ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ସବୁଠାରୁ ଆଗରେ


ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୮ ଲକ୍ଷ ଅର୍ଥାତ ପ୍ରତି ଘଣ୍ଟାରେ ୯୨ ଜଣ ଲୋକ ଆତ୍ମହତ୍ୟା କରିଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମେଣ୍ଟାଲ ହେଲଥ କମିଶନ ଅଫ କାନ୍ନାଡା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୬ରେ ୧୫ରୁ୨୯ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଭିତରେ ଅଧିକାଂଶ ହେଉଛି ଆତ୍ମହତ୍ୟା ଜନିତ ମୃତ୍ୟୁ ।
ନ୍ୟାସନାଲ ହେଲଥ ପ୍ରୋଫାଇଲ-୨୦୧୮ର ରିପୋର୍ଟକୁ ସୋମବାର ଦିନ ଜାରୀ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତରେ ୧.୩୫ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଲୋକମାନଙ୍କ ମଧ୍ୟରୁ ୮୦ ଭାଗ ଅର୍ଥାତ ୬.୪ ଲକ୍ଷ ଲୋକ ଅଳ୍ପ ବୟସର ଅଟନ୍ତି । ଏହାକୁ ନଜରରେ ରଖି ଦୁନିଆରେ ପ୍ରାୟ ୩୮ଟି ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ରୋକିବା ପାଇଁ ଏକ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ।
ମୃତକଙ୍କ ମଧ୍ୟରେ ସବୁଠାରୁ ଅଧିକ ୨୦ ପ୍ରତିଶତ ଲୋକ ବିଷ ପିଇ ମୃତ୍ୟୁବରଣ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଅଳ୍ପ ବୟସ୍କ କୃଷକ ଅଟନ୍ତି । ବିଷ ପିଇବାକୁ ଛାଡିଦେଲେ ଆହୁରୀ କେତେକ ଲୋକ ଆତ୍ମହତ୍ୟା ପାଇଁ ଦଉଡି ଏବଂ ନିଆଁକୁ ମଧ୍ୟ ଆପଣାଇଥାନ୍ତି ।


Share It

Comments are closed.