କ୍ରୋଏସିଆରେ ଶକ୍ତିଶାଳୀ ଭୂମିକମ୍ପ, ୧ ମୃତ , ୧୬ ଗୁରୁତର ଆହତ


କ୍ରୋଏସିଆରେ ରବିବାର ଦିନ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କରୋନା ସଂକ୍ରମଣ ଯୋଗୁଁ ଦେଶର ରାଜଧାନୀ ଜାଗରେବରେ ଆଂଶିକ ବନ୍ଦ ପାଳନ କରାଯାଇଥିବାବେଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ ରାଜଧାନୀ ଜାଗରେବର ପ୍ରସିଦ୍ଧ ଚର୍ଚ୍ଚ ଘର ସମେତ ବ୍ୟାପକ କ୍ଷତି ଘଟିଥିଲା। ଭୂକମ୍ପ ଯୋଗୁଁ ଲୋକମାନେ ଭୟବୀତ ହୋଇଯାଇଥିଲେ। ​​

ଅଧିକାରୀ କହିଛନ୍ତି ଯେ, ଭୂକମ୍ପ ଯୋଗୁଁ ଜଣେ ୧୫ ବର୍ଷୀୟ ଜଣେ ନାବାଳିକା ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ୟୁରୋପୀୟ ଭୂକମ୍ପ ଏଜେନ୍ସି ଇଏମ୍‌ଏସ୍‌ସି (EMSC) ପକ୍ଷରୁ କୁହାଯାଇଛି ଯେ, ସକାଳ ୬ଟା ୨୩ ମିନିଟରେ ଜାଗରେବରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଜାଗରେବ ଠାରୁ ୧୦ କିଲୋମିଟର ଉତ୍ତରରେ ଥିଲା।


Share It

Comments are closed.