ଖୁବ ଶୀଘ୍ର ଭାରତ ଆସିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ‘ତହବୁର ରାଣା’


୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ରୂପେ ସାମିଲ ଥିବା ‘ତହବୁର ରାଣା’ଙ୍କ ଅତି ଶୀଘ୍ର ଆମେରିକାରୁ ଭାରତ ଅଣାଯାଇପାରେ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ସାମିଲ ଥିବା ଏହି ଆତଙ୍କବାଦୀ ଦୀର୍ଘ ୧୪ ବର୍ଷ ହେବ ଆମେରିକାରେ ବନ୍ଦୀ ରୂପେ ସଜା କାଟୁଛନ୍ତି । ଭାରତ ସରକାର ବର୍ତ୍ତମାନ ଆମେରିକା ସରକାରଙ୍କ ପୂର୍ଣ୍ଣ ସହଯୋଗ ଦ୍ୱାରା ଏହି ପାକିସ୍ତାନୀ କ୍ୟାନେଡିଆଇ ନାଗରିକଙ୍କର ପ୍ରତ୍ୟାର୍ପଣ କରିବା ପାଇଁ ଆବଶ୍ୟକ ଥିବା ସମସ୍ତ ଫାଇଲ କାର୍ଯ୍ୟ ଚାଲୁ ରହିଛି ।
ଆମେରିକାରେ ରାଣାଙ୍କର ସଜା କାଳ ୨୦୨୧ ଡିସେମ୍ବରରେ ପୂରଣ ହେବାକୁ ଯାଉଛି । ପ୍ରକାଶ ଥାଉକି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ରୂପେ ରାଣାଙ୍କୁ ୨୦୦୯ରେ ଆମେରିକା ସରକାର ଗିରଫ କରିଥିଲେ ।
ରାଣାଙ୍କୁ ୨୦୧୩ରେ ୧୪ ବର୍ଷର ସଜା ଶୁଣାଯାଇଥିଲା । ଅମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ରାଣାଙ୍କର ୨୦୨୧ରେ ମୁକ୍ତ କରାଯିବ ଏବଂ ଏହା ପରେ ରାଣାଙ୍କୁ ଭାରତ ସରକାରଙ୍କ ନିକଟରେ ପ୍ରତ୍ୟାର୍ପଣ କରିବାର ଅନେକ ସମ୍ଭାବନା ରହିଛି ।
ପ୍ରକାଶ ଥାଉକି ପାକିସ୍ତାନ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଲକ୍ସର-ଇ-ତୋଏବର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟାଇଥିଲେ, ଯେଉଁଥିରେ ଆମେରିକାର ଅନେକ ନାଗରିକଙ୍କ ସମେତ ୧୬୬ ଲୋକଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହି ଘଟଣାରେ ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ମାରିଦେଇଥିବାବେଳେ ଅଜମଲ କସବଙ୍କୁ ପରେ ଫାଶୀରେ ଝୁଲାଇଥିଲା ।


Share It

Comments are closed.