି ସମୟରେ ମୁଁ ସଙ୍ଗୀତ ଓ ବନ୍ଧୁତାର ଶକ୍ତିକୁ ଅନୁଭବ କରିପାରିଥିଲି । ଏହା ତୁମକୁ ଜଣେ ଭଲ ମଣିଷ  କରିପାରେ ଓ ବନ୍ଧୁମାନଙ୍କ ସହ ମଜଭୁତ ବନ୍ଧନ ଗଢିବାରେ ସହଯୋଗ କରିପାରେ ।
ହଙ୍ଗାମା ଡିଜିଟାଲ ମିଡିଆର ସିଓଓ ସିଦ୍ଧାର୍ଥ ରୟ କହିଥିଲେ ଯେ, ବର୍ତମାନ ସମୟରେ ଉପଭୋକ୍ତାମାନେ  ଡିଜିଟାଲ ସ୍ପେସ୍ ବାହାରେ ସଙ୍ଗୀତ ଅଭିଜ୍ଞତାର ସନ୍ଧାନ କରୁଛନ୍ତି ଏବଂ ଆମେ ସକ୍ରିୟ ଭାବେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଉତ୍ପାଦ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛୁ ଯାହାକି ଆମକୁ ଆମ ଗ୍ରାହକଙ୍କୁ ଏକ ସ୍ମରଣୀୟ ଓ ପ୍ରାଚୁର୍ଯ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ କରିବାରେ ସାହାର୍ଯ୍ୟ କରିବ । ଆମେ ଦେଶବ୍ୟାପୀ ସଙ୍ଗୀତପ୍ରେମୀଙ୍କୁ ଏକ ଆକର୍ଷଣୀୟ ଅନୁଭବ ପ୍ରଦାନ କରିବା ଲାଗି ମ୍ୟାକ୍ ଡାୱେଲ୍ସ ନମ୍ବର ୱାନ୍ ସୋଡା ସହ ସହଭାଗିତା କରିଥିବାରୁ ଖୁବ୍ ଖୁସି ଅନୁଭବ କରୁଛୁ । ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟଗୁଡିକ ମାଧ୍ୟମରେ ଆମେ ଲାଇଭ୍ ଅନ୍-ଗ୍ରାଉଣ୍ଡ ଫେଷ୍ଟିଭାଲ ନେଇ ଆମର ବ୍ରାଣ୍ଡ ପ୍ରତିଶୃତିକୁ ପୂରଣ କରିବାକୁ ସକ୍ଷମ ହେବୁ । ଏହା ଦର୍ଶକଙ୍କୁ ନିଜ ପସନ୍ଦର କଳାକାରଙ୍କୁ ଦେଶର ବଡ ବଡ ମଂଚରେ ଏକ ସଙ୍ଗୀତମୟ ପରିବେଶରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ଦେଖିବାର ସୁଯୋଗ ପ୍ରଦାନ କରିବ ।
ହଙ୍ଗାମା ଡିଜିଟାଲ ମିଡିଆ, ଆର୍ଟିଷ୍ଟ ଆଲାଉଡ୍ର ଉପାଧ୍ୟକ୍ଷ ସୌମିନି ଶ୍ରୀଧର ପଲ୍ କହିଥିଲେ, ‘ସ୍ୱତନ୍ତ୍ର ସଙ୍ଗୀତ ବିଶ୍ୱବ୍ୟାପୀ ସଙ୍ଗୀତପ୍ରେମୀମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଭାରତରେ ମଧ୍ୟ ଏଭଳି ବାସ୍ତବ ଓ ସ୍ୱତନ୍ତ୍ର ଉପାଦାନର ଚାହିଦା ବଢିବାରେ ଲାଗିଛି । ଆମେ ଦେଶବ୍ୟାପୀ ସଙ୍ଗୀତପ୍ରେମୀଙ୍କୁ ଅବିସ୍ମରଣୀୟ ଅନୁଭବ ପ୍ରଦାନ କରିବା ଲାଗି ସଙ୍ଗୀତ କ୍ଷେତ୍ରର କିଛି ପ୍ରମୁଖ ତଥା ପ୍ରତିଭାଶାଳୀ କଳାକାରଙ୍କ ସହ କାମ କରି ଖୁବ୍ ଖୁସି  । ଏହାସହିତ ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟଗୁଡିକ ସ୍ୱାଧୀନ କଳାକାରମାନଙ୍କୁ ପ୍ରସିଦ୍ଧ ସଙ୍ଗୀତଜ୍ଞମାନଙ୍କ ସହ ସଙ୍ଗୀତ ପରିବେଷଣ କରିବଚୁ ଓ ନିଜ ପ୍ରତିଭାକୁ ବିଶ୍ୱବ୍ୟାପୀ ପ୍ରଦର୍ଶନ କରିବାକୁ ସୁଯୋଗ ପ୍ରଦାନ କରିବ ।

Share It

Comments are closed.