ଷ୍ଟାର୍ଟଅପ୍ ଫେଷ୍ଟ୍ ୨୦୨୩ରେ ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ


ଭୁବନେଶ୍ୱର: ଦେଶର ଉଦ୍ୟମିତା ଭାବକୁ ପାଳନ କରିବା ଲାଗି ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଅଟଳ ଇନକୁବେସନ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ (ଏଆଇସି-ନାଳନ୍ଦା) ପକ୍ଷରୁ ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଛି ଯେଉଁଥିରେ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଅଧୀନରେ ୫ ପ୍ରମୁଖ କାର୍ଯ୍ୟକ୍ରମ ସାମିଲ ଥିଲା । ସେଗୁଡ଼ିକ ହେଲା ନବସୃଜନ ଓ ଉଦ୍ୟମିତା ଉପରେ କର୍ମଶାଳା, ବିଜନେସ୍ କୁଇଜ୍‌, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରର୍ସ ପ୍ରଦର୍ଶନୀ, ଆର୍ଟ ଅଫ୍ ଷ୍ଟାର୍ଟିଂ ଅପ୍ ଉପରେ ସେମିନାର ଏବଂ ଆଇଡିଆଥନ୍ ଚ୍ୟାଲେଞ୍ଜ୍ ।
ଟିଙ୍କରର୍ସ ପ୍ରଦର୍ଶନୀରେ ଭୁବନେଶ୍ୱରର ୫ଟି ଅଟଳ ଟିଙ୍କରର୍ସ ଲ୍ୟାବ୍ ଯଥା ୟୁନିଟ-୮ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ଡିଏଭି ପବ୍ଲିକ୍ ସ୍କୁଲ, ବିଜେଇଏମ୍ ସ୍କୁଲ, ସରକାରୀ ହାଇସ୍କୁଲ, ଆଇଆରସି ଭିଲେଜ୍ ଏବଂ ସଇଦ ମମତାଜ୍ ଅଲ୍ଲୀ ସରକାରୀ ହାଇସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିବନ ଚିନ୍ତାଧାରାର ନମୁନା ପ୍ରଦର୍ଶନ କରିଥିଲେ । ହେଡ୍‌ଷ୍ଟାର୍ଟ ସଂସ୍ଥାର ନିବେଶକ ଓ ବିଶେଷଜ୍ଞମାନେ ଷ୍ଟାର୍ଟଅପ୍ ଓ ନବସୃଜନକାରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।
ଏହି ଅବସରରେ ଏଆଇସି-ନାଳନ୍ଦାର କଫି ଟେବୁଲ୍ ବୁକ୍ “ଉଦଘୋଷ’କୁ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ବଡିଂ ଇନୋଭେଟର ଅଫ୍ ଦି ଇୟର, ବେଷ୍ଟ ଆଇଡିଆ ଅନଲକରର୍ସ, ଟିଙ୍ଗର ଚାମ୍ପ୍ ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା ।
ଶେଷରେ ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ୍ ରିସର୍ଚର ବ୍ରାଣ୍ଡ୍ ୮ ଫେଜ୍‌ର ଲାଇଭ୍‌ମୁୃ୍ୟଜିକାଲ୍ ପ୍ରଦର୍ଶନ କରାଯାଇଥିଲା ।


Share It

Comments are closed.